ବିଧାନସଭାରେ ହାଇକୋର୍ଟ ବେଞ୍ଚ ଝଡ଼, କଂଗ୍ରେସ-ବିଜେପି କଥା କଟାକଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଜି ହଟ୍ଟଗୋଳ ହୋଇଛି। ଏଥିଯୋଗୁ ଗୃହ ୩ଟା ଯାଏ ମୁଲତବୀ ରହିଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ, ବଲାଙ୍ଗିରରେ ସ୍ଥାୟୀ ବେଞ୍ଚ ପାଇଁ ଯଶଓ୍ୱନ୍ତ କମିଶନ ରିପୋର୍ଟ ଦେଇଥିଲେ। ୬ ମାସରେ ବିଧାନସଭାରେ ରିପୋର୍ଟ ଉପସ୍ଥାପନ ହେବା କଥା। ଇତି ମଧ୍ୟରେ ୬ ବର୍ଷ ବିତିଗଲା। ଆଜିପର୍ଯ୍ୟନ୍ତ ରିପୋର୍ଟ ଆଗତ ହୋଇପାରିନି। ତାହା କୁଆଡ଼େ ଗଲା […]

pandemonium-in-odisha-assembly-over-high-court-bench-issue

Manoranjan Sial
  • Published: Tuesday, 16 July 2019
  • Updated: 16 July 2019, 04:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଜି ହଟ୍ଟଗୋଳ ହୋଇଛି। ଏଥିଯୋଗୁ ଗୃହ ୩ଟା ଯାଏ ମୁଲତବୀ ରହିଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ, ବଲାଙ୍ଗିରରେ ସ୍ଥାୟୀ ବେଞ୍ଚ ପାଇଁ ଯଶଓ୍ୱନ୍ତ କମିଶନ ରିପୋର୍ଟ ଦେଇଥିଲେ। ୬ ମାସରେ ବିଧାନସଭାରେ ରିପୋର୍ଟ ଉପସ୍ଥାପନ ହେବା କଥା। ଇତି ମଧ୍ୟରେ ୬ ବର୍ଷ ବିତିଗଲା। ଆଜିପର୍ଯ୍ୟନ୍ତ ରିପୋର୍ଟ ଆଗତ ହୋଇପାରିନି। ତାହା କୁଆଡ଼େ ଗଲା ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି,“ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ କୋର୍ଟ ବର୍ଜନ କରିଛନ୍ତି। ଏହା ଦ୍ୱାରା ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଆଉ କେତେ ଦିନ ଚାଲିବ? ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ।” ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ। କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋ-ହାଲ୍ଲା ଓ ନାରାବାଜି କରିଥିଲେ।

କଂଗ୍ରେସର ଏଭଳି ଆଚରଣକୁ ନେଇ ବିଜେପି ବିଧାୟକମାନେ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ। ବାଚସ୍ପତି ଗୃହକୁ ସଠିକ ଭାବେ ପରିଚାଳନା ନକଲେ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିବାକୁ ଧମକ ଦେଇଥିଲେ। ଏଥିପାଇଁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତଵୀ ଘୋଷଣା କରିଥିଲେ।

ଗୃହ ମୁଲତଵୀ ପରେ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, କଂଗ୍ରେସ ହୋହାଲ୍ଲା କରି ଜାଣିଶୁଣି ଅନ୍ୟମାନଙ୍କୁ କହିବାକୁ ସୁଯୋଗ ଦେଉନି। କହିବା ପାଇଁ ପାଳି ଆସିଲା ବେଳେ ଅଟକାଯାଉଛି। ଏଥିପାଇଁ ଫିକ୍ସିଂ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଆମେ ଅଚଳାବସ୍ଥା କଲେ କେହି ସମ୍ଭାଳି ପାରିବେନି ବୋଲି ବିଷ୍ଣୁ କହିଛନ୍ତି।

ବିରୋଧୀ ଦଳ ଉପନେତାଙ୍କ ଏପରି ଆରୋପର ଜବାବ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି,“ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ବିଜେପି କାହିଁକି ଉଠାଉନି? ଶାସକ ଦଳକୁ ସୁରକ୍ଷା ଦେବାକୁ ବିଜେପି ଅନ୍ୟ ପ୍ରସଙ୍ଗ ଉଠାଉଛି। ମୁଖ୍ୟମନ୍ତ୍ରୀଙ୍କ ଦୟାରେ ବିଜେପି ଜଣଙ୍କୁ ରାଜ୍ୟସଭାକୁ ପଠାଇଛି। ଏଥିରୁ ପ୍ରମାଣିତ କିଏ କାହା ସହ ହାତ ମିଳାଇଛି।”

ତେବେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, "କାହା ସହିତ କିଛି ଫିକ୍ସିଂ ହୋଇନାହିଁ। ଯଦି ଫିକ୍ସିଂ ହୋଇଥିବ, ତାହାହେଲେ କଂଗ୍ରେସ ଓ ବିଜେପି ଭିତରେ ହୋଇଥିବ। ଆମେ କେମିତି ଜାଣିବୁ? ଆମର କାହା ସହିତ ଫିକ୍ସିଂ ହୋଇନାହିଁ। ଗୃହ କେମିତି ଚାଲିବ, ସେ ସମ୍ପର୍କରେ ବାଚସ୍ପତି ଉଭୟଙ୍କୁ ଡାକି ଆଲୋଚନା କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story