ପୁଣି କାନ୍ଧରେ ବୁହା ହେଲେ ରୋଗୀ

କଲ୍ୟାଣସିଂପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁରରେ ପୁଣି କାନ୍ଧରେ ବୁହା ହେଲେ ରୋଗୀ। ଗାଁକୁ ରାସ୍ତା ନ ଥିବାରୁ ରୋଗୀଙ୍କୁ ୧୦ କିଲୋମିଟର ରାସ୍ତା କାନ୍ଧରେ ବୋହି ନେଲେ ସମ୍ପର୍କୀୟ। ପରେ ପାରସାଲିରୁ ଏକ ଅଟୋରେ ତାଙ୍କୁ କଲ୍ୟାଣସିଂହପୁର ଡାକ୍ତରଖାନାକୁ ନେଇଥିଲେ । ଏବେ ତାଙ୍କ ଅବସ୍ଥା ଗୁରୁତର ରହିଛି।

ଗତକାଲି କଲ୍ୟାଣସିଂପୁରର କେଲିଟିପଦର ଗାଁର ସିକକା ଲାଙ୍ଗୁଡ଼ି ନାମକ ଜଣେ ମହିଳାଙ୍କ ଦେହ ଖରାପ ହୋଇଥିଲା। ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିବା ସମ୍ଭବ ନ ଥିଲା। ବାଧ୍ୟ ହୋଇ ପରିବାର ଲୋକେ ୧୦ କିଲୋମିଟର ଭାରରେ ତାଙ୍କୁ  ପାରସାଲି ଯାଏଁ ଆଣିଥିଲେ। ପରେ ପାରସାଲିରୁ ଏକ ଅଟୋରେ ସିକକାଙ୍କୁ କଲ୍ୟାଣସିଂହପୁର ଡାକ୍ତରଖାନାକୁ ନିଆଯାଇଥିଲା।

ସେପ୍ଟେମ୍ବର ୮ତାରିଖରେ ଏ ଅଞ୍ଚଳ ପାଇଁ ଏକ ବାଇକ୍  ଆମ୍ବୁଲାନ୍ସ ଦିଆଯାଇଛି। କିନ୍ତୁ ବର୍ତ୍ତମାନ ଯାଏ ତାହାର ଉପଯୋଗ ହୋଇ ପାରି ନ ଥିବାରୁ ରୋଗୀଙ୍କୁ  କାନ୍ଧରେ ବୁହାଯିବାର ଘଟଣାର ପୁନରାବୃତ୍ତି ଘଟିଛି।

Ordigital Desk
• Published: Sunday, 15 October 2017
• Updated: 15 October 2017, 12:13 PM IST

Sports

Latest News

କଲ୍ୟାଣସିଂପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁରରେ ପୁଣି କାନ୍ଧରେ ବୁହା ହେଲେ ରୋଗୀ। ଗାଁକୁ ରାସ୍ତା ନ ଥିବାରୁ ରୋଗୀଙ୍କୁ ୧୦ କିଲୋମିଟର ରାସ୍ତା କାନ୍ଧରେ ବୋହି ନେଲେ ସମ୍ପର୍କୀୟ। ପରେ ପାରସାଲିରୁ ଏକ ଅଟୋରେ ତାଙ୍କୁ କଲ୍ୟାଣସିଂହପୁର ଡାକ୍ତରଖାନାକୁ ନେଇଥିଲେ । ଏବେ ତାଙ୍କ ଅବସ୍ଥା ଗୁରୁତର ରହିଛି।

ଗତକାଲି କଲ୍ୟାଣସିଂପୁରର କେଲିଟିପଦର ଗାଁର ସିକକା ଲାଙ୍ଗୁଡ଼ି ନାମକ ଜଣେ ମହିଳାଙ୍କ ଦେହ ଖରାପ ହୋଇଥିଲା। ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିବା ସମ୍ଭବ ନ ଥିଲା। ବାଧ୍ୟ ହୋଇ ପରିବାର ଲୋକେ ୧୦ କିଲୋମିଟର ଭାରରେ ତାଙ୍କୁ  ପାରସାଲି ଯାଏଁ ଆଣିଥିଲେ। ପରେ ପାରସାଲିରୁ ଏକ ଅଟୋରେ ସିକକାଙ୍କୁ କଲ୍ୟାଣସିଂହପୁର ଡାକ୍ତରଖାନାକୁ ନିଆଯାଇଥିଲା।

ସେପ୍ଟେମ୍ବର ୮ତାରିଖରେ ଏ ଅଞ୍ଚଳ ପାଇଁ ଏକ ବାଇକ୍  ଆମ୍ବୁଲାନ୍ସ ଦିଆଯାଇଛି। କିନ୍ତୁ ବର୍ତ୍ତମାନ ଯାଏ ତାହାର ଉପଯୋଗ ହୋଇ ପାରି ନ ଥିବାରୁ ରୋଗୀଙ୍କୁ  କାନ୍ଧରେ ବୁହାଯିବାର ଘଟଣାର ପୁନରାବୃତ୍ତି ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos