ପପୁଙ୍କ ଘର ଉପରକୁ ଟମାଟୋ ମାଡ଼

ଭୁବନେଶ୍ୱର: ତୁଳସୀ ଓ ଜଗନ୍ନାଥଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ପ୍ରତିବାଦରେ ଆଜି ହିନ୍ଦୁ ସେନା ପକ୍ଷରୁ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ଘର ଉପରକୁ ଟମାଟୋ ମାଡ଼ କରାଯାଇଛି। ଏହାସହ ହିନ୍ଦୁ ସେନାର କର୍ମୀମାନେ ପପୁଙ୍କ ବିରୋଧରେ ନାରାବାଜି କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତିନି ଦିନ ତଳେ ପୁରୀରେ ଏକ କାର୍ଯ୍ୟକ୍ରମରେ ପପୁ ତୁଳସୀ ଓ ଜଗନ୍ନାଥଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ […]

hindu-sena

Rakesh Mallick
  • Published: Thursday, 01 December 2016
  • , Updated: 01 December 2016, 04:34 PM IST

ଭୁବନେଶ୍ୱର: ତୁଳସୀ ଓ ଜଗନ୍ନାଥଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ପ୍ରତିବାଦରେ ଆଜି ହିନ୍ଦୁ ସେନା ପକ୍ଷରୁ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ଘର ଉପରକୁ ଟମାଟୋ ମାଡ଼ କରାଯାଇଛି। ଏହାସହ ହିନ୍ଦୁ ସେନାର କର୍ମୀମାନେ ପପୁଙ୍କ ବିରୋଧରେ ନାରାବାଜି କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତିନି ଦିନ ତଳେ ପୁରୀରେ ଏକ କାର୍ଯ୍ୟକ୍ରମରେ ପପୁ ତୁଳସୀ ଓ ଜଗନ୍ନାଥଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ତାଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପପୁ ତାଙ୍କର ଏହି ମନ୍ତବ୍ୟ ପାଇଁ କ୍ଷମା ମଧ୍ୟ ମାଗିଥିଲେ।

ଗତକାଲି ପପୁଙ୍କ ଉପରକୁ କାଳିମାଡ଼ କରିଥିଲେ। ଭୁବନେଶ୍ୱର କଟକ ରୋଡରେ ସୁଟିଂ ସାରି ଫେରୁଥିବା ବେଳେ ପପୁଙ୍କ ଉପରକୁ ଲୁଲୁ ସେନା ପକ୍ଷରୁ କାଳିମାଡ଼ କରଯାଇଥିଲା। ଖାଲି କାଳି ଫୋପାଡ଼ି ନ ଥିଲେ ପପୁଙ୍କ କାନ ବି ମୋଡ଼ି ଦେଇଥିଲେ। ପପୁ ନିଜେ କାନ ଧରି କାନ୍ଦିବା ସହ କ୍ଷମା ମାଗିଥିଲେ।

ମଙ୍ଗଳବାର ଜଗନ୍ନାଥ ସେନା ପକ୍ଷରୁ ପୁରୀରେ ପପୁଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ତାଙ୍କ ନାଁରେ ଥାନାରେ ଅଭିଯୋଗ ବି ଅଭିଯୋଗ ହୋଇଥିଲା। ପପୁ ସିଂହଦ୍ୱାରରେ ଶ୍ରୀଜଗନ୍ନାଥଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଥିଲା।

Related story