ପୁରୀ ଝିଅ ହେଲେ ଜାତିସଂଘର ନୀତି ଅଧିକାରୀ

ଭୁବନେଶ୍ୱର: ଓଡ଼ିଆ ଝିଅ ବିଶ୍ୱ ଦରବାରରେ ଚମକିଛନ୍ତି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟପର ହୋଇଛନ୍ତି ଓଡ଼ିଆ ଝିଅ ବୈଶାଳୀ ମହାନ୍ତି। ଜାତିସଂଘର ନୀତି ଅଧିକାରୀ ଭାବେ ଏବେ ନିଯୁକ୍ତ ହୋଇଛନ୍ତି। ଚଳିତ ମାସ ୧ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୧୬ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ରେ ମାଷ୍ଟର ଡିଗ୍ରୀ ପରେ ବୈଶାଳୀ ୟୁନାଇଟେଡ୍ ନେସନର ଇଣ୍ଟରନ୍ୟାସନାଲ୍ ସିଭିଲ୍ ସର୍ଭିସେସରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ୨୦୧୮ରେ ୟୁଏନ୍ ମିଶନରେ ଓଆଇଏମ୍ ଅଫିସର ଭାବେ […]

Oxford topper Baisali now UN Policy Officer

Oxford topper Baisali now UN Policy Officer

Subhransu Sekhar
  • Published: Saturday, 04 July 2020
  • Updated: 04 July 2020, 03:42 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଆ ଝିଅ ବିଶ୍ୱ ଦରବାରରେ ଚମକିଛନ୍ତି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟପର ହୋଇଛନ୍ତି ଓଡ଼ିଆ ଝିଅ ବୈଶାଳୀ ମହାନ୍ତି। ଜାତିସଂଘର ନୀତି ଅଧିକାରୀ ଭାବେ ଏବେ ନିଯୁକ୍ତ ହୋଇଛନ୍ତି। ଚଳିତ ମାସ ୧ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।

୨୦୧୬ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ରେ ମାଷ୍ଟର ଡିଗ୍ରୀ ପରେ ବୈଶାଳୀ ୟୁନାଇଟେଡ୍ ନେସନର ଇଣ୍ଟରନ୍ୟାସନାଲ୍ ସିଭିଲ୍ ସର୍ଭିସେସରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ୨୦୧୮ରେ ୟୁଏନ୍ ମିଶନରେ ଓଆଇଏମ୍ ଅଫିସର ଭାବେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ କାମ କରିଥିଲେ। ପୁରୀରେ ଜନ୍ମ ଗ୍ରହଣ କରିଥିବା ବୈଶାଳୀ ପୁରୀରେ ସ୍କୁଲ ଶିକ୍ଷା ସାରିବା ପରେ ଭୁବନେଶ୍ୱର ଓ ପରେ ଦିଲ୍ଲୀର ଲେଡି ଶ୍ରୀରାମ କଲେଜରେ ସ୍ନାତକ ଶିକ୍ଷା ଶେଷ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos