ଧାନ ମୂଲ୍ୟକୁ ନେଇ କାଦୁଅ ଫିଙ୍ଗାଫିଙ୍ଗି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ରାଜରାସ୍ତାରେ ଲଢେଇ ଚାଲିଛି। ବିଧାନସଭାରେ ମଧ୍ୟ ଘମାଘୋଟ ଆଲୋଚନା ହୋଇଛି। ଏସବୁ ଭିତରେ ୨୦୧୮-୧୯ ଖରିଫ୍‌ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କଣ ରହିବ, ସେନେଇ କେନ୍ଦ୍ର ସରକାରଙ୍କ ଦର ନିର୍ଦ୍ଧାରଣ କମିଶନ ଆରମ୍ଭ କରିଦେଇଛନ୍ତି ପ୍ରକ୍ରିୟା। ଧାନ ଉତ୍ପାଦନ ପାଇଁ କେଉଁ କ୍ଷେତ୍ରରେ କେତେ ଟଙ୍କା ଖର୍ଚ୍ଚ ହେଉଛି, ଉତ୍ପାଦନ ମୂଲ୍ୟ କେତେ ହେଉଛି, ସେନେଇ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଅଧୀନସ୍ଥ ଦର […]

pade

Rakesh Mallick
  • Published: Saturday, 02 December 2017
  • , Updated: 02 December 2017, 07:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ରାଜରାସ୍ତାରେ ଲଢେଇ ଚାଲିଛି। ବିଧାନସଭାରେ ମଧ୍ୟ ଘମାଘୋଟ ଆଲୋଚନା ହୋଇଛି। ଏସବୁ ଭିତରେ ୨୦୧୮-୧୯ ଖରିଫ୍‌ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କଣ ରହିବ, ସେନେଇ କେନ୍ଦ୍ର ସରକାରଙ୍କ ଦର ନିର୍ଦ୍ଧାରଣ କମିଶନ ଆରମ୍ଭ କରିଦେଇଛନ୍ତି ପ୍ରକ୍ରିୟା। ଧାନ ଉତ୍ପାଦନ ପାଇଁ କେଉଁ କ୍ଷେତ୍ରରେ କେତେ ଟଙ୍କା ଖର୍ଚ୍ଚ ହେଉଛି, ଉତ୍ପାଦନ ମୂଲ୍ୟ କେତେ ହେଉଛି, ସେନେଇ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଅଧୀନସ୍ଥ ଦର ନିର୍ଦ୍ଧାରଣ କମିଶନ୍ ବିସ୍ତୃତ ତଥ୍ୟ ରାଜ୍ୟ ସରକାରଙ୍କୁ ମାଗିଛି। ଯେଉଁଥିରେ ମଣ୍ଡି ଫି, ପରଚେଜ୍ ଟ୍ୟାକ୍ସ, ଏଜେଣ୍ଟ କମିଶନ୍, ଭିତ୍ତିଭୂମି ସେସ୍ ଆଦି ସଂପର୍କରେ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ଡିସେମ୍ବର ୪ ତାରିଖ ସୁଦ୍ଧା ତଥ୍ୟ ଦେବାକୁ କୁହଯାଇଛି। ତାହା ସହ ଅନ୍ୟ ଏକ ଚିଠିରେ ଏମ୍ଏସ୍‌ପିର ଦର କଣ ରହିବ, ସେନେଇ ପ୍ରସ୍ତାବ ମାଗିଛି କମିଶନ। ମାତ୍ର ରାଜ୍ୟ ସରକାର ୨୦୧୫-୧୬ ଓ ୧୬-୧୭ରେ ଧାନର ସର୍ବନିମ୍ନ ଦର କ୍ୱିଣ୍ଟାଲ ପିଛା ୨୫,୦୦ ଟଙ୍କା କରିବାକୁ ସୁପାରିଶ କରିଥିଲେ। ତେବେ ଆସନ୍ତା ଖରିଫ୍ ପାଇଁ ରାଜ୍ୟ କେତେ ଟଙ୍କାର ସୁପାରିଶ କରିବା ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଏବେ ଧାନର ଏମ୍ଏସ୍‌ପି ୧୫୫୦ ଟଙ୍କା ରହିଛି। ଏହାକୁ ବୃଦ୍ଧି କରିବାକୁ ବିଧାନସଭାରେ ସଙ୍କଳ୍ପ ପାରିତ ହୋଇଛି। ବିଧାନସଭା ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ସମୟ ନଦେବାରୁ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ହୋଇଛି। ଆଉ ଏହି ପ୍ରସ୍ତାବରେ ସହମତି ନଥିବାରୁ ବିଜେପି ପୁଣି ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରିଛି। ଆସନ୍ତା ଖରିଫ୍ ପାଇଁ କେନ୍ଦ୍ର ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ରାଷ୍ଟ୍ରପତିଙ୍କୁ ଭେଟିବା କିଛି ଲାଭ ହେବ ନାହିଁ ବୋଲି ବିଜେପି କହିଛି।

ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ଧାନ କ୍ୱିଣ୍ଟାଲ ପିଛା ଉତ୍ପାଦନ ମୂଲ୍ୟ ଏବେ ୨୩୪୪ ଟଙ୍କା। ଏମ୍ଏସ୍‌ପିକୁ ୨୯୩୦ ଟଙ୍କା  କରିବାକୁ ବିଧାନସଭା ଗୃହ କମିଟି  ଦାବି କରିଛି। ଏଭଳି ସ୍ଥିତିରେ ରାଷ୍ଟ୍ରପତିଙ୍କୁ ଗୃହ କମିଟି ଭେଟିବା ବେଳେ ଏମ୍ଏସ୍‌ପି ୨୯୩୦ ଟଙ୍କା ନା ଅଧିକ କରିବାକୁ ଦାବି କରିବେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଉତ୍ପଦାନ ମୂଲ୍ୟର ଦେଢଗୁଣା ଅର୍ଥାତ ୩୫୧୬ ଟଙ୍କା କରିବେ ନା ତାଠୁ ଅଧିକ ହେବ, ତାକୁ ନେଇ ବି ଚର୍ଚ୍ଚା ଲାଗି ରହିଛି।

Related story