ପାରାଦୀପରେ ଗୁଳି ମାଡ଼ରେ ଜଣେ ଗୁରୁତର

ପାରାଦୀପ: ପାରାଦୀପରେ ଗୁଳିକାଣ୍ଡ ଘଟି ଗୁଳିମାଡରେ ଜଣେ ଗୁରୁତର ଆହତ ହୋଇଛନ୍ତି। ପୁରୁଣା କୋଷ୍ଟଗାର୍ଡ କାର୍ଯ୍ୟାଳୟ ନିକଟ ଜନଗହଳିପୂର୍ଣ୍ଣ ବଜାରରେ ଗତକାଲି ସନ୍ଧ୍ୟାରେ ଏହି ଗୁଳିକାଣ୍ଡ ଘଟିଛି। ଆହତ ହୋଇଥିବା ଯୁବକଙ୍କ ନାମ ଜନ୍ ବେଉରା। ଜନଙ୍କ ହାତ ଓ କାନ୍ଧରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବନ୍ଦର ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଏକ ଖୋକା ଜବତ କରିବା ସହ ଘଟଣାର […]

vlcsnap-2015-06-23-10h25m32s196

Rakesh Mallick
  • Published: Tuesday, 23 June 2015
  • , Updated: 23 June 2015, 05:00 AM IST

ପାରାଦୀପ: ପାରାଦୀପରେ ଗୁଳିକାଣ୍ଡ ଘଟି ଗୁଳିମାଡରେ ଜଣେ ଗୁରୁତର ଆହତ ହୋଇଛନ୍ତି। ପୁରୁଣା କୋଷ୍ଟଗାର୍ଡ କାର୍ଯ୍ୟାଳୟ ନିକଟ ଜନଗହଳିପୂର୍ଣ୍ଣ ବଜାରରେ ଗତକାଲି ସନ୍ଧ୍ୟାରେ ଏହି ଗୁଳିକାଣ୍ଡ ଘଟିଛି। ଆହତ ହୋଇଥିବା ଯୁବକଙ୍କ ନାମ ଜନ୍ ବେଉରା। ଜନଙ୍କ ହାତ ଓ କାନ୍ଧରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବନ୍ଦର ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଏକ ଖୋକା ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଗୁଳିକାଣ୍ଡର ପ୍ରକୃତ କାରଣ ଜଣା ପଡିନାହିଁ। ତେବେ ରାଜନୈତିକ କିମ୍ୱା ବ୍ୟବସାୟିକ ଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।

Related story