କୁନି କଳାକାରଙ୍କ ଗୀତ, ନାଚରେ ଝୁମିଲା ‘ପିକକ୍’ , ଆରମ୍ଭ ହେଲା ୨୮ତମ ଶିଶୁମେଳା

<p>ଭୁବନେଶ୍ୱର(ଓଡ଼ିଶା ରିପୋଟର): ଏକାମ୍ରହାଟରେ ଆରମ୍ଭ ହୋଇଛି ୨୮ତମ ପିକକ୍ ଶିଶୁମେଳା। ମଙ୍ଗଳବାର ଆରମ୍ଭ ହୋଇଥିବା ଏହି ମେଳାରେ ଓଡ଼ିଶାର କୋଣ ଅନୁକୋଣରୁ ବିଭିନ୍ନ ସ୍କୁଲରୁ ଆସିଥିବା ପିଲାମାନେ ଭାଗ ନେଇଥିଲେ। ବିଭିନ୍ନ ବିଭାଗରେ ଦେଖାଇଥିଲେ ନିଜର ପ୍ରତିଭା । ଏହି କାର୍ଯ୍ୟକ୍ରମରେ UNICEF (ୟୁନାଇଟେଡ୍ ନେସନ୍ ଚିଲଡ୍ରେନ ଫଣ୍ଡ) ଓଡ଼ିଶାର ଶିଶୁ ସୁରକ୍ଷା ବିଶେଷଜ୍ଞ ଲକ୍ଷ୍ମୀନାରାୟଣ ନନ୍ଦ, ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଲେବର କମିଶନର ସଚିନ ରାମଚନ୍ଦ୍ର ଯାଦବଙ୍କ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ପିକକ୍ ଶିଶୁ ଅଧିକାର ପ୍ରଚାରର ବ୍ରାଣ୍ଡ ଆମ୍ବାସାଡର ତଥା ସିନେ କଳାକାର ଅକାଂକ୍ଷା କବି, ନିକିତା ମିଶ୍ର, ଭୂମିକା ଦାସ ପ୍ରମୁଖ କଳାକାର ଯୋଗ ଦେଇ ଶିଶୁ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।</p> <p>ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଓ ୨୦ ତାରିଖ ଆନ୍ତର୍ଜାତୀୟ ଶିଶୁ ଦିବସ ହୋଇଥିବାରୁ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଶିଶୁ ମେଳା ସପ୍ତାହ ବ୍ୟାପି ଚାଲିବ। ଏଥିରେ ପିଲାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାଚଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ମଙ୍ଗଳବାର &lsquo;ପିଲାଙ୍କ ଅକ୍ଷୟ&rsquo; ନାମରେ ଏକ କାର୍ଯ୍ୟକ୍ରମ କରାଯିବ। ଏଥିରେ ପିଲାମାନେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇବେ। ଶେଷ ଦିନରେ ପିଲାମାନଙ୍କୁ ବାଜି ରାଉତ ସମ୍ମାନ, ସାହିସିକତା ସମ୍ମାନ, ପ୍ରାଣନାଥ ସମ୍ମାନ ପ୍ରଦାନ କରାଯିବ ।</p>

Ordigital Desk
  • Published: Tuesday, 14 November 2017
  • Updated: 14 November 2017, 11:13 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋଟର): ଏକାମ୍ରହାଟରେ ଆରମ୍ଭ ହୋଇଛି ୨୮ତମ ପିକକ୍ ଶିଶୁମେଳା। ମଙ୍ଗଳବାର ଆରମ୍ଭ ହୋଇଥିବା ଏହି ମେଳାରେ ଓଡ଼ିଶାର କୋଣ ଅନୁକୋଣରୁ ବିଭିନ୍ନ ସ୍କୁଲରୁ ଆସିଥିବା ପିଲାମାନେ ଭାଗ ନେଇଥିଲେ। ବିଭିନ୍ନ ବିଭାଗରେ ଦେଖାଇଥିଲେ ନିଜର ପ୍ରତିଭା । ଏହି କାର୍ଯ୍ୟକ୍ରମରେ UNICEF (ୟୁନାଇଟେଡ୍ ନେସନ୍ ଚିଲଡ୍ରେନ ଫଣ୍ଡ) ଓଡ଼ିଶାର ଶିଶୁ ସୁରକ୍ଷା ବିଶେଷଜ୍ଞ ଲକ୍ଷ୍ମୀନାରାୟଣ ନନ୍ଦ, ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଲେବର କମିଶନର ସଚିନ ରାମଚନ୍ଦ୍ର ଯାଦବଙ୍କ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ପିକକ୍ ଶିଶୁ ଅଧିକାର ପ୍ରଚାରର ବ୍ରାଣ୍ଡ ଆମ୍ବାସାଡର ତଥା ସିନେ କଳାକାର ଅକାଂକ୍ଷା କବି, ନିକିତା ମିଶ୍ର, ଭୂମିକା ଦାସ ପ୍ରମୁଖ କଳାକାର ଯୋଗ ଦେଇ ଶିଶୁ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।</p><p>ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଓ ୨୦ ତାରିଖ ଆନ୍ତର୍ଜାତୀୟ ଶିଶୁ ଦିବସ ହୋଇଥିବାରୁ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଶିଶୁ ମେଳା ସପ୍ତାହ ବ୍ୟାପି ଚାଲିବ। ଏଥିରେ ପିଲାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାଚଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ମଙ୍ଗଳବାର &lsquo;ପିଲାଙ୍କ ଅକ୍ଷୟ&rsquo; ନାମରେ ଏକ କାର୍ଯ୍ୟକ୍ରମ କରାଯିବ। ଏଥିରେ ପିଲାମାନେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇବେ। ଶେଷ ଦିନରେ ପିଲାମାନଙ୍କୁ ବାଜି ରାଉତ ସମ୍ମାନ, ସାହିସିକତା ସମ୍ମାନ, ପ୍ରାଣନାଥ ସମ୍ମାନ ପ୍ରଦାନ କରାଯିବ ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos