ବିବାଦ, ହିଂସାକାଣ୍ଡ, ବୁଥ୍‌ କ୍ୟାପ୍‌ଚର ଓ ରିଗିଂ ସହ ଭୋଟ୍‌ ରେକର୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ବିବାଦ, ସଂଘର୍ଷ ଓ ରକ୍ତପାତରେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଅନେକ ସ୍ଥାନରେ ବୁଥ୍‌ କ୍ୟାପ୍‌ଚର ଓ ଭୋଟ୍‌ ରିଗିଂଠାରୁ ଆରମ୍ଭ କରି ଭୋଟ ବାକ୍ସ ଲୁଟ୍ ‌ପରି ଘଟଣା ମଧ୍ୟ ଘଟିଛି। ପ୍ରଥମ ପର୍ଯ୍ୟାୟରେ ୭୭.୨% ମତଦାନ ହୋଇଥିଲା। ଏହା ମଧ୍ୟରେ ବୌଦ୍ଧରେ ସର୍ବାଧୀକ ୮୪.୭% ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ସର୍ବାନିମ୍ନ ୬୪.୯୬ ପ୍ରତିଶତ ମତଦାନ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୭୮.୩% ମତଦାନ ହୋଇଛି। […]

attack on journalist-1

attack on journalist-1

Ordigital Desk
  • Published: Thursday, 24 February 2022
  • Updated: 24 February 2022, 10:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ବିବାଦ, ସଂଘର୍ଷ ଓ ରକ୍ତପାତରେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଅନେକ ସ୍ଥାନରେ ବୁଥ୍‌ କ୍ୟାପ୍‌ଚର ଓ ଭୋଟ୍‌ ରିଗିଂଠାରୁ ଆରମ୍ଭ କରି ଭୋଟ ବାକ୍ସ ଲୁଟ୍ ‌ପରି ଘଟଣା ମଧ୍ୟ ଘଟିଛି। ପ୍ରଥମ ପର୍ଯ୍ୟାୟରେ ୭୭.୨% ମତଦାନ ହୋଇଥିଲା। ଏହା ମଧ୍ୟରେ ବୌଦ୍ଧରେ ସର୍ବାଧୀକ ୮୪.୭% ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ସର୍ବାନିମ୍ନ ୬୪.୯୬ ପ୍ରତିଶତ ମତଦାନ ହୋଇଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୭୮.୩% ମତଦାନ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାରେ ୮୫.୬୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬୪.୮୬ ପ୍ରତିଶତ ମତଦାନ ହୋଇଥିଲା। ଫେବୃୟାରୀ ୨୦ ହୋଇଥିବା ତୃତୀୟ ପର୍ଯ୍ୟାୟରେ ସର୍ବାଧିକ ୭୮.୬% ମତଦାନ ହୋଇଥିଲା। ଯେଉଁଥିରେ ସୁବର୍ଣ୍ଣପୁରରେ ୮୭.୪୪% ମତଦାନ ହୋଇଥିବା ବେଳେ ଗଂଜାମରେ ସର୍ବନିମ୍ନ ୬୬.୭୫ ପ୍ରତିଶତ ଭୋଟର ନିଜର ମତ ସାବ୍ୟସ୍ତ କରିଥିଲେ।

ସେହିପରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୭୯ ପ୍ରତିଶତ ମତଦାନ ହୋଇଥିଲା। ଯେଉଁଥିରେ ପୁନଃ ସୁବର୍ଣ୍ଣପୁରରେ ସର୍ବାଧିକ ୮୬.୫୭ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ପୂର୍ବଭଳି ଗଂଜାମରେ ସବୁଠାରୁ କମ୍ ୬୫.୨୧ ପ୍ରତିଶତ ମତଦାନ ହୋଇଥିଲା। ହେଲେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଦ ହୋଇଥିବା ୪୯ଟି ବୁଥ୍‌ରେ ପୁନଃ ମତଦାନ ହୋଇଥିଲା। ୪୯ଟି ବୁଥ୍ ମଧ୍ୟରୁ ପ୍ରଥମ ପର୍ଯ୍ୟାୟର ୨୫ଟି ବୁଥ୍ ରହିଛି। ଏହା ସହ ଦ୍ୱିତୀୟ ପର୍ଯ୍ୟାୟରେ ବିଭ୍ରାଟ୍‌ ଘଟିଥିବା ୨୪ଟି ବୁଥ୍‌ରେ ମଧ୍ୟ ହୋଇଥିଲା ପୁନଃ ମତଦାନ। ସେହିପରି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ପ୍ରଥମ ପର୍ଯ୍ୟାୟରେ ୨୩ଟି ସ୍ଥାନରେ ମତଦାନ ବନ୍ଦ ରହିଥିଲା। ଏହା ମଧ୍ୟରୁ ଗୋଟିଏ ଜିଲ୍ଲା ପରିଷଦ, ୬ଟି ସରପଞ୍ଚ ପଦବୀ, ୩ଟି ପଞ୍ଚାୟତ ସମିତି ସଭ୍ୟ, ୧୩ଟି ୱାର୍ଡ ମେମ୍ବର ପଦବୀରେ ନିର୍ବାଚନ ବନ୍ଦ ରହିଛି।

ଚଳିତ ପଞ୍ଚାୟତ ନିର୍ବାଚନରେ କିଛି ରୋଚକ ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା। ଖାଦ୍ୟାଭାବ ପାଇଁ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବା ଯାଜପୁର ଜିଲ୍ଲା ନଗଡାର ଆଦିବାସୀ ସଂପ୍ରଦାୟ ଦୀର୍ଘ ୨୦ ବର୍ଷ ପରେ ଭୋଟ୍‌ ଦେଇ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି। ଦୀର୍ଘ ୧୫ ବର୍ଷ ପରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତରେ ମଧ୍ୟ ପଡ଼ିଥିଲା ଭୋଟ୍। ପୂର୍ବରୁ ଲାଲବାହିନୀ ଭୟରେ ଲୋକମାନେ ଭୋଟ୍ ଦେଉନଥିଲେ। ଅନ୍ୟପଟେ ମତଦାନର ବଂଚିତ ହୋଇଥିବା କିଛି ଆଦିବାସୀ ମଧ୍ୟ ନିଜ ନିଜ ଶୈଳୀରେ ପ୍ରତିବାଦ କରିଥିଲେ। ମତଦାନରୁ ବଂଚିତ ଥିବା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଶୂନଖଣ୍ଡ ପଞ୍ଚାୟତର ନିୟମଗିରିର ଡଙ୍ଗରିଆ କନ୍ଧମାନେ ପ୍ରତିବାଦ କରି ଭୋଟ ବାକ୍ସ ଉଠାଇ ନେଇ ଯାଇଥିଲେ।

ସେହିପରି ଗଞ୍ଜାମ ଜିଲ୍ଲା ତୁମ୍ବା ପଂଚାୟତର ଧାଡ଼ିଆମ୍ବ ଗ୍ରାମର ଆଦିବାସୀ ଭୋଟଦାନରୁ ବଂଚିତ ହେବା ପରେ ପାତ୍ରପୁର ବ୍ଲକ ବିଡ଼ିଓଙ୍କୁ ୪ ଘଣ୍ଟା ପାଇଁ ଅପହରଣ କରି ନେଇଥିଲେ। ଲିଖିତ ଚୁକ୍ତିନାମା କରିବା ପରେ ମୁକୁଳି ଥିଲେ ବିଡ଼ିଓ। ତେବେ ଚଳିତ ପଂଚାୟତ ନିର୍ବାଚନରେ ପ୍ରମୁଖ ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା ସାମ୍ବାଦିକଙ୍କୁ ମରାଣନ୍ତ୍ରକ ଆକ୍ରମଣ ଘଟଣା। ଦୁର୍ବୃତ୍ତମାନେ ବୁଥ୍ କ୍ୟାପଚର କରି ବେଆଇନ୍‌ ଭାବେ ମତଦାନ କରୁଥିବାର  ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣା ପ୍ରଥମେ ପୁରୀ ଜିଲ୍ଲା କଣାସରେ ଘଟିଥିଲା। ଏହା ପରେ ଏହିପରି ହିଂସାକାଣ୍ଡ ନୟାଗଡ଼, ଚାନ୍ଦବାଲି ଓ ଯାଜପୁର ଜିଲ୍ଲା ବିଞ୍ଝାପୁରରେ ମଧ୍ୟ ଦେଖିବାକୁ ମିଳିଥିଲା। ବିଞ୍ଝାରପୁରରେ ସାମ୍ବାଦିକଙ୍କ ଉପରେ ଯେଉଁଭଳି ମିଳିତ ଆକ୍ରମଣ ହୋଇଥିଲା, ତାହା ସବୁ ସୀମା ସରହଦ ପାର କରିଥିଲା।

କେବଳ ସମ୍ବାଦିକ ନୁହଁନ୍ତି ରାଜନୈତିକ ଆକ୍ରୋଶର ଶିକାର ପୁଲିସବାବୁ ମଧ୍ୟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ପୁଲିସକୁ ସ୍ଥାନୀୟ ଲୋକ ଗୋଡ଼ାଇ ଗୋଡ଼ାଇ ପିଟିଥିବା ବେଳେ ଢେଙ୍କାନାଳ ନିହଲପ୍ରସାଦ ପୋଲିଂ ବୁଥରେ ପ୍ରିଜାଇଡିଂ ଅଫିସରଙ୍କୁ ମାରି ଭୋଟ ବାକ୍ସ ଛଡାଇ ନେଇଥିଲେ ଦୁର୍ବୃତ୍ତ। ରାଜ୍ୟର ବିଭିନ୍ନ କୋଣରେ ଏମିତି ରାଜନୈତିକ ହିଂସା ଗାଁ ଗାଁରେ ଉତ୍ତେଜନା ସୃଷ୍ଟି କରିଥିଲା। କେଉଁଠି ବୋମାମାଡ଼ ତ ଆଉ କେଉଁଠି ଲାଠି ଭୁଜାଲି ମଧ୍ୟ ବୁଲିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story