ସହାୟତା ଅପେକ୍ଷାରେ ଓଡ଼ିଆ ଦାଦନ ଶ୍ରମିକ, ବିହାରଠୁ ଶିଖୁ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ ୨୪ତାରିଖରୁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହେବାପରେ ଅନ୍ୟ ରାଜ୍ୟରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ିଆ ଦାଦନ ଶ୍ରମିକଙ୍କ ଅବସ୍ଥା କ୍ରମଶଃ ଶୋଚନୀୟ ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ସେମାନଙ୍କ ପାଖରେ ଆବଶ୍ୟକ ସହାୟତା ପହଂଚୁନଥିବାରୁ ସେମାନେ ଆଇନକୁ ହାତମୁଠାକୁ ନେବାକୁ ପଛଘୁଞ୍ଚା ଦେଉନଥିବାବେଳେ କୋଭିଡ୍‌-୧୯ ପରିଚାଳନା ଦାୟିତ୍ୱରେ ଥିବା ଅଫିସର ଟିମଙ୍କ ଅବହେଳା ମଧ୍ୟ ପଦାରେ ପଡ଼ିଛି। ମାର୍ଚ୍ଚ ଶେଷ ସପ୍ତାହରେ ସ୍ୱତନ୍ତ୍ର କଂଟ୍ରୋଲ […]

help

help

Manoranjan Sial
  • Published: Saturday, 11 April 2020
  • Updated: 11 April 2020, 10:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ ୨୪ତାରିଖରୁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହେବାପରେ ଅନ୍ୟ ରାଜ୍ୟରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ିଆ ଦାଦନ ଶ୍ରମିକଙ୍କ ଅବସ୍ଥା କ୍ରମଶଃ ଶୋଚନୀୟ ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ସେମାନଙ୍କ ପାଖରେ ଆବଶ୍ୟକ ସହାୟତା ପହଂଚୁନଥିବାରୁ ସେମାନେ ଆଇନକୁ ହାତମୁଠାକୁ ନେବାକୁ ପଛଘୁଞ୍ଚା ଦେଉନଥିବାବେଳେ କୋଭିଡ୍‌-୧୯ ପରିଚାଳନା ଦାୟିତ୍ୱରେ ଥିବା ଅଫିସର ଟିମଙ୍କ ଅବହେଳା ମଧ୍ୟ ପଦାରେ ପଡ଼ିଛି। ମାର୍ଚ୍ଚ ଶେଷ ସପ୍ତାହରେ ସ୍ୱତନ୍ତ୍ର କଂଟ୍ରୋଲ ରୁମ୍ ସ୍ଥାପନ ସହ ଆଇଏଏସ ଅଫିସରମାନଙ୍କୁ ନିଜ ଗୃହ ରାଜ୍ୟରେ ଥିବା ଓଡ଼ିଆ ଦାଦନ ଶ୍ରମିକଙ୍କ ଦାୟିତ୍ୱ ବୁଝିବା ପାଇଁ ନୋଡାଲ ଅଫିସର ନିଯୁକ୍ତି ଦେବା ସତ୍ତ୍ୱେ ସ୍ଥିତିରେ ସୁଧାର ଆସିନି। ଗୁଜୁରାଟର ସୁରତ ସହରର ଡାଇମଣ୍ଡ ନଗରରେ ଓଡ଼ିଆ ଦାଦନ ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇ ନିଆଁ ଜାଳିବା ଓ ପ୍ରାୟ ୧୦୦ଜଣ ଗିରଫ ହେବା ରାଜ୍ୟ ସରକାରଙ୍କ ଦାଦନ ଶ୍ରମିକଙ୍କ ପାଖରେ ସହାୟତା ପହଂଚାଇବାର ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋଭିଡ-୧୯ ପରିଚାଳନାରେ ସମଗ୍ର ଦେଶରେ ଓଡ଼ିଶା ଏକ ଅନନ୍ୟ ଉଦାହରଣ ବୋଲି ରାଜ୍ୟ ବାହାର ଗଣମାଧ୍ୟମରେ ପ୍ରଚାର କରାଯାଉଥିବାବେଳେ ଦାଦନ ଶ୍ରମିକଙ୍କ ପାଖରେ ତତ୍କାଳ ସହାୟତା କିଭଳି ପହଂଚି ପାରୁଛି ତାହା ବିହାର ସରକାରଙ୍କଠୁ ଓଡ଼ିଶା ଶିଖିବା ଉଚିତ୍ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ଲକଡାଉନ୍ ଘୋଷଣା ହେବାପରଠୁ ଅନ୍ୟ ରାଜ୍ୟରେ ରହୁଥିବା ଓଡ଼ିଆ ଦାଦନ ଶ୍ରମିକମାନେ ସୋଶାଲ ମିଡିଆରେ ନିୟମିତ ଭାବେ ସହାୟତା ମାଗିବାରେ ଲାଗିଛନ୍ତି। ଏପରିକି ନିଜ ନିଜର ଅଞ୍ଚଳର ବିଧାୟକ ଓ ସାଂସଦମାନଙ୍କୁ ଫୋନ୍ କରି ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରୁଛନ୍ତି। ଓଡ଼ିଆ ଦାଦନ ଶ୍ରମିକଙ୍କୁ ସହାୟତା ନିମନ୍ତେ ଯାହା ଅର୍ଥ ଖର୍ଚ୍ଚ ହେବ ତାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଭରଣା କରାଯିବ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ। କିନ୍ତୁ ଏସବୁ ସତ୍ୱେ ସ୍ଥିତିରେ କୌଣସି ସୁଧାର ଆସିପାରିନି। ଯାହାର ପ୍ରତିଫଳନ ସୁରତ ସହରରେ ରହୁଥିବା ଓଡ଼ିଆ ଦାଦନ ଶ୍ରମିକଙ୍କ ମାଧ୍ୟମରେ ପଦାକୁ ଆସିଛି। ଦାଦନ ଶ୍ରମିକମାନେ କାମ କରୁଥିବା ସଂସ୍ଥାଗୁଡ଼ିକ ସେମାନଙ୍କ ଖାଇବା ପିଇବା ଦାୟିତ୍ୱ ବୁଝୁନଥିବାରୁ ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ ଓ ୟୁପି ଆଦି ରାଜ୍ୟରେ ରହୁଥିବା ବହୁ ଓଡ଼ିଆ ଶ୍ରମିକ ଅସହାୟ ଅବସ୍ଥାରେ ସହାୟତାକୁ ଚାହିଁ ବସିଛନ୍ତି। ଯାତାୟତ ଠପ୍ ଥିବାରୁ ସେମାନେ ଘରକୁ ମଧ୍ୟ ଫେରି ପାରୁନାହାନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ନିୟମିତ ସୋଶାଲ ମିଡିଆରେ ନିବେଦନ କରୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ଖାଇବା ଯୋଗାଇ ଦିଆଯାଉଛି ବୋଲି ଓଡ଼ିଶା ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଉଛି । ମାତ୍ର ସୁରତରେ ଓଡ଼ିଆ ଶ୍ରମିକମାନେ ଆଇନକୁ ହାତକୁ ନେବାପରେ ସରକାରଙ୍କ ସଫେଇ ଯେ ବାସ୍ତବତାଠୁ ବହୁ ଦୂରରେ ତାହା ପ୍ରମାଣିତ ହୋଇଛି। ପ୍ରବାସୀ ଓଡ଼ିଆ ସଂଗଠନଗୁଡ଼ିକ ମାଧ୍ୟମରେ ସହାୟତା ପହଂଚାଇବାକୁ ବିଜେଡିର ପ୍ରଭାବଶାଳୀ ଯୁବନେତାମାନେ କରିଥିବା ପ୍ରୟାସ ମଧ୍ୟ ସଫଳ ହୋଇ ପାରିନି।

ଅନ୍ୟପକ୍ଷରେ ବିହାର ସରକାର ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ନିଜର ଲୋକମାନଙ୍କ ସହାୟତା ନିମନ୍ତେ ପଦକ୍ଷେପ ନେଇ ସେମାନଙ୍କ ଆକାଉଣ୍ଟକୁ ୧ହଜାର ଟଙ୍କା ଲେଖାଏ ସହାୟତା ପହଂଚାଇଛନ୍ତି । ସପ୍ତାହକ ମଧ୍ୟରେ ପ୍ରାୟ ୨.୮୪ଲକ୍ଷ ଦାଦନ ଶ୍ରମିକଙ୍କ ଆକାଉଣ୍ଟରେ ଏହି ଅର୍ଥ ଦିଆଯାଇଛି। ବିହାର ସରକାରଙ୍କ ପକ୍ଷରୁ ଜାରି ନମ୍ବରକୁ ଯେଉଁ ଦାଦନ ଶ୍ରମିକମାନେ ନିଜର ବିସ୍ତୃତ ବିବରଣୀ ପଠାଉଛନ୍ତି ବା ଆବେଦନ କରୁଛନ୍ତି ତା’ର ତତ୍କାଳ ଯାଂଚ କରି ଏହି ଅର୍ଥ ସ୍ଥାନାନ୍ତର କରାଯାଉଛି। ବିହାର ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗର ପ୍ରମୁଖ ସଚିବ ପ୍ରତ୍ୟାୟା ଅମ୍ରିତ୍ ଏହି ପ୍ରୟାସରେ ସଫଳ ହୋଇଛନ୍ତି। ଦାଦନ ଶ୍ରମିକଙ୍କୁ ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦୦କୋଟି ଟଙ୍କାର ବନ୍ଦୋବସ୍ତ ମଧ୍ୟ ବିହାର ସରକାର କରିଛନ୍ତି। ଯାହାକି ସମଗ୍ର ଦେଶରେ ପ୍ରଥମ। ରାଜ୍ୟ ବାହାରେ ଥିବା ପ୍ରାୟ ୫ଲକ୍ଷ ବିହାରୀ ଶ୍ରମିକଙ୍କୁ ଏହି ସହାୟତା ଦେବାକୁ ଲକ୍ଷ୍ୟ ରଖାଯାଇଛି।

ତେବେ ପ୍ରଶ୍ନ ଉଠୁଛି, ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି(ସିଏମଆରଏଫ)ରେ କୋଟି କୋଟି ଟଙ୍କା ମହଜୁଦ୍ ଥିବାବେଳେ ବାହାରେ ରାଜ୍ୟରେ ସମସ୍ୟାରେ ଥିବା ଓଡ଼ିଆ ଶ୍ରମିକମାନଙ୍କ ପାଖରେ ସହାୟତା ପହଂଚାଇବାକୁ ବିହାର ଫର୍ମୂଲାକୁ ଅନୁକରଣ କରିବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି। ତା’ଛଡ଼ା କରୋନା ଭଳି ବିପତ୍ତି ସମୟରେ ଯେଉଁ ସବୁ ରାଜ୍ୟରେ ଓଡ଼ିଆ ଦାଦନ ଶ୍ରମିକମାନେ ଅଛନ୍ତି ସେଠାର ସ୍ଥାନୀୟ ପ୍ରଶାସନ ଯେ ତ୍ୱରିତ୍ ପଦକ୍ଷେପ ନେଇ ସେମାନଙ୍କର ସମସ୍ୟା ବୁଝିବ ତାହା ଆଶା କରାଯାଇନପାରେ। ତେଣୁ ଓଡ଼ିଶା ସରକାର ନିଜର ଆତ୍ମପ୍ରଚାର ଭିତରୁ ବାହାରି ଓଡ଼ିଆ ଦାଦନ ଶ୍ରମିକଙ୍କ ବାସ୍ତବ ସମସ୍ୟାକୁ ସମାଧାନ କରିବାକୁ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story