Advertisment

ଧାନ କିଣା ଟୋକନରେ ଆସିବ ସଂସ୍କାର, ଯୋଡ଼ାଗଲା ନୂଆ ସିଷ୍ଟମ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାନ କିଣାରେ ବ୍ୟାପକ ସଂସ୍କାର ମୂଳକ ପଦକ୍ଷେପ ନେବାକୁ ଯାଉଛି ଯୋଗାଣ ବିଭାଗ। ଏ ନେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି। ତିନି ବର୍ଷରେ ପଦାର୍ପଣ କରିଛି ଟୋକନ ସିଷ୍ଟମ। ଏ ସିଷ୍ଟମ ହେଉଛି ଆଧାର ଅଥେଣ୍ଟିକେଟ୍ ରେଜିଷ୍ଟ୍ରେସନ ସିଷ୍ଟମ। ଏହା ସହ ବର୍ତ୍ତମାନ ଇଣ୍ଟର ଆକ୍ଟିଭ ଭଏସ୍ ରେସପନ୍ସ ସିଷ୍ଟମ୍ ଯୋଡ଼ାଯାଇଛି। ଏହା ଚାଷୀଙ୍କୁ ସାହାଯ୍ୟ କରିବ। ଯୋଗ୍ୟ ଚାଷୀ ଯେଉଁମାନେ ପଞ୍ଜିକରଣ କରିଛନ୍ତି, ତାଙ୍କୁ ନ୍ୟାୟ ଦେବା […]

ଅଦ୍ୟତନ ହୋଇଛି
୨୦୨୨-୨୩ ଖାଦ୍ୟ ସଂଗ୍ରହ ନୀତିକୁ କ୍ୟାବିନେଟ୍ ମଞ୍ଜୁରୀ: ୭୧ଲକ୍ଷ ମେଟ୍ରିକ ଟନ୍ ଧାନ ଟାର୍ଗେଟ୍‌

paddy

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାନ କିଣାରେ ବ୍ୟାପକ ସଂସ୍କାର ମୂଳକ ପଦକ୍ଷେପ ନେବାକୁ ଯାଉଛି ଯୋଗାଣ ବିଭାଗ। ଏ ନେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି। ତିନି ବର୍ଷରେ ପଦାର୍ପଣ କରିଛି ଟୋକନ ସିଷ୍ଟମ। ଏ ସିଷ୍ଟମ ହେଉଛି ଆଧାର ଅଥେଣ୍ଟିକେଟ୍ ରେଜିଷ୍ଟ୍ରେସନ ସିଷ୍ଟମ। ଏହା ସହ ବର୍ତ୍ତମାନ ଇଣ୍ଟର ଆକ୍ଟିଭ ଭଏସ୍ ରେସପନ୍ସ ସିଷ୍ଟମ୍ ଯୋଡ଼ାଯାଇଛି। ଏହା ଚାଷୀଙ୍କୁ ସାହାଯ୍ୟ କରିବ। ଯୋଗ୍ୟ ଚାଷୀ ଯେଉଁମାନେ ପଞ୍ଜିକରଣ କରିଛନ୍ତି, ତାଙ୍କୁ ନ୍ୟାୟ ଦେବା କାର୍ଯ୍ୟକ୍ରମ ଯୋଗାଣ ବିଭାଗର ବୋଲି ରଣେନ୍ଦ୍ର ସ୍ୱାଇଁ କହିଛନ୍ତି।

Advertisment

ରଣେନ୍ଦ୍ର ସ୍ୱାଇଁ କହିଛନ୍ତି, ଗତ ବର୍ଷଠାରୁ ପାଞ୍ଚ ପ୍ରତିଶତ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି। ଗତ ବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀଙ୍କୁ ୧୪ ହଜାର ୪୪୪ କୋଟି ମିଳିଥିଲା । ତେଣୁ ଏ ବର୍ଷ ୧୫ଲକ୍ଷ ୭୪ ହଜାର ଚାଷୀଙ୍କୁ ଏହା ପ୍ରଦାନ କରାଯାଇଛି, ଯାହା ଗତବର୍ଷ ତୁଳନାରେ ୫ ପ୍ରତିଶତ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି। ସେମାନଙ୍କୁ ମଧ୍ୟ ଆମେ ୨୪ ଘଣ୍ଟା ଭିତରେ ନାର୍ଯ୍ୟ ପ୍ରାପ୍ୟ, ଏମଏସପି ଦେବା ପାଇଁ ବ୍ୟବସ୍ଥା କରିଛୁ। ତା’ଛଡ଼ା ଏହି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ଆଇଭିଆରଏସ ବ୍ୟବସ୍ଥାର ପ୍ରଚଳନ କରାଯାଇଛି ।

ସେ ଆହୁରି କହିଛନ୍ତି, ଆଗରୁ ୧୯୬୭ ଟୋଲ ଫ୍ରି ନମ୍ବର ଥିଲା। ଏଥିରେ ଆଉ ତିନୋଟି ଚାପ୍ଟର ୫, ୬, ୭କୁ ଯୋଡ଼ା ଯାଇଛି। ଏହାଦ୍ୱାରା ସେମାନେ ତାଙ୍କ ପେମେଣ୍ଟର ଷ୍ଟାଟସ, ଟୋକନ ଷ୍ଟାଟସ ଏବଂ କେଉଁ ତାରିଖରେ ଧାନ ମଣ୍ଡିକୁ ଆଣିବ ସେ ବାବଦରେ ଜାଣି ପାରିବେ। ଫାଷ୍ଟ ଇନ ଫାଷ୍ଟ ଆଉଟ ସିଷ୍ଟମରେ ଧାନ କିଣାଯିବ। ସବୁଠି ଟେକ୍ନୋଲୋଜି ଲାଗିଛି। ତେଣୁ ଏ ସିଷ୍ଟମରୁ ସମସ୍ତେ ଗରିବ ଲୋକଙ୍କୁ ଫାଇଦା ଦେବେ ଏବଂ ସେମାନଙ୍କୁ ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ଭାବେ ସହଯୋଗ କରିବେ ବୋଲି ଆମେ ଆଶା କରୁଛୁ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe