ଆମ ଅଂଚଳରେ ମଦ ଦୋକାନ ଖୋଲିବାକୁ ଦେବୁନି

ଭାବନୀ ପାଟଣା (ଓଡ଼ିଶା ରିପୋର୍ଟର): ମଦ ଯୋଗୁଁ ସମାଜରେ ବିଭିନ୍ନ ଅମାନୁଷିକ କାଣ୍ଡ ଘଟୁଛି । ଛାତ୍ରଛାତ୍ରୀ ମାନେ ମଦୁଆଙ୍କ କବଳରେ ପଡି ହଇରାଣ ହୋଇଥାନ୍ତି । ପରିବାରରେ କଳି ଝଗଡା ହେବା ସହ ସ୍ଥାନୀୟ ଅଞ୍ଚଳରେ ଅସାମାଜିକ କାର‌୍ୟ୍ୟ ବଢ଼ିଥାଏ । ଏଣୁ ସହର ଭିତରେ ଶାନ୍ତି ଶୃଙ୍ଖଳା ଥିବା ଆମ ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ଦେବୁନାହିଁ । ଆଜି ଭବାନୀପାଟଣା ମ୍ୟୁନିସପାଲଟି ଷ୍ଟେଚୁପଡ଼ା ଆଠ ନମ୍ବର ୱାର୍ଡର ମହିଳା ମାନେ ପ୍ରସ୍ତାବିତ ନୂତନ […]

kl-1

Tapas Behera
  • Published: Saturday, 08 May 2021
  • , Updated: 08 May 2021, 07:12 PM IST

ଭାବନୀ ପାଟଣା (ଓଡ଼ିଶା ରିପୋର୍ଟର): ମଦ ଯୋଗୁଁ ସମାଜରେ ବିଭିନ୍ନ ଅମାନୁଷିକ କାଣ୍ଡ ଘଟୁଛି । ଛାତ୍ରଛାତ୍ରୀ ମାନେ ମଦୁଆଙ୍କ କବଳରେ ପଡି ହଇରାଣ ହୋଇଥାନ୍ତି । ପରିବାରରେ କଳି ଝଗଡା ହେବା ସହ ସ୍ଥାନୀୟ ଅଞ୍ଚଳରେ ଅସାମାଜିକ କାର‌୍ୟ୍ୟ ବଢ଼ିଥାଏ । ଏଣୁ ସହର ଭିତରେ ଶାନ୍ତି ଶୃଙ୍ଖଳା ଥିବା ଆମ ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ଦେବୁନାହିଁ । ଆଜି ଭବାନୀପାଟଣା ମ୍ୟୁନିସପାଲଟି ଷ୍ଟେଚୁପଡ଼ା ଆଠ ନମ୍ବର ୱାର୍ଡର ମହିଳା ମାନେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନ ଖୋଲିବାକୁ ତୀବ୍ର ବିରୋଧ କରିଛନ୍ତି । ମୁଖ୍ୟତଃ
ଆଠ ନମ୍ବର ଗଳି ନିକଟରେ ଏକାଧିକ ମନ୍ଦିର ଉପାସନା ସ୍ଥଳୀ ରହିଛି । ଟାଉନ ହଲ ,ଶିକ୍ଷାନୁଷ୍ଠାନ ରହିଛି । ଛାତ୍ରଛାତ୍ରୀ ମାନେ ଦୈନନ୍ଦିନ ଯାଆସ କରୁଛନ୍ତି ।

ତେଣୁ ଅନ୍ୟ ଠାରେ ମଦ ଦୋକାନ ଖୋଲନ୍ତୁ । କିନ୍ତୁ ଆମ ଏହି ପଡ଼ା ମଧ୍ୟରେ ମଦ ଦୋକାନ ଖୋଲିବାକୁ ଦେବୁ ନାହିଁ କହି ବିରୋଧ କରିଥିଲେ । ପ୍ରଶାସନକୁ ଅନୁରୋଧ ଏହା ବନ୍ଦ କରନ୍ତୁ ନଚେତ ଆଗକୁ ଏହାର ତୀବ୍ର ବିରୋଧ କରାଯିବ ବୋଲି ଉକ୍ତ ପଡ଼ାର ମହିଳା ଓ ପୁରୁଷ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Related story