‘ମହାନଦୀରେ ଆସିପାରେ ଛୋଟ ବା ମଧ୍ୟମ ଧରଣର ବନ୍ୟା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୀରାକୁଦ ଉପର ମୁଣ୍ଡରେ ଲାଗି ରହିଛି ବର୍ଷା । ଏଥିଯୋଗୁ ଗତକାଲିଠୁ  ହୀରାକୁଦ ଡ୍ୟାମ୍‌ରେ ୧୨ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଆଜି ଅପରାହ୍ନ ୨ଟାରେ ଆଉ ୬ଟି ଗେଟ୍‌ ଖୋଲା ଯାଇଛି। ତେଣୁ  ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିପାରେ ।  ତେବେ ତଳିଆ ଅଞ୍ଚଳରେ ସ୍ଥିତି ବେଶି ଖରାପ ହେବା ଆଶଙ୍କା ନାହିଁ ବୋଲି ସୂଚନା ଦେଇଛନ୍ତି  ଏସ୍ଆରସି ପ୍ରଦୀପ ଜେନା । ଏଥିସହ ସେ କହିଛନ୍ତି, […]

hirakud dam

hirakud dam

Niharika Rout
  • Published: Wednesday, 15 September 2021
  • Updated: 15 September 2021, 02:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୀରାକୁଦ ଉପର ମୁଣ୍ଡରେ ଲାଗି ରହିଛି ବର୍ଷା । ଏଥିଯୋଗୁ ଗତକାଲିଠୁ  ହୀରାକୁଦ ଡ୍ୟାମ୍‌ରେ ୧୨ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଆଜି ଅପରାହ୍ନ ୨ଟାରେ ଆଉ ୬ଟି ଗେଟ୍‌ ଖୋଲା ଯାଇଛି। ତେଣୁ  ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିପାରେ ।  ତେବେ ତଳିଆ ଅଞ୍ଚଳରେ ସ୍ଥିତି ବେଶି ଖରାପ ହେବା ଆଶଙ୍କା ନାହିଁ ବୋଲି ସୂଚନା ଦେଇଛନ୍ତି  ଏସ୍ଆରସି ପ୍ରଦୀପ ଜେନା ।

ଏଥିସହ ସେ କହିଛନ୍ତି, ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଛି ହେଲେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି ।  ଏବେ ହୀରାକୁଦକୁ ୨.୫୮ କ୍ୟୁସେକ୍‌  ଜଳ ପଶୁଥିବା ବେଳେ ୨.୨୫ ଲକ୍ଷ  କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମ୍ ଜଳସ୍ତର ୬୨୮.୨୩ ଫୁଟ ରହିଛି  । ଡ୍ୟାମ୍ ଜଳସ୍ତର ୬୨୮ ଫୁଟ ମଧ୍ୟରେ ରଖିବାକୁ ସ୍ଥିର କରାଯାଇଛି  । ତେଣୁ ଗେଟ୍‌ ଖୋଲିବା ସଂଖ୍ୟା କ୍ରମଶଃ ବଢ଼ାଯାଉଛି। ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍‌ ଖୋଲାଯିବ ବୋଲି ଡ୍ୟାମ୍‌ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏବେ ସୁଦ୍ଧା ୧୮ଟି ଗେଟ୍‌ ଖୋଲି ସାରିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଆଉ ୨ଟି ଖୋଲାଯିବ ବୋଲି ଜଣାଯାଇଛି।

। ଏବେ ମୁଣ୍ଡଳିରେ ୬.୪ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି  । ଅଧିକ ଗେଟ୍ ଖୋଲିଲେ ବି ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍‌ ପାଣି ପାସ୍ କରିବ।  ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିବା ଆଶଙ୍କା କରାଯାଉଥିବା କହିଛନ୍ତି ଏସ୍ଆରସି  ।

ଲଗାଣ ବର୍ଷା ପରେ  ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଉପରେ ଥିଲେ ବି ଖସୁଛି । ବ୍ରାହ୍ମଣୀ ବିପଦ ସଂକେତ ତଳେ ଥିଲେ ବି ୩ଟି ଛୋଟ ଘାଇ ହୋଇଛି। ଜଳକା ବିପଦ ସଂକେତ ଉପରେ ରହିଛି କିନ୍ତୁ ବନ୍ୟା ପରିସ୍ଥିତି ନାହିଁ । ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୋଲି ସୂଚନା ଦେଇଛନ୍ତି ଏସସଆରସି।

ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୨୧ ଜିଲ୍ଲାର ୧୨୬ ବ୍ଲକ ପ୍ରଭାବିତ ହୋଇଛି । ମୋଟ ୪,୩୩୪ଟି ଗାଁ ଓ ୨୯ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି । ୨୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୩, ୮ ୩୯ଟି ଘର କ୍ଷତିଗ୍ରସ୍ତ ହୋଇଛି । ୧ ଲକ୍ଷ ୩୦ ହଜାର ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଥିବା ନେଇ ପ୍ରାଥମିକ ଆକଳନରୁ ତଥ୍ୟ ମିଳିଥିବା କହିଛନ୍ତି ଏସ୍ଆରସି  ।

ଏହାବାଦ ୧୭ ତାରିଖରେ ଆଉ ଏକ ଲଘୁଚାପ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଏହାକୁ ନେଇ ଏବେଠୁ ଶଙ୍କା ପ୍ରକଟ ପାଇଲାଣି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story