ଆଜି ପୌଷ ପୂର୍ଣ୍ଣିମା, ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପୌଷ ପୂର୍ଣ୍ଣିମା । ପୌଷ୍ୟ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଆଜି ମହାପ୍ରଭ୍ରୁଙ୍କର ଅନନ୍ୟ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀଜୀଉ ରତ୍ନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜାଧିରାଜ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଶାସ୍ତ୍ର ଅନୁସାରେ, ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ରାଜ ସିଂହାସନରେ ଅଭିଷିକ୍ତ ହୋଇଥିଲେ । ପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ ଅବତାର ହୋଇଥିବାରୁ ଶ୍ରୀମନ୍ଦିରରେ ରଘୁନାଥଙ୍କ ରୂପରେ ଶ୍ରୀଜଗନ୍ନାଥଙ୍କ […]

puri-1--1

puri-1--1

Niharika Rout
  • Published: Friday, 10 January 2020
  • Updated: 10 January 2020, 08:48 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପୌଷ ପୂର୍ଣ୍ଣିମା । ପୌଷ୍ୟ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଆଜି ମହାପ୍ରଭ୍ରୁଙ୍କର ଅନନ୍ୟ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀଜୀଉ ରତ୍ନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜାଧିରାଜ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ଶାସ୍ତ୍ର ଅନୁସାରେ, ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ରାଜ ସିଂହାସନରେ ଅଭିଷିକ୍ତ ହୋଇଥିଲେ । ପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ ଅବତାର ହୋଇଥିବାରୁ ଶ୍ରୀମନ୍ଦିରରେ ରଘୁନାଥଙ୍କ ରୂପରେ ଶ୍ରୀଜଗନ୍ନାଥଙ୍କ ଅଭିଷେକ ନୀତି କରାଯାଇଥାଏ । ମହାପ୍ରଭୁଙ୍କର ବିମ୍ବ ସ୍ନାନ, ସର୍ବାଙ୍ଗ ପରେ ବେଶ କରାଯାଇଥାଏ । ପ୍ରତିବର୍ଷ ମହାପ୍ରଭୁଙ୍କର ପାଞ୍ଚଥର ସୁନାବେଶ ଅନୁଷ୍ଠିତ ହୋଇଥାଏ । କିନ୍ତୁ ପୌଷ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ସୁବର୍ଣ୍ଣ ବେଶରେ ଆୟୁଧ ଭାବେ ଫୁଲର ଧନୁସର ପରିଧାନ କରିଥାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos