ମୂଲମଜୁରି ଛଡ଼ାଇନେଲା ପଦ୍ମଶ୍ରୀ ! ଦୈତାରୀ କହିଲେ ଲୋଡ଼ା ନାହିଁ ପୁରସ୍କାର

କେନ୍ଦୁଝର(ପ୍ରଣୟ ପାଣି ):ପଦ୍ମଶ୍ରୀ ପୁରସ୍କାର ଫେରାଇବେ କେନ୍ଦୁଝର ଜିଲ୍ଲା ବାଂଶପାଳ ତଳବୈତରଣୀ ଗାଁର ଦୈତାରୀ ନାଏକ। ୨୦୧୯ରେ ପାହାଡ କାଟି ଝରଣା ପାଣିକୁ ନିଜ ଗାଁକୁ ଆଣି ଚାଷ କାମରେ ଲଗାଇ ସମସ୍ତଙ୍କ ଉଦାହରଣ ସାଜିଥିଲେ ଦୈତାରୀ। ଏଥିପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ଝରଣାରେ ପାଣି ସୁଅ କମି ଯାଇଥିବାରୁ ଫସଲ କ୍ଷତିଗ୍ରସ୍ତ ହୋଇଛି। ଗାଁରେ ଫସଲ ହେଉନଥିବା ବେଳେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ପ୍ରଶାସନ ପକ୍ଷରୁ […]

670

670

Tapas Behera
  • Published: Monday, 24 June 2019
  • Updated: 24 June 2019, 07:48 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି ):ପଦ୍ମଶ୍ରୀ ପୁରସ୍କାର ଫେରାଇବେ କେନ୍ଦୁଝର ଜିଲ୍ଲା ବାଂଶପାଳ ତଳବୈତରଣୀ ଗାଁର ଦୈତାରୀ ନାଏକ। ୨୦୧୯ରେ ପାହାଡ କାଟି ଝରଣା ପାଣିକୁ ନିଜ ଗାଁକୁ ଆଣି ଚାଷ କାମରେ ଲଗାଇ ସମସ୍ତଙ୍କ ଉଦାହରଣ ସାଜିଥିଲେ ଦୈତାରୀ। ଏଥିପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ଝରଣାରେ ପାଣି ସୁଅ କମି ଯାଇଥିବାରୁ ଫସଲ କ୍ଷତିଗ୍ରସ୍ତ ହୋଇଛି। ଗାଁରେ ଫସଲ ହେଉନଥିବା ବେଳେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ମିଳିଥିବା ସତ୍ତ୍ୱେ କିଛି ସୁଫଳ ମିଳିନାହିଁ। ଅନ୍ୟପକ୍ଷରେ ପଦ୍ମଶ୍ରୀ ସମ୍ମାନ ପାଇବା ପରେ ଦୈତାରୀଙ୍କୁ ଆଉ ଦିନ ମଜୁରିଆ କାମ ମଧ୍ୟ ମିଳୁନାହିଁ। କାମ ନ ମିଳିବାରୁ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ସେଥିପାଇଁ ଦୈତାରୀ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଅବହେଳିତ ଗ୍ରାମ ତଳବୈତରଣୀ। ଏହି ଗାଁର ଦୈତାରୀ ନାଏକ ଦିନମଜୁରୀ କରି ଜୀବନ ଅତିବାହିତ କରୁଥିଲେ। ନିଜ ଗ୍ରାମରେ ଜଳ ସଂକଟ ଥିବାରୁ ଚାଷ ଜମିରେ ଚାଷ ହୋଇପାରୁ ନ ଥିଲା। ସେ ସମୟରେ ସେ ଏକ ଅସାଧ୍ୟ କାର୍ଯ୍ୟ ହାତକୁ ନେଇଥିଲେ। ପାହାଡ ତଳେ ଥିବା ନିଜ ଚାଷଜମି ସହ ଅନ୍ୟମାନଙ୍କ ଚାଷଜମିକୁ କିପରି ପାଣିର ସୁବିଧା ମିଳିବ ସେହି ଚିନ୍ତାରେ ପାହାଡ ଉପରେ ଥିବା କରତକଟା ଝରଣାକୁ ତଳକୁ ଆଣିବାକୁ ଉଦ୍ୟମ କରି ପାହାଡ କାଟିବା ଆରମ୍ଭ କରିଥିଲେ ସେ । ପ୍ରଥମେ ଲୋକ ତାଙ୍କୁ ପାଗଳ କହିଥିଲେ। କିନ୍ତୁ ପରେ ସେ କିଛି ମାତ୍ରାରେ ସଫଳତା ପାଉଥିବା ଦେଖି ତାଙ୍କ ପରିବାର ଲୋକ ଏଥିରେ ସାହାଯ୍ୟ କରିଥିଲେ। ଦୀର୍ଘ ୪ ବର୍ଷ ହେବ ୩ କିମି ପାହାଡ଼ କାଟି ଏଥିରେ ସେ ପୂର୍ଣ୍ଣ ସଫଳତା ପାଇଥିଲେ। ଯାହା ଦ୍ୱାରା ପାହାଡ ତଳେ ଥିବା ଏକରଏକର ଜମିରେ ସୁନାର ଫସଲ ସମ୍ଭବ ହୋଇପାରିଥିଲା।

ଏହି ଖବର ଲୋକଲୋଚନକୁ ଆସିବା ପରେ ସେ ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ। ତାଙ୍କର ଏପରି କୃତିତ୍ୱ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ପଦ୍ମଶ୍ରୀ ପାଇବା ସମୟରେ ତାଙ୍କୁ  ବିଭିନ୍ନ ମହଲରୁ ବହୁ ଶୁଭେଚ୍ଛା ଅଜାଡି ହୋଇପଡିଥିଲା। ସେ ସମୟରେ ଏହି ଅବହେଳିତ ଗ୍ରାମର ବିକାଶ ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବହୁ ପ୍ରତିଶୃତି ମଧ୍ୟ ମିଳିଥିଲା। ନିଜ ପରିଶ୍ରମରେ ପାହାଡ କାଟି କରିଥିବା ଅସ୍ଥାୟୀ କେନାଲକୁ ସ୍ଥାୟୀ କରିବାକୁ ମିଳିଥିଲା ପ୍ରତିଶ୍ରୁତି। କିନ୍ତୁ ସେ ସବୁ ପ୍ରତିଶ୍ରୁତି କେବଳ କଥାରେ ଅଟକିଗଲା।

ଏବେ ଉକ୍ତ କେନାଲରେ ପର୍ଯ୍ୟାପ୍ତ ପାଣି ଆସୁନଥିବାରୁ ଚାଷ କାର୍ଯ୍ୟ ବନ୍ଦ ହୋଇପଡିଛି। ନିଜର ଅବହେଳିତ ଗ୍ରାମରେ ରାସ୍ତା, ଅଙ୍ଗନବାଡି ପରି ମୌଳିକ ସୁବିଧା ନଥିବାରୁ ତାହା ଦୂର ହେବ ବୋଲି ଆଶା ବାନ୍ଧି ବସିଥିଲେ ଦୈତାରୀ। ତାହାବି ସ୍ୱପ୍ନରେ ରହିଗଲା। ପଦ୍ମଶ୍ରୀ ପାଇବା ପୂର୍ବରୁ ମୁଲମଜୁରୀ ମିଳୁଥିଲା। ଏବେ ପଦ୍ମଶ୍ରୀ ପାଇବା ପରେ ସେ ଜଣେ ସମ୍ମାନନୀୟ ବ୍ୟକ୍ତି ହୋଇପଡିଥିବାରୁ ତାଙ୍କୁ କିମ୍ୱା ତାଙ୍କ ପୁଅମାନଙ୍କୁ କାହାକୁବି କିଛି ମୂଲମଜୁରୀ କାମ ଦେଉନାହାଁନ୍ତି। ଫଳରେ ଆମ୍ୱସଢା ଏବଂ ବଣରୁ ଶାଳପତ୍ର ସଂଗ୍ରହ କରି ସେଥିରୁ ଖଲି ଚଉପତି କରି ତାହାକୁ ବିକ୍ରି କରି ପେଟ ପୋଷୁଛନ୍ତି। ପଦ୍ମଶ୍ରୀ ଉପାଧି ସତରେ ଯେମିତି ତାଙ୍କ ପାଇଁ ଅଭିଶାପ ପାଲଟିଛି। ଏହି କରଣରୁ ସେଏବେ ପଦ୍ମଶ୍ରୀ ଉପାଧି ସରକାରଙ୍କୁ ଫେରାଇାଦେବାକୁ ମନସ୍ତ କରିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story