ରାଜ୍ୟପାଳ ଆସୁଛନ୍ତି ବୋଲି ଆଇସିୟୁରୁ ରୋଗୀଙ୍କୁ ବିଦା କଲେ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଶନିବାର ବଲାଙ୍ଗିର ଗସ୍ତରେ ଯିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ସମୟରେ ସେ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟପାଳଙ୍କ ଗସ୍ତର ଆଳ ଦେଖାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସର୍ଜରୀ ବିଭାଗ ଓ ଆଇସିୟୁରେ ଥିବା ଗୁରୁତର ରୋଗୀଙ୍କୁ ହସ୍ପିଟାଲ ପ୍ରଶାସନ ବିଦା କରି ଦେଇଛି। ଏଥିପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ […]

bolangir

bolangir

Manoranjan Sial
  • Published: Thursday, 27 December 2018
  • Updated: 27 December 2018, 09:56 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଶନିବାର ବଲାଙ୍ଗିର ଗସ୍ତରେ ଯିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ସମୟରେ ସେ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟପାଳଙ୍କ ଗସ୍ତର ଆଳ ଦେଖାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସର୍ଜରୀ ବିଭାଗ ଓ ଆଇସିୟୁରେ ଥିବା ଗୁରୁତର ରୋଗୀଙ୍କୁ ହସ୍ପିଟାଲ ପ୍ରଶାସନ ବିଦା କରି ଦେଇଛି। ଏଥିପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ହେଲେ ରାଜ୍ୟପାଳଙ୍କ ଗସ୍ତସୂଚୀରେ ହସ୍ପିଟାଲ ଯିବାର କାର୍ଯ୍ୟକ୍ରମ ନଥିବା ବେଳେ ରୋଗୀଙ୍କୁ ବାହାର କରିଦେବାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ନର୍ସମାନେ ସର୍ଜରୀ ଓ ଆଇସିୟୁର ପ୍ରତି ବେଡ ପାଖକୁ ଯାଇ ଖାଲି କରିବାକୁ ତାଗିଦ କରୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ବର୍ତ୍ତମାନ ଆଇସିୟୁର ୬ଟି ବେଡରେ ଥିବା ରୋଗୀଙ୍କୁ ବିଦା କରିଦିଆଯାଇଛି। କିଛି ରୋଗୀ ବିପଦ ଆଶଙ୍କା କରି ହସ୍ପିଟାଲ ଛାଡ଼ି ପଳାଇଥିବା ବେଳେ ଆଉ କିଛି ରୋଗୀଙ୍କୁ ସାଧାରଣ ବେଡରେ ରଖା ଯାଇଛି।

ରାଜ୍ୟପାଳଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମରେ କୌଣସି ଜାଗାରେ ହସ୍ପିଟାଲକୁ ଯିବାର ସୂଚନା ନାହିଁ। ହେଲେ କୌଣସି ଆନୁସଙ୍ଗିକ ସୁବିଧା ନଥାଇ କାହିଁକି ଗୁରୁତର ରୋଗୀଙ୍କୁ ହଇରାଣ କରାଗଲା ସେନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ଏନେଇ ହସ୍ପିଟାଲ ଅଧ୍ୟକ୍ଷକ ନାରାୟଣ ଆଚାର୍ଯ୍ୟଙ୍କୁ ପଚରାଯିବାରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story