ବିଜେଡି ପ୍ରତିଷ୍ଠା ଦିବସକୁ ବିରୋଧୀଙ୍କ ତାଚ୍ଛଲ୍ୟ

Ordigital Desk
  • Published: Tuesday, 26 December 2017
  • , Updated: 26 December 2017, 08:25 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀରେ ବିଜେଡି ଆଜି ପାଳନ କରିଛି ୨୦ ତମ ପ୍ରତିଷ୍ଠା ଦିବସ। ଏଥିରେ ପଞ୍ଚାୟତରୁ ରାଜ୍ୟସ୍ତରର ନେତା ଓ କର୍ମୀ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭାରେ ଉଦ୍&zwnj;ବୋଧନ ଦେଇ ସହାନୁଭୂତି ମନୋଭୋବ ତଥା ବିନମ୍ର ହୋଇ ସୁଖଦୁଃଖରେ ଲୋକଙ୍କୁ ସାହାଯ୍ୟ କରିବାକୁ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ଅଜି ବିଜେଡିର ଶଙ୍ଖନାଦରେ ପୁରୀ ସହର ପ୍ରକମ୍ପିତ ହୋଇଥିଲା। ପୂରା ସହର ସବୁଜ ରଙ୍ଗରେ ରଙ୍ଗେଇ ହୋଇଯାଇଥିଲା। ହେଲେ ବିଜେଡିର ଏପରି ସମାବେଶକୁ ବିରୋଧୀ ବିଜେପି ଓ କଂଗ୍ରେସ ତାଚ୍ଛଲ୍ୟ କରିଛନ୍ତି।</p> <p>ବିଜେଡିର ପ୍ରତିଷ୍ଠା ଦିବସ ଉତ୍ସବକୁ ତାଚ୍ଛଲ୍ୟପୂର୍ଣ୍ଣ ବାଣ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ସେ ଅଭିଯୋଗ କରି କହିଛନ୍ତି- &ldquo;ଗତ ୨୦ ବର୍ଷ ଭିତରେ ରାଜ୍ୟରେ ଦୁର୍ନୀତି ଓ ଲୁଟ୍ ହୋଇଥିବା କଥା ମୁଖ୍ୟମନ୍ତ୍ରୀ ପରୋକ୍ଷରେ ସ୍ୱୀକାର କରିଛନ୍ତି। ଚିଟ୍&zwnj;ଫଣ୍ଡ ଅର୍ଥରେ ବିଜେଡି ନେତାମାନେ ଦାମୀ ଗାଡି ଚଢୁଛନ୍ତି।&rdquo;</p> <p>ସେହିପରି କଂଗ୍ରେସ୍&zwnj; ମଧ୍ୟ ବିଜେଡିକୁ ଟାର୍ଗେଟ କରିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି- &ldquo;ଦୀର୍ଘ ୧୮ ବର୍ଷ ଧରି ସାଧାରଣ ଲୋକଙ୍କ ଟଙ୍କାରେ ବିଜେଡି ଯେଉଁ ବିକାଶ ଯାତ୍ରା କରିଛି ତାହା ଦୁର୍ଭାଗ୍ୟଜନକ।&rdquo;</p> <p>ବିଜେଡିର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ନେଇ କ&rsquo;ଣ କହୁଛନ୍ତି ବିରୋଧୀ ଦେଖନ୍ତୁ ଏହି ଭିଡିଓ।</p>

Related story