ପାରଦୀପ ବନ୍ଦରରେ ପରିବହନ ବିବାଦ: କଡ଼ା ସୁରକ୍ଷା ମଧ୍ୟରେ ମାଲ୍ ଲୋଡିଂ ଅନଲୋଡିଂ ଜାରି, ସ୍ୱାଭାବିକ ହୋଇନି ସ୍ଥିତି

ପାରାଦୀପ: ମାଲ୍ ଲୋଡିଂ ଅନ୍ ଲୋଡିଂକୁ ନେଇ ପାରାଦୀପ ବନ୍ଦରରେ ଦେଖା ଦେଇଥିବା ବିବାଦ ଥମିବାର ନାଁ ନେଉନାହିଁ।  ଗତକାଲିଠାରୁ ବନ୍ଦର ନିଷିଦ୍ଧାଞ୍ଚଳରେ କଡ଼ା ସୁରକ୍ଷା ବଳୟରେ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇନାହିଁ। ଶନିବାର ପ୍ରଥମ ପର୍ଯ୍ୟାୟରେ ୨୫ଟି ହାଇୱା ଡମ୍ପର ଜରିଆରେ ସି-ୱେଜ୍ ସଂସ୍ଥା ପକ୍ଷରୁ କାମ ଆରମ୍ଭ ହୋଇଥିଲା ବେଳେ ଅପରାହ୍ନରେ ଆଉ ୩୫ଟି ହାଇୱା ଡମ୍ପରକୁ ନିୟୋଜିତ କରାଯାଇଥିଲା। ଏଥିରେ ନିରାକାର ଡମ୍ପର ଓନର ଆସୋସିଏସନ୍ ଓ ସ୍ଥାନୀୟ […]

paradeep

Rakesh Mallick
  • Published: Sunday, 20 September 2015
  • , Updated: 20 September 2015, 03:52 AM IST

ପାରାଦୀପ: ମାଲ୍ ଲୋଡିଂ ଅନ୍ ଲୋଡିଂକୁ ନେଇ ପାରାଦୀପ ବନ୍ଦରରେ ଦେଖା ଦେଇଥିବା ବିବାଦ ଥମିବାର ନାଁ ନେଉନାହିଁ।  ଗତକାଲିଠାରୁ ବନ୍ଦର ନିଷିଦ୍ଧାଞ୍ଚଳରେ କଡ଼ା ସୁରକ୍ଷା ବଳୟରେ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇନାହିଁ। ଶନିବାର ପ୍ରଥମ ପର୍ଯ୍ୟାୟରେ ୨୫ଟି ହାଇୱା ଡମ୍ପର ଜରିଆରେ ସି-ୱେଜ୍ ସଂସ୍ଥା ପକ୍ଷରୁ କାମ ଆରମ୍ଭ ହୋଇଥିଲା ବେଳେ ଅପରାହ୍ନରେ ଆଉ ୩୫ଟି ହାଇୱା ଡମ୍ପରକୁ ନିୟୋଜିତ କରାଯାଇଥିଲା। ଏଥିରେ ନିରାକାର ଡମ୍ପର ଓନର ଆସୋସିଏସନ୍ ଓ ସ୍ଥାନୀୟ ମାଲିକଙ୍କ କିଛି ଡମ୍ପର ନିୟୋଜିତ ହୋଇଛନ୍ତି। କେବଳ ଗୋଟିଏ ବର୍ଥରେ ଆରମ୍ଭ ହୋଇଥିବା କାମ ଆଜି ଏହା ଦ୍ୱିତୀୟ ଦିନରେ ପହଞ୍ଚିଛି। କିନ୍ତୁ ଷ୍ଟିଭେଡର୍ସ ଆସୋସିଏସନର କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ଥିବାରୁ ଅନ୍ୟ ବର୍ଥ ଗୁଡିକରେ କାମ ପୂର୍ବବତ୍ ବନ୍ଦ ରହିଛି। ଏଥିପାଇଁ ବନ୍ଦର କର୍ତ୍ତୃପକ୍ଷ କେତେକ ଷ୍ଟିଭେଡୋର କମ୍ପାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ବି ଜାରି କରିଛନ୍ତି। ଆଉ ଏଭଳି ସ୍ଥିତିକୁ ନେଇ ବନ୍ଦର କର୍ତ୍ତୃପକ୍ଷ ଓ ଷ୍ଟିଭେଡର୍ସ ଆସୋସିଏସନ୍ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ବନ୍ଦର କର୍ତ୍ତୃପକ୍ଷଙ୍କ କାର୍ଯ୍ୟଧାରାକୁ ବିରୋଧ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ବିଭିନ୍ନ ସଂଗଠନ ଘନ ଘନ ବୈଠକ ଚଳାଇଛନ୍ତି।

Related story