ବିଧାନସଭାରେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ ଉଠାଇଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ସଂଖ୍ୟା ବଢ଼ି ଚାଲିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି। ଆଜି ଏହାର ପ୍ରତିଫଳନ ବିଧାନସଭାରେ ଦେଖିବାକୁ ମିଳିଥିଲା। ଶୂନ୍ୟ କାଳରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି, ପ୍ରତିଦିନ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ବର୍ଷକୁ ମାତ୍ର ୬ ଜଣ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରାଯାଉଛି। ପୁରୀରେ ବସ୍‌ […]

congress-leader-narasingha-mishra

Manoranjan Sial
  • Published: Friday, 12 July 2019
  • , Updated: 12 July 2019, 08:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ସଂଖ୍ୟା ବଢ଼ି ଚାଲିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି। ଆଜି ଏହାର ପ୍ରତିଫଳନ ବିଧାନସଭାରେ ଦେଖିବାକୁ ମିଳିଥିଲା। ଶୂନ୍ୟ କାଳରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି, ପ୍ରତିଦିନ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ବର୍ଷକୁ ମାତ୍ର ୬ ଜଣ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରାଯାଉଛି।

ପୁରୀରେ ବସ୍‌ ଭିତରେ ନାବାଳିକାଙ୍କ ଉପରେ ହୋଇଥିବା ଦୁଷ୍କର୍ମ ପ୍ରସଙ୍ଗ ଉଠାଇବା ସହ ଶ୍ରୀ ମିଶ୍ର ଗତ ୬ ମାସ ମଧ୍ୟରେ ରାଜ୍ୟରେ ୧୦୦୫ ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଥିବାର ତଥ୍ୟ ରଖି ସରକାରଙ୍କୁ ଟାର୍ଗେଟ କରିଥିଲେ। ଦଳୀୟ ଭିତ୍ତିରେ ସରକାରୀ ଓକିଲ ନିଯୁକ୍ତ ହେଉଥିବାରୁ ଦଣ୍ଡ ବିଧାନର ହାର କମୁଥିବା ସେ ଅଭିଯୋଗ କରିଛନ୍ତି।

ଆବାସିକ ସ୍କୁଲରେ ଛାତ୍ରୀ ଗର୍ଭବତୀ ପ୍ରସଙ୍ଗରେ ଉତ୍ତର ରଖି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି-“ଭୁବନେଶ୍ୱରରେ ଆସିଥିବା ୪ଟି ଛାତ୍ରୀ ଗର୍ଭବତୀ ଥିବା ଅଭିଯୋଗରୁ ମାତ୍ର ଗୋଟିଏ ପଜିଟିଭ ଆସିଥିଲା। ସଂପୃକ୍ତ ଛାତ୍ରୀ ଛୁଟିରେ ଘରକୁ ଯାଇଥିବା ବେଳେ ପଡ଼ୋଶୀ ଯୁବକ ସହ ସଂପର୍କ ରଖିଥିଲେ। ସଂପୃକ୍ତ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି।”

Related story