ମୁଖ୍ୟମନ୍ତ୍ରୀଙ୍କ ସାରଥୀ ହେଲେ ପାଣ୍ଡିଆନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଆଜି ତାଙ୍କର ‘ସାରଥୀ’ ଦାୟିତ୍ୱ ତୁଲାଇଛନ୍ତି। ସରକାରୀ କାରରେ ମୁଖ୍ୟମନ୍ତ୍ରୀଙ୍କୁ ବସାଇ ଡ୍ରାଇଭର ସିଟରେ ନିଜେ ଶ୍ରୀ ପାଣ୍ଡିଆନ ବସି ନବୀନ ନିବାସରୁ ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆ ପର୍ଯ୍ୟନ୍ତ ନେବାଆଣିବା କରିବା ଏବେ ପାୱାର କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ୱାଧୀନତା ଦିବସ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଆସିଥିଲେ ମଧ୍ୟ ଡ୍ରାଇଭର […]

6890-1

6890-1

Manoranjan Sial
  • Published: Saturday, 15 August 2020
  • Updated: 15 August 2020, 05:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଆଜି ତାଙ୍କର ‘ସାରଥୀ’ ଦାୟିତ୍ୱ ତୁଲାଇଛନ୍ତି। ସରକାରୀ କାରରେ ମୁଖ୍ୟମନ୍ତ୍ରୀଙ୍କୁ ବସାଇ ଡ୍ରାଇଭର ସିଟରେ ନିଜେ ଶ୍ରୀ ପାଣ୍ଡିଆନ ବସି ନବୀନ ନିବାସରୁ ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆ ପର୍ଯ୍ୟନ୍ତ ନେବାଆଣିବା କରିବା ଏବେ ପାୱାର କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ୱାଧୀନତା ଦିବସ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଆସିଥିଲେ ମଧ୍ୟ ଡ୍ରାଇଭର କିମ୍ବା ସୁରକ୍ଷା କର୍ମୀଙ୍କ ପରିବର୍ତ୍ତେ ଶ୍ରୀ ପାଣ୍ଡିଆନ କାର ଚଳାଇ ଆସିଥିଲେ। ସରକାରୀ କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିର ଡ୍ରାଇଭର ହେବାକୁ ରାଜ୍ୟ ବିଜେପି ବି କଡ଼ା ଭାଷାରେ ସମାଲୋଚନା କରିଛି।

ରାଜ୍ୟସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାମିଲ ହୋଇଥିଲେ। ନିର୍ଦ୍ଧାରିତ ସମୟରେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରେହ ସ୍ଥଳୀରେ ମୁଖ୍ୟମନ୍ତ୍ରୀ ପହଂଚିଥିଲେ। ତେବେ ଗାଡ଼ିର ଡ୍ରାଇଭର ଭାବେ ତାଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଥିଲା। ପତାକା ଉତ୍ତୋଳନ, ଅଭିବାଦନ ଓ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧରି ଶ୍ରୀ ପାଣ୍ଡିଆନ ନବୀନ ନିବାସ ଫେରିଥିବା ଜଣାପଡ଼ିଛି।

https://www.facebook.com/OdishaReporter/videos/588401348473019/?t=61

ଏ ସମ୍ପର୍କରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କିଏ କାହା ସହ ଗାଡ଼ିରେ ବସି କରି ବୁଲିବାକୁ ଯିବ ବା କେତେ ସହଜ ହୋଇପାରିବ ତାହା ତାଙ୍କର ବ୍ୟକ୍ତିଗତ ବ୍ୟାପାର। କିନ୍ତୁ ଏବେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଉପସ୍ଥିତି ସବୁ ଜାଗାରେ ରହୁଛି। କୌଣସି ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଏକୁଟିଆ ଦେଖିବାକୁ ମିଳୁନି। ଯେତେ ଗୋପନୀୟ କାର୍ଯ୍ୟ ଅଛି ସବୁଠି ତାଙ୍କ ବ୍ୟକ୍ତିଗତ ସଚିବ ରହୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବୈଠକଠୁ ଆରମ୍ଭ କରି ବ୍ରିଫିଂ ପର୍ଯ୍ୟନ୍ତ ସବୁ ସିଏ କରୁଛନ୍ତି। ଯାହା ଗଣମାଧ୍ୟମରୁ ଜାଣିବାକୁ ମିଳୁଛି। ଯେକୌଣସି କାର୍ଯ୍ୟରେ ସେ ହିଁ ମୁଖ୍ୟମନ୍ତ୍ରୀଙ୍କୁ ଗାଇଡ୍ କରୁଛନ୍ତି। ଏଥିରୁ ଜଣାପଡ଼ୁଛି, ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ପ୍ରତିନିଧି ରାଜ୍ୟ ଚଲାଉନାହାନ୍ତି ବରଂ ବ୍ୟକ୍ତିଗତ ସଚିବ ବା ଆଇଏଏସ ଅଫିସର ହିଁ ରାଜ୍ୟ ଚଳାଉଛନ୍ତି। ଯାହା ଓଡ଼ିଶାବାସୀଙ୍କୁ ଜଳଜଳ ହୋଇ ଦେଖାଯାଉଛି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

ଅନ୍ୟପକ୍ଷରେ ନବୀନ ନିବାସ ସୂତ୍ର ଅନୁସାରେ, ନିୟମିତ ବ୍ୟବଧାନରେ ନବୀନ ନିବାସର ସମସ୍ତ କର୍ମଚାରୀଙ୍କ କୋଭିଡ-୧୯ ନମୂନା ପରୀକ୍ଷା କରାଯାଇଥାଏ। ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଇଭରଠୁ ଆରମ୍ଭ କରି ଅନ୍ୟ ସମସ୍ତ କର୍ମଚାରୀଙ୍କ ନମୂନା ପରୀକ୍ଷା ହୋଇଛି। ଆଜି ସକାଳସୁଦ୍ଧା ରିପୋର୍ଟ ଆସିନଥିଲା। ତେଣୁ ଶ୍ରୀ ପାଣ୍ଡିଆନ ନିଜେ ମୁହଁରେ ମାସ୍କ ବାନ୍ଧି ଡ୍ରାଇଭର ସାଜି ଗାଡ଼ି ଚଳାଇ ମୁଖ୍ୟମନ୍ତ୍ରୀଙ୍କୁ ନେବାଆଣିବା କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଚଳାଇବାକୁ ସ୍ୱତନ୍ତ୍ର ଭାବେ ଡ୍ରାଇଭର ଓ ସୁରକ୍ଷାକର୍ମୀ ରହିଥିଲେ ମଧ୍ୟ ଶ୍ରୀ ପାଣ୍ଡିଆନଙ୍କ ଭଳି ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ନିଜେ ଡ୍ରାଇଭିଂ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story