ପତ୍ନୀଙ୍କ ଅସୁସ୍ଥତାକୁ ନେଇ ଗସ୍ତ ଅଧାରୁ ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ଗସ୍ତ ଅଧାରୁ ବାତିଲ୍ କରି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦିଲ୍ଲୀ ଫେରିଗଲେ। ପତ୍ନୀଙ୍କ ଅସୁସ୍ଥତା କାରଣରୁ ଗତକାଲି ରାତି ୧୧. ୧୫ ମିନିଟରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ପହଞ୍ଚିଥିଲେ ରାଷ୍ଟ୍ରପତି। ପ୍ରଥମେ ସେ ଖୋର୍ଦ୍ଧା ରାମେଶ୍ୱର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇ ପୁରୀ ଯାଇଥିଲେ। ସେଠାରେ ଦିଅଁ ଦର୍ଶନ କରିବା ସହ ରାଜଭବନରେ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ଥିଲା।  ଶନିବାର ସେ ନ୍ୟାସନାଲ […]

pranab-mukherjee

Rakesh Mallick
  • Published: Saturday, 08 August 2015
  • , Updated: 08 August 2015, 02:18 AM IST

ଭୁବନେଶ୍ୱର: ଓଡ଼ିଶା ଗସ୍ତ ଅଧାରୁ ବାତିଲ୍ କରି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦିଲ୍ଲୀ ଫେରିଗଲେ। ପତ୍ନୀଙ୍କ ଅସୁସ୍ଥତା କାରଣରୁ ଗତକାଲି ରାତି ୧୧. ୧୫ ମିନିଟରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ପହଞ୍ଚିଥିଲେ ରାଷ୍ଟ୍ରପତି। ପ୍ରଥମେ ସେ ଖୋର୍ଦ୍ଧା ରାମେଶ୍ୱର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇ ପୁରୀ ଯାଇଥିଲେ। ସେଠାରେ ଦିଅଁ ଦର୍ଶନ କରିବା ସହ ରାଜଭବନରେ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ଥିଲା।  ଶନିବାର ସେ ନ୍ୟାସନାଲ ଲ ୟୁନିଭର୍ସିଟିର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ସହ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ। ତେବେ ପତ୍ନୀଙ୍କ ଅସୁସ୍ଥତା ଖବର ପାଇବା ପରେ ସେ ତୁରନ୍ତ ପୁରୀରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପଟରରେ ଭୁବନେଶ୍ୱର ଫେରି ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯାଇଥିଲେ।

Related story