ଓସ୍କାର ଚିଟ୍‌ଫଣ୍ଡ୍‌ ମାମଲା: ଆଜି ସରୁଛି ପ୍ରଭାସ ରାଉତଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି

ଭୁବନେଶ୍ୱର: ଓସ୍କାର ଚିଟ୍‌ଫଣ୍ଡ୍‌ ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ଆଜି ତାଙ୍କୁ କଟକର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ। ଓସ୍କାର ସଂସ୍ଥାର ଆର୍ଥିକ କାରବାର ନେଇ କ୍ରାଇମବ୍ରାଞ୍ଚ ତାଙ୍କଠାରୁ ତଥ୍ୟ ସଂଗ୍ରହ କରିଛି। ସେହିପରି ଓଲିଉଡ୍ ଓ ଓସ୍କାର ଲିଙ୍କ୍‌ ନେଇ  ମଧ୍ୟ ତାଙ୍କୁ ପଚରାଉଚରା କରାଯାଇଛି। ପ୍ରଭାସଙ୍କଠାରୁ ତଥ୍ୟ ଆଧାରରେ କିଛି ସିନେ କଳାକାରଙ୍କୁ  କ୍ରାଇମବ୍ରାଞ୍ଚ ଜେରା କରିବା ସମ୍ଭାବନା ରହିଛି। ପ୍ରଥମ ପର୍ଯ୍ୟାୟରେ […]

prabhas-rout

Rakesh Mallick
  • Published: Monday, 20 June 2016
  • , Updated: 20 June 2016, 10:57 AM IST

ଭୁବନେଶ୍ୱର: ଓସ୍କାର ଚିଟ୍‌ଫଣ୍ଡ୍‌ ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ଆଜି ତାଙ୍କୁ କଟକର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ। ଓସ୍କାର ସଂସ୍ଥାର ଆର୍ଥିକ କାରବାର ନେଇ କ୍ରାଇମବ୍ରାଞ୍ଚ ତାଙ୍କଠାରୁ ତଥ୍ୟ ସଂଗ୍ରହ କରିଛି। ସେହିପରି ଓଲିଉଡ୍ ଓ ଓସ୍କାର ଲିଙ୍କ୍‌ ନେଇ  ମଧ୍ୟ ତାଙ୍କୁ ପଚରାଉଚରା କରାଯାଇଛି। ପ୍ରଭାସଙ୍କଠାରୁ ତଥ୍ୟ ଆଧାରରେ କିଛି ସିନେ କଳାକାରଙ୍କୁ  କ୍ରାଇମବ୍ରାଞ୍ଚ ଜେରା କରିବା ସମ୍ଭାବନା ରହିଛି। ପ୍ରଥମ ପର୍ଯ୍ୟାୟରେ ୫ଦିନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ପାଞ୍ଚ ଦିନ ଏହିପରି ମୋଟ ୧୦ ଦିନ ଲାଗି ପ୍ରଭାସକୁ ପଚରାଉଚରା  କରାଯାଇଛି। ଓସ୍କାର ଚିଟ୍‌ଫଣ୍ଡ୍‌ ଓଡ଼ିଶା ସମେତ ଗୁଜରାଟ ଓ ମହାରାଷ୍ଟ୍ରରେ ଜମାକାରୀଙ୍କଠାରୁ ୨୩୦ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ରହିଛି।

Related story