ମେ’ ୧ରୁ ଜାତିଗଣନା, ଚିହ୍ନଟ ହେବେ ଓବିସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୯୦ବର୍ଷ ପରେ ରାଜ୍ୟରେ ଜାତିଭିତ୍ତିକ ଗଣନା ହେବ। ମେ’ ପହିଲାରୁ ଓଡ଼ିଶାରେ ଜାତିଭିତ୍ତିକ ଗଣନା ହୋଇ ଓବିସି ବର୍ଗର ଲୋକଙ୍କୁ ଚିହ୍ନଟ କରାଯିବ। ଏଥିପାଇଁ ରାଜ୍ୟ ଓବିସି କମିଶନ ସୂଚନା ଦେଇଥିବାବେଳେ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ଗତ ଦୁଇଦିନ ତଳେ ରାଜ୍ୟରେ ଓବିସି ଗଣନା ନିମନ୍ତେ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବା ସହ କମିଶନଙ୍କୁ ଆବଶ୍ୟକ ଅନୁମତି ଦେଇଥିଲେ। ରାଜ୍ୟ ଓବିସି କମିଶନ ଅଧ୍ୟକ୍ଷ ଜଷ୍ଟିସ ରଘୁନାଥ […]

obc

obc

Ranjit Kumar Jena
  • Published: Monday, 01 March 2021
  • Updated: 01 March 2021, 10:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୯୦ବର୍ଷ ପରେ ରାଜ୍ୟରେ ଜାତିଭିତ୍ତିକ ଗଣନା ହେବ। ମେ’ ପହିଲାରୁ ଓଡ଼ିଶାରେ ଜାତିଭିତ୍ତିକ ଗଣନା ହୋଇ ଓବିସି ବର୍ଗର ଲୋକଙ୍କୁ ଚିହ୍ନଟ କରାଯିବ। ଏଥିପାଇଁ ରାଜ୍ୟ ଓବିସି କମିଶନ ସୂଚନା ଦେଇଥିବାବେଳେ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ଗତ ଦୁଇଦିନ ତଳେ ରାଜ୍ୟରେ ଓବିସି ଗଣନା ନିମନ୍ତେ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବା ସହ କମିଶନଙ୍କୁ ଆବଶ୍ୟକ ଅନୁମତି ଦେଇଥିଲେ।

ରାଜ୍ୟ ଓବିସି କମିଶନ ଅଧ୍ୟକ୍ଷ ଜଷ୍ଟିସ ରଘୁନାଥ ବିଶ୍ୱାଳ ଆଜି ନିଜର ଟିମ୍ ସହ ବୈଠକ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମେ’ ୧ରୁ ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପଛୁଆ ବର୍ଗର ଚିହ୍ନଟ ନିମନ୍ତେ ସର୍ଭେ କରାଯିବ। ଜୁନ୍ ପହିଲାରେ ଏହି ସର୍ଭେର ଚିଠା ତାଲିକା ଜାରି କରାଯାଇ ଜୁନ୍ ୫ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ। ଜୁନ୍ ୧୧ରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ। ଏହି ଜାତିଗଣନାର ସମସ୍ତ ତଥ୍ୟ ଡିଜିଟାଇଜେସନ କରାଯିବ ।

ଏନେଇ ଖୁବଶୀଘ୍ର ମୁଖ୍ୟ ସଚିବ ଓ ସଚିବସ୍ତରରେ ବୈଠକ ପରେ ଜିଲ୍ଲାପାଳମାନଙ୍କ ବୈଠକ ଅନୁଷ୍ଠିତ ହେବ। ସର୍ଭେ ଫର୍ମରେ କ’ଣ ରହିବ ତାହା ଚୂଡ଼ାନ୍ତ ହୋଇନି। ତେବେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା, ବୃତ୍ତି ଆଦି ଉଲ୍ଲେଖ ରହିବ। ଯେଉଁମାନେ ସାମାଜିକ ଓ ଅର୍ଥନୀତିକ ଦୃଷ୍ଟିରୁ ବାଦ୍ ପଡ଼ିଥିବେ ସେମାନଙ୍କୁ ତାଲିକାରେ ସାମିଲ କରାଯିବ ଏବଂ ଯେଉଁମାନେ ସାମାଜିକ ଓ ଅର୍ଥନୀତି ଦୃଷ୍ଟିରୁ ବିକଶିତ ଥିବେ ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯିବ। ପଛୁଆ ବର୍ଗର ଜନସଂଖ୍ୟାଙ୍କ ଏକ ଡାଟାବେସ୍ ପ୍ରସ୍ତୁତ କରାଯିବା ପରେ ରାଜ୍ୟରେ ଏହି ବର୍ଗର ଲୋକଙ୍କ ପାଇଁ କେତେ ପରିମାଣର ସଂରକ୍ଷଣ ବ୍ୟବସ୍ଥା ରହିବା ଉଚିତ୍ ତାହା ସ୍ପଷ୍ଟ ହୋଇପାରିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱାଳ ଆଜି ଓବିସି କମିଶନରେ ଥିବା ୩ଜଣ ସଦସ୍ୟ ପ୍ରଫେସର ନବନୀତ ରଥ,ପ୍ରଫେସର ମିତାଲି ଚିନ୍ନରା ଓ ପ୍ରସନ୍ନ କୁମାର ପାତ୍ରଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ସରକାରୀ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ରାଜ୍ୟରେ ଓବିସି(ପଛୁଆ ବର୍ଗ)ର ଚିହ୍ନଟ ଓ ଏହାର ପ୍ରକ୍ରିୟାକୁ ନେଇ ବିଚାରବିମର୍ଶ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୧୯୩୧ ମସିହାରେ ଶେଷଥର ପାଇଁ ରାଜ୍ୟରେ ଜାତିଭିତ୍ତିକ ଗଣନା ହୋଇଥିଲା। ୨୦୨୧ ଜନଗଣନାରେ ଓଡ଼ିଶାରେ ଜାତିଭିତ୍ତିକ ଗଣନା ନିମନ୍ତେ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ଅନୁରୋଧ କରିଥିଲା। ମାତ୍ର ତାକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ୨୦୧୧ରେ ସାମାଜିକ-ଅର୍ଥନୀତିକ ଜାତି ଗଣନା(ଏସଇସିସି) କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିଲା। ଓଡ଼ିଶା ସରକାର ଏହି ଏସଇସିସି ତାଲିକାକୁ ଗ୍ରହଣ କରିଥିଲେ ମଧ୍ୟ ଓବିସି ଚିହ୍ନଟ ଉପରେ ଗୁରୁତ୍ୱ ଦେଇଛନ୍ତି। ୨୦୨୦ ଜାନୁୟାରୀରେ ରାଜ୍ୟ ସରକାର ବିଧିବଦ୍ଧ ଭାବେ ଓବିସି କମିଶନ ଗଠନ କରିଥିଲେ। ରାଜ୍ୟରେ ଓବିସି ବର୍ଗଙ୍କୁ ୨୭ପ୍ରତିଶତ ସଂରକ୍ଷଣ ଦେବାକୁ ଦାବି ହେଉଥିବାବେଳେ ଓଡ଼ିଶାରେ ଏହି ବର୍ଗର ଲୋକଙ୍କୁ ଏବେ ମାତ୍ର ୧୧.୨୫% ସଂରକ୍ଷଣ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story