ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆରମ୍ଭ; ଗଞ୍ଜାମ ଜିଲ୍ଲା ମନ୍ତ୍ରୀ ଓ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା  

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଆରମ୍ଭ କରି ଦେଇଛି ଜୋରଦାର ପ୍ରସ୍ତୁତି। ଆଜି ନବୀନ ନିବାସରେ ଗଞ୍ଜାମ ଜିଲ୍ଲା ସଂଗଠନର ମୁଖିଆଙ୍କ ସହ ଆଲୋଚନା କରିଥିଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ଜିଲ୍ଲା ମନ୍ତ୍ରୀ, ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାରେ ବିଜେଡି ଯେଭଳି ସବୁ ସିଟ୍ ହାତେଇବ ସେନେଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିଥିଲେ। ଏହା ସହ ସମନ୍ୱୟ ରକ୍ଷା କରି କାମ କରିବାକୁ ସେ […]

surya

Rakesh Mallick
  • Published: Monday, 02 January 2017
  • , Updated: 02 January 2017, 09:58 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଆରମ୍ଭ କରି ଦେଇଛି ଜୋରଦାର ପ୍ରସ୍ତୁତି। ଆଜି ନବୀନ ନିବାସରେ ଗଞ୍ଜାମ ଜିଲ୍ଲା ସଂଗଠନର ମୁଖିଆଙ୍କ ସହ ଆଲୋଚନା କରିଥିଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ଜିଲ୍ଲା ମନ୍ତ୍ରୀ, ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାରେ ବିଜେଡି ଯେଭଳି ସବୁ ସିଟ୍ ହାତେଇବ ସେନେଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିଥିଲେ। ଏହା ସହ ସମନ୍ୱୟ ରକ୍ଷା କରି କାମ କରିବାକୁ ସେ ସବୁ ନେତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ପ୍ରାର୍ଥୀ ଚୟନ ନେଇ ବର୍ତ୍ତମାନ କିଛି ସ୍ଥାନରେ ବିବାଦ ରହିଛି। ତେଣୁ ନିର୍ବିବାଦୀୟ ପ୍ରାର୍ଥୀଙ୍କ ତାଲିକା ଦେବାକୁ ମୁଖ୍ୟମନ୍ତ୍ରୀ ସବୁ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିଜେଡିର ବରିଷ୍ଠ ମୁଖପାତ୍ର ତଥା ଗଞ୍ଜାମ ଜିଲ୍ଲାର ଅନ୍ୟତମ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି,“ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରରେ ଦଳକୁ ଯେପରି ଅଧିକରୁ ଅଧିକ ସଫଳତା ମିଳିବ ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକଙ୍କ ସହିତ ଆଲୋଚନା କରିଛନ୍ତି। ଜିଲ୍ଲାପରିଷଦ ପ୍ରାର୍ଥୀ ଚୟନ ଦାୟିତ୍ୱ ଦଳର ପର୍ଯ୍ୟବେକ୍ଷକ ଓ ବିଧାୟକଙ୍କୁ ଦିଆଯାଇଛି। ଏହାଛଡ଼ା ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।”

ଏହାସହ ମୟୂରଭଞ୍ଜ ସମେତ ଆଉ କିଛି ସାଂଗଠନିକ ଜିଲ୍ଲାର ବିଧାୟକ, ସାଂସଦ ଓ ପର୍ଯ୍ୟବେକ୍ଷକଙ୍କ ସହ ନବୀନ ଆଲୋଚନା କରିଥିଲେ।

ଆଗାମୀ ଦୁଇ ତିନି ଦିନ ଭିତରେ ପର୍ଯ୍ୟାୟ କ୍ରମେ ସମସ୍ତ ସାଂଗଠନିକ ଜିଲ୍ଲାର ମୁଖିଆ,ବିଧାୟକ ଓ ସାଂସଦଙ୍କୁ ଡାକି ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ପାତ୍ର କହିଛନ୍ତି।

 

Related story