୪ ମାସ ହେଲା ଖାଉଥିଲେ ଏକ୍ସପାରୀ ଔଷଧ

କଟକ(ଓଡ଼ିଶା ରିପୋର୍ଟର): ଗୁଡିଙ୍କୁ ଯକ୍ଷ୍ମା । ଭଲ ହେବାକୁ ଔଷଧ ଖାଉଛନ୍ତି। ଘର ଲୋକ ଠାକୁରଙ୍କ ପାଖରେ ଗୁହାରୀ କରୁଛନ୍ତି ଝିଅ କେମିତି ତାଙ୍କର ଶିଘ୍ର ଭଲ ହୋଇଯାଉ। ହେଲେ ଔଷଧ ଖାଇ ଭଲ ହୋଇଯିବା ବଦଳରେ ଗୁଡି ଏବ ମରଣ ମୁହଁରେ ଠିଆ ହୋଇଛି। ୩ ମାସ ହେଲା ସେ ଔଷଧ ନାଁରେ ବିଷ ଖାଉଥିଲା। ନା ନିଜେ କିଛି ଜାଣିଥିଲା ନା ତାକୁ ଔଷଧ ଦେଇଥିବା ଆଶା ଦିଦି। ଦିହେଁ ନୀରକ୍ଷର । ଏଣୁ […]

medical

Rakesh Mallick
  • Published: Saturday, 30 December 2017
  • , Updated: 30 December 2017, 06:07 PM IST

କଟକ(ଓଡ଼ିଶା ରିପୋର୍ଟର): ଗୁଡିଙ୍କୁ ଯକ୍ଷ୍ମା । ଭଲ ହେବାକୁ ଔଷଧ ଖାଉଛନ୍ତି। ଘର ଲୋକ ଠାକୁରଙ୍କ ପାଖରେ ଗୁହାରୀ କରୁଛନ୍ତି ଝିଅ କେମିତି ତାଙ୍କର ଶିଘ୍ର ଭଲ ହୋଇଯାଉ। ହେଲେ ଔଷଧ ଖାଇ ଭଲ ହୋଇଯିବା ବଦଳରେ ଗୁଡି ଏବ ମରଣ ମୁହଁରେ ଠିଆ ହୋଇଛି। ୩ ମାସ ହେଲା ସେ ଔଷଧ ନାଁରେ ବିଷ ଖାଉଥିଲା। ନା ନିଜେ କିଛି ଜାଣିଥିଲା ନା ତାକୁ ଔଷଧ ଦେଇଥିବା ଆଶା ଦିଦି। ଦିହେଁ ନୀରକ୍ଷର । ଏଣୁ ଔଷଧର ବୈଧତା ଅଛି, କି ଏହା ଏକ୍ସପାରୀ ସେ ସମ୍ପର୍କରେ ଦୁହିଁଙ୍କ ପାଖରେ ଜାଣିବାର କୌଣସି ଅବକାଶ ନ ଥିଲା। ହେଲେ ଏବେ ପ୍ରଶ୍ନ ଉଠିଛି, ଏହି ଘଟଣା ପରେ ଦୋଷ ଲଦାହେବ କାହା ମୁଣ୍ଡରେ। ଜୀବନ ମରଣ ସହ ଲଢୁଥିବା ଗୁଡି, ଆଶାଦିଦି, ଡାକ୍ତରବାବୁ ନା ସରକାରୀ ବ୍ୟବସ୍ଥା ?

ରୋଗୀଙ୍କ ସେବା ପାଇଁ ସରକାରୀ ଡାକ୍ତରଖାନା ଖୋଲାଯାଇଛି। ନିରାମୟ କେନ୍ଦ୍ର ଖୋଲି ମାଗଣାରେ ଦିଆଯାଉଛି ଔଷଧ।  ତେବେ ସାମାନ୍ୟ ଅସାବଧାନତା ଆଜି ଜଣେ ରୋଗୀଙ୍କୁ ମରଣ ମୁହଁକୁ ଠେଲି ଦେଇଛି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଘଟଣାଟି କେଉଁ ଉପନ୍ତ ଅଞ୍ଚଳରେ ଘଟିଛି ଘଟିଛି କଟକ ଜିଲା ମୁଖ୍ୟ ଚିକିତ୍ସାଳୟରେ।

ରାଜାବଗିଚା ଅଞ୍ଚଳର ରାଜେନ୍ଦ୍ର ନାୟକଙ୍କ ଝିଅ ଗୁଡି। ଗତ ଦୁଇ ବର୍ଷ ଧରି ଯକ୍ଷ୍ମା ରୋଗରେ ପୀଡ଼ିତ ଅଛନ୍ତି। ଏଥିପାଇଁ ଡାକ୍ତରଙ୍କ ପରାମର୍ଶରେ ସେ ଔଷଧ ଖାଉଥିବା ବେଳେ ଏକ୍ସପାରୀ ଔଷଧ ଖାଇ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେ ଖାଇଥିବା ଔଷଧରେ ଏକ୍ସପାଇରୀ ଡେଟ୍ ସେପ୍ଟେମ୍ବେର ୨୦୧୭ ଲେଖା ଯାଇଥିବା ବେଳେ ନିରକ୍ଷରତା ଏବଂ ଅଜ୍ଞତା କାରଣରୁ ଗତ ୩ ତିନି ମାସ ଧରି ସେ ଏହି ମେଡିସନ୍ ଖାଉଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ଅନ୍ୟ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଏହାପରେ ଜଣାପଡ଼ିଥିଲା ସେ ଖାଉଥିବା ଔଷଧ ଭୁଲ ବୋଲି। ଆଶା ଦିଦି ଆଣି ଦେଇଥିବା ଔଷଧ ଝିଅକୁ ଦିଆଯାଉଥିବା ଗୁଡ଼ିଙ୍କ ମାଆ କହିଛନ୍ତି।

ସେପଟେ ଆଶାକର୍ମୀ ମଧ୍ୟ ନୀରକ୍ଷର। ତେଣୁ ଡାକ୍ତରଖାନାରେ ଯେଉଁ ଔଷଧ ଦିଆଗଲ ସେ ତାକୁ  ଆଣିଥିବା କହିଛନ୍ତି।  ଜିଲ୍ଲା ସହକାରୀ ଅଧିକାରୀ କହିଛନ୍ତି,“ଡାକ୍ତରଖାନାରେ ଦିଆଯାଉଥିବା ଔଷଧର ବୈଧତା ପୂରିବା ଯଥେଷ୍ଟ ଆଗରୁ ଏହାକୁ ଫୋପାଡ଼ି ଦିଆଯାଇଥାଏ।  ତେବେ ଏହି ଘଟଣା କିପରି ଘଟିଲା ତାହା ତଦନ୍ତ କରାଯିବ  ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ରୋଗୀଙ୍କୁ ମାଗଣାରେ ଦେବା ପାଇଁ ଔଷଧ ବିତରଣ କେନ୍ଦ୍ରରେ ରଖାଯାଉଥିବା ମେଡିସିନର ବୈଧତାକୁ ଯାଞ୍ଚ କରାଯାଉଛି ତ ? ସେପ୍ଟେମ୍ବର ମାସରେ ଏକ୍ସପାଇରୀ ଡେଟ ଥିବା ମେଡିସିନକୁ କର୍ତ୍ତୃପକ୍ଷ କିଭଳି ଦେଲେ ? ୪ମାସ ପାଇଁ ଦେଇଥିବା ମେଡିସିନକୁ ଡାକ୍ତର କାହିଁକି ଯାଞ୍ଚ କଲେ ନାହିଁ ? ଏଭଳି ଅନେକ ପ୍ରଶ୍ନ।

Related story