ମେଡିକାଲ୍‌ରେ ଡାକ୍ତରଙ୍କୁ ମାଡ଼, ଡାକ୍ତରାଣୀଙ୍କୁ ଦୁର୍ବ୍ୟବହାର!

କୋରାପୁଟ (ସୂର୍ଯ୍ୟାନାରାୟଣ ପଣ୍ଡା): କୋରାପୁଟ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜରେ ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟ ମାଡ଼ ମାରିଥିବା ବେଳେ ଡାକ୍ତରାଣୀଙ୍କୁ ଦୁର୍ବ୍ୟବହାର କରିଥିବା ଆଜି ଅଭିଯୋଗ ହୋଇଛି। ଏନେଇ ଦୁଇ ଡାକ୍ତର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏନେଇ ପୁଲିସ କାହାରିକୁ ଗିରଫ କରିନାହିଁ। ୪ ଦିନ ତଳେ ଓଡ଼ିଆଗୁଡା ଗାଁର ଛଦା ବାଗଙ୍କ ୩ ବର୍ଷର ଝିଅ ସ୍ମୃତିକୁ ଜ୍ୱର […]

koraput

koraput

Manoranjan Sial
  • Published: Wednesday, 23 October 2019
  • Updated: 23 October 2019, 05:53 PM IST

Sports

Latest News

କୋରାପୁଟ (ସୂର୍ଯ୍ୟାନାରାୟଣ ପଣ୍ଡା): କୋରାପୁଟ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜରେ ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟ ମାଡ଼ ମାରିଥିବା ବେଳେ ଡାକ୍ତରାଣୀଙ୍କୁ ଦୁର୍ବ୍ୟବହାର କରିଥିବା ଆଜି ଅଭିଯୋଗ ହୋଇଛି। ଏନେଇ ଦୁଇ ଡାକ୍ତର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏନେଇ ପୁଲିସ କାହାରିକୁ ଗିରଫ କରିନାହିଁ।

୪ ଦିନ ତଳେ ଓଡ଼ିଆଗୁଡା ଗାଁର ଛଦା ବାଗଙ୍କ ୩ ବର୍ଷର ଝିଅ ସ୍ମୃତିକୁ ଜ୍ୱର ହୋଇଥିଲା। ପରିବାର ଲୋକେ ତାଙ୍କୁ କୋରାପୁଟ ଲକ୍ଷ୍ମଣ ନାଏକ ମେଡିକାଲ୍‌ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଥିଲେ। ମାତ୍ର ଜ୍ୱର କମିବାର ନାଁ ଧରୁନଥିଲା। ଯାହାକୁ ନେଇ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଥିଲା।

ତେବେ ଗତକାଲି ରାତିରେ ଝିଅର ଜ୍ୱର ନଛାଡ଼ିବାରୁ ପରିବାର ଲୋକେ ଚିକିତ୍ସା କରୁଥିବା ଡାକ୍ତର ଦେବବ୍ରତ ସାମଲଙ୍କୁ ଏ ସମ୍ପର୍କରେ ପଚାରି ଥିଲେ। ମାତ୍ର ଡାକ୍ତର ସନ୍ତୋଷଜନକ ଉତ୍ତର ଦେଇନଥିଲେ। ଏପରିକି ରୋଗୀଙ୍କ ପରିବାର ଲୋକଙ୍କ ଉପରେ ବିରକ୍ତି ପ୍ରକାଶ କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତର ସାମଲଙ୍କୁ ମାଡ଼ ମାରିଥିବା ବେଳେ ତାଙ୍କ ସହିତ ଡ୍ୟୁଟିରେ ଥିବା ଡାକ୍ତର ସ୍ୱୟଂପ୍ରଭା ପ୍ରଧାନଙ୍କୁ ଗାଳି ଦେଇଥିବା ଅଭିଯୋଗ ହୋଇଥିଲା।

ଆଜି ସକାଳେ ଏହି ଘଟଣାକୁ ନେଇ ମେଡିକାଲ୍‌ କଲେଜର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ନେଇ ଏକ ବୈଠକ ବସିଥିଲା। ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଡାକ୍ତର ସାମଲ ଓ ପ୍ରଧାନ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଜ୍ୱର ଭଲ ନହେବାରୁ ସ୍ମୃତିକୁ ଅନ୍ୟତ୍ର ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଛନ୍ତି। ଯେଉଁଥିପାଇଁ ପରିବାର ଲୋକ ଝିଅର ଚିକିତ୍ସା ପାଇଁ ଅନ୍ୟତ୍ର ନେଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos