‘ମୁଖ୍ୟମନ୍ତ୍ରୀ ତୁମେ ଉତ୍ତର ଦିଅ’: ହୁଲସ୍ତୁଲ ହେଲା ବିଧାନସଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ କ୍ରମାଗତ ହାରରେ ବଢ଼ିଚାଲିଛି ଅପରାଧ । ହତ୍ୟା, ଦୁଷ୍କର୍ମ, ଚୋରି, ଡକାୟତି, ଗୁଳିକାଣ୍ଡ  ଭଳି ସଂଗୀନ ଅପରାଧ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ିଦେଲାଣି । ଯାହାକୁ ନେଇ ଆଜି ଦିନତମାମ ହୁଲସ୍ତୁଲ ହୋଇଥିଲା ବିଧାନସଭା ଅଧିବେଶନ । ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେପି ରାଜ୍ୟ ସରକାରଙ୍କୁ ଏନେଇ ଘେରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ତା’ସହ ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ। ଫଳରେ ଗୃହକୁ ବାରମ୍ବାର ବାଚସ୍ପତିଙ୍କୁ […]

53

53

Tapas Behera
  • Published: Monday, 15 July 2019
  • Updated: 15 July 2019, 08:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ କ୍ରମାଗତ ହାରରେ ବଢ଼ିଚାଲିଛି ଅପରାଧ । ହତ୍ୟା, ଦୁଷ୍କର୍ମ, ଚୋରି, ଡକାୟତି, ଗୁଳିକାଣ୍ଡ  ଭଳି ସଂଗୀନ ଅପରାଧ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ିଦେଲାଣି । ଯାହାକୁ ନେଇ ଆଜି ଦିନତମାମ ହୁଲସ୍ତୁଲ ହୋଇଥିଲା ବିଧାନସଭା ଅଧିବେଶନ । ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେପି ରାଜ୍ୟ ସରକାରଙ୍କୁ ଏନେଇ ଘେରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ତା’ସହ ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ। ଫଳରେ ଗୃହକୁ ବାରମ୍ବାର ବାଚସ୍ପତିଙ୍କୁ  ମୁଲତବୀ କରିବାକୁ ପଡ଼ିଥିଲା ।

ଧର୍ମକ୍ଷେତ୍ର ପୁରୀରେ ନାବାଳିକାକୁ ଦୁର୍ଷ୍କମ । ପୁରୀ ପଟ୍ଟନାଇକିଆ ଛକରେ ବିଚ୍ ରାସ୍ତାରେ ୩ ଜଣଙ୍କୁ ବୀଭତ୍ସ ହତ୍ୟା । କେନ୍ଦ୍ରାପଡ଼ାରେ ଯୁବ ବ୍ୟବସାୟୀଙ୍କୁ ଗୁଳି। ଗତ ସପ୍ତାହେ ଭିତରେ ଏମିତି ଏକାଧିକ ଘଟଣା ପ୍ରମାଣିତ କରୁଛି ରାଜ୍ୟରେ କେତେ ବିପଯର୍ୟସ୍ତ ହୋଇପଡ଼ିଛି ଆଇନଶୃଙ୍ଖଳା।

ଯାହାକୁ ନେଇ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ତମ୍ବିତୋଫାନ୍ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଦୃଷ୍ଟିରୁ ପ୍ରଥମେ ପ୍ରଶ୍ନକାଳରେ ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସିମୁଳିଆରେ ବିଜେପି ନେତା ପଦ୍ମଲୋଚନ ପଣ୍ଡାଙ୍କ ପୁଅଙ୍କ ବେଆଇନ ଗିରଫଦାରୀ, ରାଜନୈତିକ ଆକ୍ରୋଶରଖି ସତ୍ୟବାଦୀ ଗଡ଼ିଶାଗଡ଼ରେ ଗୋଟିଏ ପରିବାରକୁ ନିଆଁପାଣି ବାସନ୍ଦ,ସୁନ୍ଦରଗଡ଼ରେ ପୁଲିସର ଜୁଲମ୍ ଅଭିଯୋଗ ଆଣି ଗୃହ ଭିତରେ ଉଦ୍‌ବେଗ ପ୍ରକାଶ କରିଥିଲେ ସେ। ତା’ସହ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିବାବେଳେ ବିଜେପି ସଦସ୍ୟମାନେ ଗୃହ ମଝିକୁ  ଆସି ହୋହଲ୍ଲା କରିଥିଲେ । ସେହିପରି ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ ଘେରିଥିଲା କଂଗ୍ରେସ।

ଏଠି ଆଇନର ଶାସନ ନୁହେଁ, ଜଙ୍ଗଲରାଜ୍ ଚାଲିଛି ବୋଲି ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ ବୋଲି ଦାବି କରିଥିଲେ ସେ । କଂଗ୍ରେସ ସଭ୍ୟ ମଧ୍ୟ ହୋହଲ୍ଲା କରି ବାଚସ୍ପତିଙ୍କ ପୋଡ଼ିୟମକୁ ଚଢ଼ିବାକୁ ଚେଷ୍ଟା କରିଥିଲେ।  ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଏନେଇ ଉତ୍ତର ରଖିବେ ବୋଲି ବାଚସ୍ପତି ରୁଲିଂ ଦେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବିରେ ହୋହଲ୍ଲା କରିଥିଲେ ବିରୋଧୀ । ଫଳରେ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ଅପରାହ୍ନ ୩ଟାରେ ପୁଣି ହୋହଲ୍ଲା ହେବା ପରେ ଗୃହକୁ ୨୦ ମିନିଟ ମୁଲତବୀ କରିଥିଲେ ବାଚସ୍ପତି । ଏହାପରେ ସର୍ବଦଳୀୟ ବୈଠକ ଡାକି ଆସନ୍ତାକାଲି କିମ୍ବା ୨ ଦିନ ଭିତରେ ବିରୋଧୀଙ୍କ ଦାବି ସମ୍ପର୍କରେ ପୁନର୍ବିଚାର କରି ଅବଗତ କରାଯିବ ବୋଲି ବାଚସ୍ପତି କହିଥିଲେ।

ସରକାରଙ୍କ ନିଜସ୍ୱ ତଥ୍ୟ କହୁଛି ଏବେ ରାଜ୍ୟରେ ପ୍ରତିଦିନ ୪ଟି ହତ୍ୟା ଓ ୭ଟି ଦୁଷ୍କର୍ମ ଘଟଣା ଘଟୁଛି । ସେହିପରି ଗତବର୍ଷ ରାଜ୍ୟରେ ୯ ହଜାର ୬୯ଟି ଚୋରି, ୫୫୮ଟି ଡକାୟତି ଓ ୨ ହଜାର ୧୨୫ଟି ଲୁଣ୍ଠନ ମାମଲା ରୁଜୁ ହୋଇଥିବାବେଳେ ଚଳିତ ବର୍ଷ ମେ ସୁଦ୍ଧା ୫୬୩ଟି ହତ୍ୟା ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story