ଡିସଚାର୍ଜ ହେଲେ ଓଟିଭି କ୍ୟାମେରା ମ୍ୟାନ୍‌, କହିଲେ- ମନରେ ଦୁଃଖ ରହିଗଲା

କଟକ(ଓଡ଼ିଶା ରିପୋର୍ଟର): ‘ଆପଣ ସମସ୍ତଙ୍କ ଆଶୀର୍ବାଦ ଓ ଭଲ ପାଇବା ଯୋଗୁ ନୂଆ ଜୀବନ ପାଇଛି। ମୁଁ ସୁସ୍ଥ ହୋଇ ଆଜି ଘରକୁ ଫେରୁଛି। ହେଲେ ମନରେ ଦୁଃଖ ରହିଗଲା ଯେ, ଅରିନ୍ଦମ ଭାଇ ରହିଲେ ନାହିଁ। ଆମେ ଦୁହେଁ ସାଥୀ ହୋଇ ସବୁ ଜାଗାକୁ ନ୍ୟୁଜ୍‌ କଭର କରିବାକୁ ଯାଉଥିଲୁ। ଭଗବାନ ମୋତେ ରଖିଲେ, ତାକୁ ନେଇଗଲେ। ତାହା ସବୁଠୁ ଅଧିକ କଷ୍ଟ ଦେଉଛି। ମନରେ ସବୁଦିନ ପାଇଁ ଏହି ଦୁଃଖ ରହିବ।’ କଟକ ମୁଣ୍ଡଳିରେ […]

prabhat sinha

prabhat sinha

Niharika Rout
  • Published: Monday, 27 September 2021
  • Updated: 27 September 2021, 04:08 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ‘ଆପଣ ସମସ୍ତଙ୍କ ଆଶୀର୍ବାଦ ଓ ଭଲ ପାଇବା ଯୋଗୁ ନୂଆ ଜୀବନ ପାଇଛି। ମୁଁ ସୁସ୍ଥ ହୋଇ ଆଜି ଘରକୁ ଫେରୁଛି। ହେଲେ ମନରେ ଦୁଃଖ ରହିଗଲା ଯେ, ଅରିନ୍ଦମ ଭାଇ ରହିଲେ ନାହିଁ। ଆମେ ଦୁହେଁ ସାଥୀ ହୋଇ ସବୁ ଜାଗାକୁ ନ୍ୟୁଜ୍‌ କଭର କରିବାକୁ ଯାଉଥିଲୁ। ଭଗବାନ ମୋତେ ରଖିଲେ, ତାକୁ ନେଇଗଲେ। ତାହା ସବୁଠୁ ଅଧିକ କଷ୍ଟ ଦେଉଛି। ମନରେ ସବୁଦିନ ପାଇଁ ଏହି ଦୁଃଖ ରହିବ।’ କଟକ ମୁଣ୍ଡଳିରେ ବୋଟ୍‌ ଦୁର୍ଘଟଣାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଓଟିଭି କ୍ୟାମେରା ମ୍ୟାନ ପ୍ରଭାତ ସିହ୍ନା ଆଜି ଡିସଚାର୍ଜ ହେବା ପରେ ଏହି କଥା କହି ଭାବବିହ୍ୱଳ ହୋଇପଡ଼ିଥିଲେ।

ପ୍ରଭାତ କହିଥିଲେ, ସେଠୁ କିପରି ବଞ୍ଚିକି ଆସିଛି ତାହା ଉପରବାଲା ହିଁ ଜାଣିଛି। ବୋଟ୍‌ ତଳେ ବହୁ ସମୟ ରହି ଯାଇଥିଲି। ବହୁ ସଂଘର୍ଷ କରି ବାହାରକୁ ଆସିଲି। ଅଘଟଣ କେତେବେଳେ ଆସିବ କେହି କହିପାରିବେନି। ୟା ପୂର୍ବରୁ ବି ଆମେ ବହୁ ବିପଦପୂର୍ଣ୍ଣ ଜାଗାକୁ ଯାଇ କାମ କରିଛୁ। ହେଲେ ଏମିତି ଅଘଟଣ ଘଟିବ ବୋଲି ଆମେ ଜାଣି ନ ଥିଲୁ। ଯେତେବେଳେ ଯାହା ଘଟିବାର ଥିବ ଘଟିବ। ଆମେ କେବଳ ଆମ କାମ କରି ଚାଲିବୁ।

ସୂଚନାଯୋଗ୍ୟ, ଶୁକ୍ରବାର ଘଟିଥିବା ଏହି ଦୁର୍ଘଟଣାରେ ଓଟିଭିର ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସ ଓ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ହୋଇଥିଲା। ମୁଣ୍ଡଳି ବ୍ରିଜ୍‌ ନିକଟରେ ମହାନଦୀରେ ଫସି ଥିବା ଏକ ହାତୀର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଓଡ୍ରାଫ୍‌ ଟିମ୍‌ ସହିତ ଖବର ପ୍ରସାରଣ ପାଇଁ ବୋଟ୍‌ରେ ଯାଇଥିଲେ ଅରିନ୍ଦମ ଓ ପ୍ରଭାତ। ତେବେ ନଦୀର ପ୍ରଖର ସ୍ରୋତରେ ରବର୍ ବୋଟ୍‌ଟି ମୁଣ୍ଡଳି ବ୍ରିଜ୍ ନିକଟରେ ଓଲଟି ପଡ଼ିଥିଲା। ଫଳରେ ଅରିନ୍ଦମ ଓ ସୀତାରାମ ଭାସି ଯାଇଥିଲେ। ଓଡ୍ରାଫ୍‌ର ତିନି ସଦସ୍ୟଙ୍କ ସହିତ ପ୍ରଭାତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପ୍ରଭାତଙ୍କୁ ମେଡିସିନ୍ ବିଭାଗ ଆଇସିୟୁରେ ରଖାଯାଇଥିଲା। ସୁସ୍ଥ ହେବା ପରେ ତିନି ଦିନ ପରେ ଆଜି ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos