ପି-ପାୱାର, ଆକ୍କା ଓ ବିଜେଡି ଗୁଣ୍ଡାଗିରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାବୁ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଏବେ ପୂରା ନବୀନ ସରକାରକୁ ଲଗେଇ ଦେଇଛନ୍ତି ବାବୁ ‘ପି’। ରାଜ୍ୟ ପଛେ ଚୁଲିକି ଯାଉ, ରାଜ୍ୟବାସୀ ତଳିତଳାନ୍ତ ହୁଅନ୍ତୁ, କିନ୍ତୁ ପଣ୍ଡା କମ୍ପାନୀକୁ ରଖେଇ ଦେବୁନି। ଏଥିପାଇଁ ବିଜେଡିର ତୁଙ୍ଗ ନେତାମାନଙ୍କୁ ଦାୟିତ୍ୱ ବାଣ୍ଟି ଦିଆଯାଇଛି। ସେହି କ୍ରମରେ ଇମ୍ଫା ଥେରୁବାଲି ପ୍ଲାଣ୍ଟ ପଡ଼ିଛି, ହାଲିହାଲି ରାଜ୍ୟସଭା ରିୱାର୍ଡ ପାଇଥିବା ବାବୁ ଅଚ୍ୟୁତଙ୍କ ଭାଗରେ। ଥେରୁବାଲିସ୍ଥିତ ଇମ୍ଫା ପ୍ଲାଣ୍ଟରେ କେମିତି ଗଣ୍ଡଗୋଳ ସୃଷ୍ଟି ହେବ ସେଥିପାଇଁ […]

p

p

Ordigital Desk
  • Published: Friday, 27 April 2018
  • Updated: 27 April 2018, 09:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାବୁ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଏବେ ପୂରା ନବୀନ ସରକାରକୁ ଲଗେଇ ଦେଇଛନ୍ତି ବାବୁ ‘ପି’। ରାଜ୍ୟ ପଛେ ଚୁଲିକି ଯାଉ, ରାଜ୍ୟବାସୀ ତଳିତଳାନ୍ତ ହୁଅନ୍ତୁ, କିନ୍ତୁ ପଣ୍ଡା କମ୍ପାନୀକୁ ରଖେଇ ଦେବୁନି। ଏଥିପାଇଁ ବିଜେଡିର ତୁଙ୍ଗ ନେତାମାନଙ୍କୁ ଦାୟିତ୍ୱ ବାଣ୍ଟି ଦିଆଯାଇଛି। ସେହି କ୍ରମରେ ଇମ୍ଫା ଥେରୁବାଲି ପ୍ଲାଣ୍ଟ ପଡ଼ିଛି, ହାଲିହାଲି ରାଜ୍ୟସଭା ରିୱାର୍ଡ ପାଇଥିବା ବାବୁ ଅଚ୍ୟୁତଙ୍କ ଭାଗରେ। ଥେରୁବାଲିସ୍ଥିତ ଇମ୍ଫା ପ୍ଲାଣ୍ଟରେ କେମିତି ଗଣ୍ଡଗୋଳ ସୃଷ୍ଟି ହେବ ସେଥିପାଇଁ କାଳେ ବାବୁ ଅଚ୍ୟୁତ ତାଙ୍କର ଜଣେ ଆଦିବାସୀ ଭକ୍ତଙ୍କୁ ଲଗେଇ ଦେଇଛନ୍ତି। ଏଥିପାଇଁ କେମିତି ପ୍ଲାନ୍ ହୋଇଛି ସେ ସଂପର୍କରେ ଖୁବ୍ ଚର୍ଚ୍ଚା ହେଉଛି।

ଆପଣ ମାନଙ୍କର ମନେଥିବ, କିଛିଦିନ ତଳେ ବୈଜୟନ୍ତଙ୍କର ଜଣେ ପୂର୍ବତନ ଅନୁଗତ କେମିତି ଫୋନ୍‌ରେ ଆଉଜଣେ ଅନୁଗତଙ୍କୁ କହୁଥିଲେ, ସାଂସଦଙ୍କ ବିରୋଧରେ ଯେତେ ଅଧିକ କାମ କରିବ, ‘ପି’ ଓ ବବିଭାଇ ସେତେ ରିୱାର୍ଡ ଦେବେ। ଠିକ୍ ଏହି ଧାରାରେ ଏବେ ବୈଜୟନ୍ତଙ୍କ ପରିବାର ମାଲିକାନାରେ ଥିବା ବିଭିନ୍ନ ସଂସ୍ଥା ବିରୋଧରେ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଭିନ୍ନ ଭିନ୍ନ ବିଜେଡି ନେତାଙ୍କୁ ଦାୟିତ୍ୱ ଦିଆଯାଇଥିବା ଚର୍ଚ୍ଚା ହେଉଛି। ସେହି କ୍ରମରେ ଇମ୍ଫାର ଥେରୁବାଲି ପ୍ଲାଣ୍ଟ ଅଚ୍ୟୁତ ନନାଙ୍କ ଭାଗରେ ପଡ଼ିଛି।

ନିଜକୁ ସମାଜସେବୀ ବୋଲାଉଥିବା ବାବୁ ଅଚ୍ୟୁତ ଏଥିପାଇଁ ତାଙ୍କର ଜଣେ ଆଦିବାସୀ ଭକ୍ତଙ୍କୁ ଥେରୁବାଲିରେ ଆତଙ୍କ ଖେଳେଇବାକୁ ‘ପାୱାରପ୍ଲସ୍’ ସହ ଦାୟିତ୍ୱ ଦେଇଛନ୍ତି। ସେ ଭକ୍ତଙ୍କ ନାଁ ହେଲା ଜିତୁ ଜାକାସିକା। ଇଏ ହେଉଛନ୍ତି ସେଇ ଆଦିବାସୀ ଯୁବକ, ଯାହାଙ୍କୁ ଥରେ ମାଓବାଦୀମାନେ ଧମକ ଦେଇଥିଲେ। ବାବୁ ଜାକାସିକା କାଳେ ସେଠି ଆଦିବାସୀଙ୍କ ନାଁରେ ଜଣେ କଳଙ୍କ। ଦଲାଲି କରି ଆଦର୍ଶବାଦୀ ବୋଲାନ୍ତି।

ସେଇ ଜିତୁଙ୍କୁ କାଳେ ଅଚ୍ୟୁତ ପାଳିପୋଷି ବଡ଼ କରିଛନ୍ତି, ପାଠ ପଢ଼େଇଛନ୍ତି, ବିଦେଶ ପଠେଇଛନ୍ତି ଓ ବିଜେଡି ପାଇଁ କାମ କରିବାକୁ ଟଙ୍କା ପଇସା ଦେଉଛନ୍ତି। ଆଦିବାସୀ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କୌଣସି ଆଦିବାସୀ କେବେ ହିଂସାତ୍ମକ ଆନ୍ଦୋଳନ କରନ୍ତି ନାହିଁ। କିନ୍ତୁ ଥେରୁବାଲି ଇମ୍ଫା ପ୍ଲାଣ୍ଟରେ ବାବୁ ଜାକାସିକା ଟାଙ୍ଗିଆ ଓ ଖଣ୍ଡାଖର୍ପର ଧରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କ ଖାଇବା ପିଇବା ପାଇଁ ସମସ୍ତ ଖର୍ଚ୍ଚ ଯାଉଛି ଭୁବନେଶ୍ୱରରୁ, ତଥାକଥିତ ସମାଜସେବୀ ‘ଆକ୍କା’ଙ୍କ ସଂସ୍ଥାରୁ। ଆକ୍କାଙ୍କ ସହ ବାବୁ ଜାକାସିକାଙ୍କ ଫଟୋ ବି ବାହାରକୁ ଆସିଲାଣି। ଖୁବ୍‌ଶୀଘ୍ର ତାହା ଲୋକେ ଦେଖିବେ। ବାବୁ ଅଚ୍ୟୁତଙ୍କର ଗୋଟାଏ ଟିଭି ସଂସ୍ଥା ବି ଅଛି। ସେଥିରେ ଥିବା ଫୁଟାଣିଆ ‘ମାଧିଆ’ ସାମ୍ବାଦିକ, ହାପୁଲା ମାରି ବୈଜୟନ୍ତ ବିରୋଧୀ ଖବରକୁ ଚଟାସ୍‌କିନା ବଢ଼େଇ ଚଢ଼େଇ ଦେଖୋଉଛନ୍ତି। କାରଣ ସେ ମାଧିଆ ବାବୁ ‘ପି’-ଙ୍କ ସୌଜନ୍ୟରୁ ଭଲ ମାଲ୍ ପାଉଛନ୍ତି ଓ ଏବେ ବେ ସରକାରୀ ଆକ୍ରିଡେସନ୍ ପ୍ରାପ୍ତ ହୋଇଛନ୍ତି।

ଆହୁରି ଆଶ୍ଚର୍ଯ୍ୟର କଥା ହେଲା, ଥେରୁବାଲିରେ ଆନ୍ଦୋଳକାରୀଙ୍କ ଗୁଣ୍ଡାଗିରି କାଳେ ଚାଲିଛି ସେଠିକାରା ପୋଲିସ୍ ପ୍ରଶାସନର ଛତ୍ରଛାୟା ତଳେ। ସେମାନେ ସବୁ ଦେଖୁଛନ୍ତି କିନ୍ତୁ କିଛି କରୁନାହାଁନ୍ତି। ବରଂ ପ୍ରଶାସନର ବାବୁମାନେ କାଳେ ଜାକାସିକା ବାବୁଙ୍କ ଭଲମନ୍ଦ ବୁଝାବୁଝି କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos