ପାହାଳ ରସଗୋଲା ବ୍ୟବସାୟୀଙ୍କୁ ନେଇ ଗଠନ ହେଲା ସୋସାଇଟି, ରସଗୋଲାର ଜିଆଇ ମାନ୍ୟତା ପାଇଁ ଆବେଦନ କରିବ ସୋସାଇଟି

ଭୁବନେଶ୍ୱର: ପାଟିର ସୁଆଦ ବଢ଼ାଉଥିବା ରସଗୋଲାକୁ ନେଇ ଚାଲିଛି ବିବାଦ। ରସଗୋଲା ଓଡ଼ିଶାର ନା ପଶ୍ଚିମ ବଙ୍ଗର ତାକୁ ନେଇ ଉଭୟ ରାଜ୍ୟ ହୋଇଛନ୍ତି ମୁହାଁମୁହଁ।  ରସଗୋଲା ପାଇଁ ଜିଆଇ ବା ଜିଓଗ୍ରାଫିକାଲ ଇଣ୍ଡିକେସନ୍ ମାନ୍ୟତା ହାସଲ ପାଇଁ ପଶ୍ଚିମ ବଙ୍ଗ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ରସଗୋଲା ପାଇଁ ଜିଆଇ ମାନ୍ୟତା ହାସଲ କରିବା ପାଇଁ ଓଡ଼ିଶା ସରକାର ବି ଅଣ୍ଟା ଭିଡ଼ିଛନ୍ତି। ସରକାର ଏଥିପାଇଁ ଗଠନ କରିଛନ୍ତି ୩ଟି କମିଟି।  ପ୍ରତି କମିଟିରେ […]

rasogala

Rakesh Mallick
  • Published: Monday, 05 October 2015
  • , Updated: 05 October 2015, 05:30 AM IST

ଭୁବନେଶ୍ୱର: ପାଟିର ସୁଆଦ ବଢ଼ାଉଥିବା ରସଗୋଲାକୁ ନେଇ ଚାଲିଛି ବିବାଦ। ରସଗୋଲା ଓଡ଼ିଶାର ନା ପଶ୍ଚିମ ବଙ୍ଗର ତାକୁ ନେଇ ଉଭୟ ରାଜ୍ୟ ହୋଇଛନ୍ତି ମୁହାଁମୁହଁ।  ରସଗୋଲା ପାଇଁ ଜିଆଇ ବା ଜିଓଗ୍ରାଫିକାଲ ଇଣ୍ଡିକେସନ୍ ମାନ୍ୟତା ହାସଲ ପାଇଁ ପଶ୍ଚିମ ବଙ୍ଗ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ରସଗୋଲା ପାଇଁ ଜିଆଇ ମାନ୍ୟତା ହାସଲ କରିବା ପାଇଁ ଓଡ଼ିଶା ସରକାର ବି ଅଣ୍ଟା ଭିଡ଼ିଛନ୍ତି। ସରକାର ଏଥିପାଇଁ ଗଠନ କରିଛନ୍ତି ୩ଟି କମିଟି।  ପ୍ରତି କମିଟିରେ ୭ ଜଣ ଲେଖାଏଁ ସଦସ୍ୟ ଅଛନ୍ତି।  ଗୋଟିଏ କମିଟି ଏହାର ଐତିହାସିକ ପୃଷ୍ଠ ଭୂମି ଉପରେ ତଥ୍ୟ ସଂଗ୍ରହ କରିବ, ଦ୍ୱିତୀୟ କମିଟି ପଶ୍ଚିମ ବଙ୍ଗ ସରକାର ରସଗୋଲା ସଂପର୍କରେ କ’ଣ ପଦକ୍ଷେପ ନେଉଛନ୍ତି ତା’ର ତର୍ଜମା କରିବ ଓ ଶେଷ କମିଟି  ଜିଆଇ ମାନ୍ୟତା ପାଇଁ ଆବଶ୍ୟକ ଆବେଦନ ପ୍ରସ୍ତୁତି କରିବ। ଆଉ ଏହା ଭିତରେ ପାହାଳ ରସଗୋଲା ବ୍ୟବସାୟୀ ମାନଙ୍କୁ ନେଇ ଏକ ସୋସାଇଟି ଗଠନ କରାଯାଇଛି।  ଏହି ସୋସାଇଟ ମାଧ୍ୟମରେ ଜିଆଇ ଆବେଦନ କରାଯିବ।

ବିଜ୍ଞାନ ଓ ବୈଷୟିକ ବିଭାଗ ଅତିରିକ୍ତ ଶାସନ ସଚିବ ଅଞ୍ଜନା ପୃଷ୍ଟି କହିଛନ୍ତି ଯେ ରସଗୋଲାର ଜିଆଇ ପାଇଁ ପାହାଳ ରସଗୋଲା ବ୍ୟବସାୟୀଙ୍କୁ ନେଇ ଗଠିତ କମିଟି ଆବେଦନ କରିବ। ରସଗୋଲାର ଜିଆଇ ପାଇଁ ସେମାନେ ଯେମିତି ଠିକ୍ ଭାବେ ଆବେଦନ କରିବେ ସେନେଇ ସରକାର ସେମାନଙ୍କୁ ସହଯୋଗ କରିବେ। ରସଗୋଲା ଜିଆଇ ମାନ୍ୟତା ପାଇଁ ମାସେ ମଧ୍ୟରେ ଆବେଦନ କରାଯିବ। ରସଗୋଲା ନେଇ ଗଠନ କରାଯାଇଥିବା କମିଟି ୧୫ ଦିନ ପରେ ରିପୋର୍ଟ ଦେବେ। ତା’ପରେ ଜିଆଇ ଆବେଦନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ।

ଜିଓଗ୍ରାଫିକାଲ ଇଣ୍ଡିକେସନ୍ ଆକଟ ୧୯୯୯ ମସିହା ଆଇନ୍ ଅନୁସାରେ ରସଗୋଲା ଉପରେ ଆଇନର ଷ୍ଟାମ୍ପଲାଗିବ।  ଯେମିତି ବାସୁମତି ଚାଉଳ ଓ ଦାରଜଲିଂ ଚା ପ୍ରଭୃତି ମାନ୍ୟତା ପାଇଛି। ଓଡ଼ିଶା ତାର ବରିଷ୍ଠ ଯୁକ୍ତି ଉପସ୍ଥାପନ ପାଇଁ ଗବେଷକ, ଐତିହାସିକ ଓ ବୁଦ୍ଧିଜିବୀ ମାନଙ୍କୁ ନେଇ ଏକ ସେମିନାର କରାଯାଇ ରସଗୋଲା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ।

ବରିଷ୍ଠ ବୈଜ୍ଞାନିକ ପ୍ରଦୀପ୍ତ କୁମାର ବେଉରା କହିଛନ୍ତି ଯେ ରସଗୋଲା ନେଇ ଗଠିତ ପ୍ରଥମ କମିଟିର ବୈଠକ ଶେଷ ହୋଇଛି। ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ପ୍ରକାରେ ରସଗୋଲା ସଂପର୍କିତ ତଥ୍ୟ ପ୍ରଦାନ କରିବା ପାଇଁ ପବ୍ଲିକ୍ ନୋଟିସ୍ ମାଧ୍ୟମରେ ବୁଦ୍ଧିଜୀବୀ ତଥା ସାଧାରଣ ଲୋକଙ୍କୁ ଆହ୍ୱାନ କରାଯିବ। ସେମାନେ ମେଲ କରି ରସଗୋଲା ସଂପର୍କିତ ତଥ୍ୟ ପ୍ରଦାନ କରିପାରିବେ। ରସଗୋଲା ଓଡ଼ିଶାର ବୋଲି ପ୍ରମାଣ ଯୋଗାଡ଼ କରିବାରେ ସେମାନଙ୍କ ତଥ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କମିଟି ଆଶା କରୁଛି।

Related story