‘ଓଡ଼ିଶା ଫେରିବା ପୂର୍ବରୁ ପ୍ରବାସୀଙ୍କ କରୋନା ଟେଷ୍ଟ କର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଓଡ଼ିଶା ଫେରିବା ପୂର୍ବରୁ ପ୍ରବାସୀଙ୍କ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଜି ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟକୁ ଫେରିବା ପୂର୍ବରୁ ପ୍ରଥମେ ଟେଷ୍ଟ କରିବା ପାଇଁ କହିଛନ୍ତି ଉଚ୍ଚ ନ୍ୟାୟାଳୟ ।  ସଂପୃକ୍ତ ରାଜ୍ୟରେ ପ୍ରଥମେ RT-PCR ଟେଷ୍ଟ କରିବାକୁ ପଡ଼ିବ। ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ହିଁ  ପ୍ରବେଶ ଅନୁମତି ମିଳି ପାରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି  ହାଇକୋର୍ଟ । […]

orissa-high-court

Niharika Rout
  • Published: Thursday, 07 May 2020
  • , Updated: 07 May 2020, 03:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଓଡ଼ିଶା ଫେରିବା ପୂର୍ବରୁ ପ୍ରବାସୀଙ୍କ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଜି ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟକୁ ଫେରିବା ପୂର୍ବରୁ ପ୍ରଥମେ ଟେଷ୍ଟ କରିବା ପାଇଁ କହିଛନ୍ତି ଉଚ୍ଚ ନ୍ୟାୟାଳୟ ।  ସଂପୃକ୍ତ ରାଜ୍ୟରେ ପ୍ରଥମେ RT-PCR ଟେଷ୍ଟ କରିବାକୁ ପଡ଼ିବ। ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ହିଁ  ପ୍ରବେଶ ଅନୁମତି ମିଳି ପାରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି  ହାଇକୋର୍ଟ ।

ସୂଚନାଯୋଗ୍ୟ, ଓଡ଼ିଶାରେ କରୋନା ନିୟନ୍ତ୍ରଣରେ ଥିବାବେଳେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ପରେ ସୁରତ୍‌ ଫେରନ୍ତାଙ୍କ ଯୋଗୁ ଏହି ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଆହୁରି ଲକ୍ଷାଧିକ ପ୍ରବାସୀ ରାଜ୍ୟକୁ ଫେରିବାକୁ ଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବା ସହ ସଂକ୍ରମଣ ରୋକିବା ସରକାରଙ୍କ ସମ୍ମୁଖରେ ଏକ ବଡ଼ ଚାଲେଞ୍ଜ ଭାବେ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

Related story