ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ହେଉ- ଓଟିଭି ଏମ୍‌ଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର। ଯଦି ଅଭିଯୋଗ ସତ୍ୟ ହୋଇଥାଏ ତେବେ ଦୋଷୀ ଯିଏ ବି ହୋଇଥାଉ ନା କାହିଁକି ତାକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ।’ ଏକ ପ୍ରେସ୍ ରିଲିଜ୍ ଜରିଆରେ ଏହା କହିଛନ୍ତି ଓଟିଭି ଏମ୍‌ଡି ଜଗୀ ମଙ୍ଗତ ପଣ୍ଡା । ରାଜ୍ୟ ମହିଳା କମିଶନରେ ହାଜର ହେବା ପରେ ସେ ଏକ ପ୍ରେସ ରିଲିଜ ଜାରି କରି କହିଛନ୍ତି, ଯେତେବେଳେ ଓଡ଼ିଶା ଟେଲିଭିଜନ ଲିମିଟେଡ୍‌କୁ ଯୌନ […]

jagi-2

jagi-2

Niharika Rout
  • Published: Monday, 21 September 2020
  • Updated: 21 September 2020, 02:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର। ଯଦି ଅଭିଯୋଗ ସତ୍ୟ ହୋଇଥାଏ ତେବେ ଦୋଷୀ ଯିଏ ବି ହୋଇଥାଉ ନା କାହିଁକି ତାକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ।’ ଏକ ପ୍ରେସ୍ ରିଲିଜ୍ ଜରିଆରେ ଏହା କହିଛନ୍ତି ଓଟିଭି ଏମ୍‌ଡି ଜଗୀ ମଙ୍ଗତ ପଣ୍ଡା ।

ରାଜ୍ୟ ମହିଳା କମିଶନରେ ହାଜର ହେବା ପରେ ସେ ଏକ ପ୍ରେସ ରିଲିଜ ଜାରି କରି କହିଛନ୍ତି, ଯେତେବେଳେ ଓଡ଼ିଶା ଟେଲିଭିଜନ ଲିମିଟେଡ୍‌କୁ ଯୌନ ଉତ୍ପୀଡ଼ନ ଅଭିଯୋଗ ମିଳିଲା, ଆମେ ତୁରନ୍ତ ପଦକ୍ଷେପ ନେଇଥିଲୁ। ସୁପ୍ରିମକୋର୍ଟ ଗାଇଡଲାଇନ ଅନୁସାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ICC ଏହାର ତଦନ୍ତ କଲା। ପୀଡ଼ିତାଙ୍କୁ  ପୁଲିସ୍‌ରେ ରିପୋର୍ଟ କରିବାକୁ ମଧ୍ୟ ପରାମର୍ଶ ଦିଆଗଲା ବୋଲି ଓଟିଭି ଏମ୍‌ଡି ଉଲ୍ଲେଖ କରିଛନ୍ତି। ତେବେ ତଦନ୍ତ ଚାଲିଥିବା ସମୟରେ ଏଭଳି କିଛି ବିଚିତ୍ର ଘଟଣା ଘଟିଛି ଯାହାକି ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

ଓଡ଼ିଶା ଟେଲିଭିଜନ ନେଟଓ୍ୱର୍କ ଲିମିଟେଡ୍ ପକ୍ଷରୁ ଘଟଣା ସମ୍ପର୍କିତ ସମସ୍ତ କାଗଜପତ୍ର ଏବଂ ସୂଚନା ପୋଲିସକୁ ଦିଆଯାଇଛି। ଆଉ ଏ ନେଇ  କର୍ତ୍ତୃପକ୍ଷଙ୍କୁ ପୂର୍ଣ୍ଣ ସହଯୋଗ କରାଯାଉଛି। ଏହାସତ୍ତ୍ୱେ ପୋଲିସ ଓଟିଭିରେ ପ୍ରସାରିତ ଏକ ଅଡିଓ ରେକର୍ଡିଂକୁ ନେଇ ଓଟିଭି କର୍ମଚାରୀଙ୍କୁ ଜେରା କରିବା ଦିଗରେ ଅଧିକ ଆଗ୍ରହ ପ୍ରକାଶ କରୁଛି। ରାଜ୍ୟର ଅନ୍ୟ ସରକାରୀ ପ୍ରୋତ୍ସାହିତ ଚ୍ୟାନେଲ୍‌ଗୁଡ଼ିକରେ ଏକ ଲିକ୍ ଅଡିଓ ଟେପ୍ ବ୍ୟାପକ ଭାବେ ପ୍ରସାରଣ କରିବା ପରେ ଯାଇ ଓଟିଭିରେ ଏହି ରେକର୍ଡିଂ ପ୍ରସାରିତ ହୋଇଥିଲା। ତେବେ ତଦନ୍ତକାରୀ ଅଧିକାରୀ ଅନ୍ୟ ଚ୍ୟାନେଲ୍ ଯେଉଁମାନେ କି ପ୍ରଥମେ ଏହା ପ୍ରସାରଣ କରିଥିଲେ, ସେମାନଙ୍କୁ ଜେରା କରିବା ଦିଗରେ ଆଗ୍ରହ ପ୍ରକାଶ କରୁ ନଥିବା ଭଳି ମନେ ହେଉଛି।

ସେହିପରି, ଘଟଣାରେ ଏଫ୍ଆଇଆର୍ ରୁଜୁ ହେବାର ୨୦ ଦିନ ପରେ ବି ମାମଲାରେ ଅଭିଯୁକ୍ତ ୩ ପୋଲିସ କର୍ମଚାରୀଙ୍କୁ ଚିହ୍ନଟ କିମ୍ବା ଜେରା କରିବା ନେଇ କର୍ତ୍ତୃପକ୍ଷ କୌଣସି ଆଗ୍ରହ ଦେଖାଉ ନ ଥିବା ଭଳି ଜଣାପଡୁଛି।

ମାମଲାର ତଦନ୍ତ ସହ ଜଡିତ ବିଭିନ୍ନ ସଂସ୍ଥାର ଅଧିକାରୀ ଓ ଓଟିଭି କର୍ମଚାରୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରୁ ଜଣାପଡୁଛି ଯେ କିଛି ପ୍ରଭାବଶାଳୀ ବ୍ୟକ୍ତି ମାମଲାରୁ ନଜର ହଟାଇବା ଲାଗି ଚାପ ପ୍ରୟୋଗ କରୁଛନ୍ତି। ବିଗତ ଦିନରେ ମଧ୍ୟ ଏହି  ପ୍ରଭାବଶାଳୀ ବ୍ୟକ୍ତିମାନେ ବିଧାନସଭାରେ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣି ଓଟିଭିର ଛବିକୁ ମଳିନ କରିବାକୁ ଅପଚେଷ୍ଟା କରିଥିଲେ। ପରେ ଏହି ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଥିଲା। ନିକଟରେ ଦୁଇ ଜଣ ବ୍ୟକ୍ତି ନିଜର କୋଭିଡ୍ ଅଭିଜ୍ଞତା ସଂପର୍କରେ କଥା ହେଉଥିବାର ଏକ ଅ଼ଡିଓ ଭାଇରାଲ୍ ହୋଇଥିଲା। ଆଉ ତାହା ଓଟିଭିର ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରିତ ହୋଇଥିଲା। ଏହି ମାମଲାରେ ସରକାର ଆମ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଥିଲେ। ଏହି ମାମଲାରେ ପୁଲିସ୍‌ ଆମ କର୍ମଚାରୀଙ୍କୁ ନିୟମିତ ଭାବେ ଡାକି ଥାନାରେ ଘଣ୍ଟା ଘଣ୍ଟା ଧରି ବସାଇ ହଇରାଣ କରିଚାଲିଛି। ବଢିଚାଲିଥିବା କରୋନା ସଂକ୍ରମଣର ମୁକାବିଲା କରିବା ଛାଡି ପୋଲିସ ଭାଇରାଲ ଅଡ଼ିଓ ମାମଲାରେ ଓଟିଭି ଏବଂ ଏହାର କର୍ମଚାରୀଙ୍କ ପଛରେ ଅଧିକ ସମୟ ଖର୍ଚ୍ଚ କରୁନି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଗତ ଅଗଷ୍ଟ ୩୦ ତାରିଖରେ ଏଫଆଇଆର୍ ରୁଜୁ ହୋଇ ତଦନ୍ତ ଆରମ୍ଭ ହେଲା ପରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ୍‌ରେ ଏକ ଅଭିଯୋଗ କରିଥିଲେ ଅଭିଯୋଗକାରିଣୀ। ଦୁର୍ଭାଗ୍ୟବଶତଃ ଶିଶୁ ସୁରକ୍ଷା ଅଧିକାର କମିଶନର ମୁଖ୍ୟ ମାମଲାକୁ ବିସ୍ତୃତ ଭାବେ ଅଧ୍ୟୟନ ନ କରି ଆମ ବିରୋଧରେ ନୋଟିସ ଜାରି କରିଥିଲେ। ଏଥିସହିତ ସେ ଅନ୍ୟ ସରକାରୀ ପ୍ରୋତ୍ସାହିତ ଚ୍ୟାନେଲଙ୍କ ଭଳି ବେଆଇନ ଭାବେ ପୀଡିତାଙ୍କ ପରିଚୟ ପ୍ରଘଟ କରି ପୋକ୍ସୋ ଆଇନକୁ ଉଲ୍ଲଂଘନ କରିଛନ୍ତି। ମହିଳା ଥାନା ଘଟଣାର ତଦନ୍ତ ଆରମ୍ଭ କରିସାରିଥିବା ବେଳେ ନିଜର କ୍ଷମତା ପରିସୀମାକୁ ଉଲ୍ଲଘଂନ କରିବାକୁ ତାଙ୍କ ଉପରେ ଚାପ ପ୍ରୟୋଗ ହୋଇଥିଲା କି? ନା ଅଧ୍ୟକ୍ଷାଙ୍କର ପୋଲିସ୍ ତଦନ୍ତ ଉପରେ ବିଶ୍ୱାସ ନ ଥିଲା? ପୋକ୍ସୋ ଆଇନ ଏବଂ ନିଜର ପରିସୀମାକୁ ଉଲ୍ଲଂଘନ କରିବା ଲାଗି ତାଙ୍କ ବିରୋଧରେ ମାମଲା ଦାଏର ହୋଇଛି କି?

ସେ କହିଛନ୍ତି, ଅଭିଯୋଗକାରିଣୀ ଏବଂ ମୋ’ ମଧ୍ୟରେ ହୋଇଥିବା ଏକ ଗୋପନୀୟ ତଥାକଥିତ କଥାବାର୍ତ୍ତାର ରେକର୍ଡ, ଯାହାକୁ ଅଭିଯୋଗକାରିଣୀ ରେକର୍ଡ କରିଥିଲେ ତାହା କେବଳ ରାଜ୍ୟ ମହିଳା କମିଶନକୁ ଦିଆଯାଇଥିଲା। ଆଉ ସେହିଦିନ ହିଁ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ଚ୍ୟାନେଲଗୁ଼ଡିକୁ ଏହା ଲିକ୍ ହେବା ଏବଂ ସେମାନେ ଅ଼ଡିଓର ସତ୍ୟତ୍ୟା ଯାଞ୍ଚ ନ କରି ମନମୁଖୀ ଭାବେ ପ୍ରସାରଣ କରିବା ସବୁଠାରୁ ବ଼ଡ ଉଦ୍‌ବେଗଜନକ ବିଷୟ। ତେବେ ତଦନ୍ତକାରୀ ଏଜେନ୍ସି ଏ ନେଇ ସେତେଟା ଧ୍ୟାନ ଦେଲା ଭଳି ଲାଗୁ ନାହିଁ। ଏହି ଚ୍ୟାନେଲଗୁଡିକ ପକ୍ଷରୁ ଚାଲିଥିବା ମିଥ୍ୟା ପ୍ରୋପାଗଣ୍ଡାକୁ ରୋକିବା ଲାଗି ଓଟିଭି ପକ୍ଷରୁ ଅଭିଯୋଗକାରିଣୀ ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଅଧ୍ୟକ୍ଷାଙ୍କ ମଧ୍ୟରେ ହୋଇଥିବା ଏକ ଅଡିଓ କଥାବାର୍ତ୍ତା ପ୍ରସାରଣ କରାଯାଇଥିଲା। ଏହାସତ୍ତ୍ୱେ ମହିଳା କମିଶନ୍ ଅଧ୍ୟକ୍ଷା ଆମକୁ ଏଥିପାଇଁ ନୋଟିସ ଜାରି କରିଛନ୍ତି। ଏହି ମାମଲାର କଣ ଅଗ୍ରଗତି ହେଉଛି ତାହା ସେ ଜାଣିପାରୁନାହାନ୍ତି କି ?

ପୁଣି ଥରେ ଆମେ ଏହି ଅଭିଯୋଗର ଉଚିତ୍ ଏବଂ ନିରପେକ୍ଷ ତଦନ୍ତ ଲାଗି ଅନୁରୋଧ କରୁଛୁ। ଅଭିଯୋଗକାରିଣୀ ଉଲ୍ଲେଖ କରିଥିବା ପୋଲିସକର୍ମୀଙ୍କୁ ଚିହ୍ନଟ କରି ଜେରା କରାଯାଉ। ସେହିଭଳି ଯେଉଁ ଗଣମାଧ୍ୟମଗୁଡ଼ିକ ମାମଲା ସମ୍ପର୍କିତ ଲିକ୍ ଅ଼ଡିଓ ରେକର୍ଡିଂକୁ ପ୍ରସାରଣ କରିଥିଲେ ସେମାନେ ବି ତଦନ୍ତ ପରିସରଭୁକ୍ତ ହେବା ଦରକାର। ଯଦି ଏପରି  ନହୁଏ ତେବେ ଏହା ଏକପାଖିଆ ମନେ ହେବା ସହ ତଦନ୍ତକାରୀ ସଂସ୍ଥାଗୁଡିକର ସ୍ୱାଧୀନତା ଉଲ୍ଲଂଘନ କରାଯାଇଥିବା ପ୍ରମାଣିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos