ସ୍ୟାଟ୍ ମାମଲା: ସ୍ଥଗିତାଦେଶ ଦେବାକୁ ମନାକଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗରେ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଦେବାକୁ ମନାକଲେ ହାଇକୋର୍ଟ।  ତେବେ ମାମଲାରେ ପକ୍ଷ ରଖିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ନୂଆ ମାମଲାଗୁଡ଼ିକୁ ଏଣିକି ହାଇକୋର୍ଟରେ ଦାଖଲ କରାଯାଇପାରିବ ବୋଲି କହିଛନ୍ତି କୋର୍ଟ। ତେବେ ପୂର୍ବ ମାମଲା ଗୁଡ଼ିକ ହାଇକୋର୍ଟକୁ ସ୍ଥାନାନ୍ତର କରିବା ସରକାରଙ୍କ କ୍ଷମତାଭୁକ୍ତ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ଚ୍ୟାଲେଂଜ କରି […]

highcourt-1

Tapas Behera
  • Published: Wednesday, 07 August 2019
  • , Updated: 07 August 2019, 08:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗରେ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଦେବାକୁ ମନାକଲେ ହାଇକୋର୍ଟ।  ତେବେ ମାମଲାରେ ପକ୍ଷ ରଖିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ନୂଆ ମାମଲାଗୁଡ଼ିକୁ ଏଣିକି ହାଇକୋର୍ଟରେ ଦାଖଲ କରାଯାଇପାରିବ ବୋଲି କହିଛନ୍ତି କୋର୍ଟ। ତେବେ ପୂର୍ବ ମାମଲା ଗୁଡ଼ିକ ହାଇକୋର୍ଟକୁ ସ୍ଥାନାନ୍ତର କରିବା ସରକାରଙ୍କ କ୍ଷମତାଭୁକ୍ତ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ଚ୍ୟାଲେଂଜ କରି କଟକ ସ୍ୟାଟ୍ ବାର ଆସୋସିଏସନ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ  ସ୍ୟାଟ ଉଚ୍ଛେଦ କରିବାକୁ ଗତ ୫ ତାରିଖରେ କେନ୍ଦ୍ର ସରକାର ଗେଜେଟ ନୋଟିଫିକେସନ କରିଥିଲେ। ରାଜ୍ୟ ସରକାରଙ୍କ ପ୍ରସ୍ତାବ ମୁତାବକ କେନ୍ଦ୍ର ଏହି ବିଜ୍ଞପ୍ତି ପ୍ରକାଶ କରିଥିଲା ।

Related story