ହସପିଟାଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ପାରା ମେଡିକାଲ କର୍ମଚାରୀ ଏବଂ ନର୍ସ ମାନେ ଆଜି ତିନି ଘଣ୍ଟା ଧରି କର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ।  ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା । ଗତ ଜୁନ ୨୬ ତାରିଖରେ ଭୀମଭୋଇ ମେଡିକାଲ କଲେଜ ହସପିଟାଲରୁ ବୁର୍ଲାକୁ ରେଫର ହୋଇଥିବା ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଫଳରେ ମୃତ ରୋଗୀଙ୍କ ୬ ଜଣ ସଂର୍ପକୀୟ ହସପିଟାଲର ଆଇସିୟୁ ଭିତରକୁ ପଶି ଜଣେ ପାରା ମେଡିକାଲ କର୍ମଚାରୀଙ୍କୁ ଆକ୍ରମଣ […]

431

431

Tapas Behera
  • Published: Monday, 15 July 2019
  • Updated: 15 July 2019, 03:45 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ପାରା ମେଡିକାଲ କର୍ମଚାରୀ ଏବଂ ନର୍ସ ମାନେ ଆଜି ତିନି ଘଣ୍ଟା ଧରି କର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ।  ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା । ଗତ ଜୁନ ୨୬ ତାରିଖରେ ଭୀମଭୋଇ ମେଡିକାଲ କଲେଜ ହସପିଟାଲରୁ ବୁର୍ଲାକୁ ରେଫର ହୋଇଥିବା ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା।

ଫଳରେ ମୃତ ରୋଗୀଙ୍କ ୬ ଜଣ ସଂର୍ପକୀୟ ହସପିଟାଲର ଆଇସିୟୁ ଭିତରକୁ ପଶି ଜଣେ ପାରା ମେଡିକାଲ କର୍ମଚାରୀଙ୍କୁ ଆକ୍ରମଣ କରିବା ସହିତ ନର୍ସଙ୍କୁ ଦୁର୍ବ୍ୟବହାର କରିଥିଲେ।  ଏହା ସହିତ ଭଙ୍ଗାରୁଜା ମଧ୍ୟ କରାଯାଇଥିଲା।  ଏନେଇ ହସପିଟାଲ କର୍ତ୍ତୃପକ୍ଷ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ।  ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଗତ ୪ ତାରିଖରୁ ପାରା ମେଡିକାଲ କର୍ମଚାରୀ ଏବଂ ନର୍ସ ମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଥିଲେ।

କିନ୍ତୁ ଆଜି ସକାଳ ୮ ଟାରୁ ସମସ୍ତ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିଲେ।  ହସପିଟାଲ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିବା ସହିତ ସ୍ଳୋଗାନ ଓ ନାରାବାଜି ଦେଇଥିଲେ।  ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା।  ଫଳରେ ଭୀମଭୋଇ ମେଡିକାଲ କଲେଜ ହସପିଟାଲର ଡିନ ଲଲିତ ମେହେର, ପୁଲିସ ଏସ୍.ଡି.ପି.ଓ ଶ୍ରୀମନ୍ତ ବାରିକ ପ୍ରମୁଖ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ।  ପୁଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ମାନଙ୍କୁ ତୁରନ୍ତ ଗିରଫ କରିବା ସହିତ ହସପିଟାଲ ଭିତରେ ସୁରକ୍ଷା ବଢାଇବା ପାଇଁ  ଦାବି କରିଥିଲେ।  ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୁଲିସ ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ହଟିଥିଲେ।

ସାତ ଦିନ ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।   ସେପଟେ କିନ୍ତୁ ତିନି ଘଣ୍ଟା ଧରି ଆନ୍ଦୋଳନ ଚାଲିଥିବାରୁ ହସପିଟାଲର ଚିକିତ୍ସା ବାଧାପ୍ରାପ୍ତ ହେବା ସହିତ ନିରାମୟରେ ମାଗଣା ଔଷଧ ପାଇପାନପାରି ହଇରାଣ ହରକତ ହୋଇଥିଲେ ରୋଗୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos