ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁର ସରଜମିନ ତଦନ୍ତ କରିବ ବିଜେପି ବିଧାୟକ ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁର ସରଜମିନ ତଦନ୍ତ କରିବା ପାଇଁ ନଭେମ୍ବର ୧ତାରିଖରେ ବିଜେପି ବିଧାୟକଙ୍କ ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯିବ ବୋଲି ଜଣାପଡ଼ିଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସରକାରୀ କାର୍ଯ୍ୟରେ ଯାଇଥିବା ପିଇଓ ସ୍ମିତାରାଣୀଙ୍କୁ ଦୁର୍ଷ୍କମ ଓ ହତ୍ୟା କରାଯାଇଛି। ଯାଜପୁର ପୁଲିସ କେବଳ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଗିରଫ କରିଛି। […]

samirmohanty-1

samirmohanty-1

Tapas Behera
  • Published: Wednesday, 30 October 2019
  • Updated: 30 October 2019, 07:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁର ସରଜମିନ ତଦନ୍ତ କରିବା ପାଇଁ ନଭେମ୍ବର ୧ତାରିଖରେ ବିଜେପି ବିଧାୟକଙ୍କ ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯିବ ବୋଲି ଜଣାପଡ଼ିଛି।
ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସରକାରୀ କାର୍ଯ୍ୟରେ ଯାଇଥିବା ପିଇଓ ସ୍ମିତାରାଣୀଙ୍କୁ ଦୁର୍ଷ୍କମ ଓ ହତ୍ୟା କରାଯାଇଛି। ଯାଜପୁର ପୁଲିସ କେବଳ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଗିରଫ କରିଛି। ଗେଷ୍ଟହାଉସ ରଙ୍ଗମହଲରେ ଉପସ୍ଥିତ ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲା ପରିଷଦ ଏବଂ ରାମକୋର ଜଣେ ଉଚ୍ଚପଦସ୍ଥ ଅଧିକାରୀ ସେ ସମୟରେ ଉପସ୍ଥିତ ଥିବା ସତ୍ତେ୍ୱ ଶାସକ ଦଳ ଚାପରେ ପୁଲିସ ସେମାନଙ୍କୁ ତଦନ୍ତ ପରିସରଭୃକ୍ତ କରୁନାହିଁ।

ଅନ୍ୟପଟେ ଯାଜପୁର ଏସପି ଚରଣ ସିଂହ ମୀନା ଅଭିଯୁକ୍ତମାନଙ୍କୁ ଖସାଇବା ପାଇଁ ମୃତା ସ୍ମିତାରୀଣୀର ଚରିତ୍ରହନନ କରି ତଦନ୍ତକୁ ବୃତ୍ତିଗତ ନକରି ବ୍ୟକ୍ତିଗତ ଭାବେ କରିଛନ୍ତି। ସେହିପରି ମହିଳା କମିଶନ ଅଧ୍ୟକ୍ଷା ମୃତା ସ୍ମିତାରାଣୀଙ୍କ ପରିବାର ସଦସ୍ୟଙ୍କୁ ନଭେଟି ତଦନ୍ତ ନାଁରେ କେସକୁ ବାଟବଣା କରିବା ପାଇଁ ଅପଚେଷ୍ଟା କରିଚାଲିଛନ୍ତି। ବିଜେପି ପକ୍ଷରୁ ମୃତା ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ହତ୍ୟାକାଣ୍ଡର ସିବିଆଇ ତଦନ୍ତ, ଯାଜପୁର ଏସପିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ମିଥ୍ୟା କଥା କହି ତଦନ୍ତକୁ ବାଟବଣା କରିବା ପାଇଁ ଅପଚେଷ୍ଟା କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରାଯାଇଛି।

ଏସବୁ ମଧ୍ୟରେ ଆସନ୍ତା ନଭେମ୍ବର ୧ ତାରିଖରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ବିଜେପି ବିଧାୟକଙ୍କ ଏକ ପ୍ରତିନିଧି ଦଳ ଯାଜପୁର ଜିଲ୍ଲାର ହରିଦାସପୁର ପଞ୍ଚାୟତ ଗସ୍ତ କରି ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁର ସରଜମିନ ତଦନ୍ତ କରିବେ। ପ୍ରତିନିଧି ଦଳ ମୃତା ସ୍ମିତାରାଣୀଙ୍କ ପରିବାର ସଦସ୍ୟଙ୍କ ସମେତ ଗାଁ ଲୋକମାନଙ୍କୁ ଭେଟି ଆଲୋଚନା କରିବା ସହ ତାଙ୍କର ମୃତ୍ୟୁ ହୋଇଥିବା ଗେଷ୍ଟହାଉସକୁ ମଧ୍ୟ ଯିବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ବିଧାୟକମାନଙ୍କ ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ,ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଲିତେନ୍ଦୁ ମହାପାତ୍ର, କୁସୁମ ଟେଟେ, ସୁକାନ୍ତ ନାୟକ ପ୍ରମୁଖ ଯିବେ ବୋଲି ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos