ଦୁର୍ଘଟଣା ପାଇଁ ଲୋକଙ୍କୁ ଦୋଷ ଦେଲେ ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁର ବଙ୍ଗଡ଼ଦୁଆ ଘାଟିରେ ମିନିଟ୍ରକ୍ ଓଲଟି ୭ ଜଣଙ୍କ ମୃତ୍ୟୁ ଘଟିବା ଘଟଣାରେ ପରିବହନ ମନ୍ତ୍ରୀ ନୃସିଂହ ସାହୁ ଲୋକଙ୍କୁ ଦୋଷ ଦେଇଛନ୍ତି। ସେ କହିଛନ୍ତି, ଲୋକମାନେ ସଚେତନ ହେଉନଥିବାରୁ ଦୁର୍ଘଟଣା ଘଟୁଛି। ମାଲବୁହା ଗାଡ଼ିରେ ନଯିବାକୁ ଲୋକଙ୍କୁ ସଚେତନତା କରାଯାଉଛି। କିନ୍ତୁ ସେମାନେ ଏଥିପ୍ରତି ବିଶେଷ ଦୃଷ୍ଟି ଦେଉ ନାହାନ୍ତି। ବଙ୍ଗଡ଼ଦୁଆ ଘାଟି ଦୁର୍ଘଟଣା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ଏ ନେଇ ମୁଁ ଆର୍‌ଟିଓଙ୍କ ସହିତ କଥା ହୋଇଛି। […]

minitruck

minitruck

Jitendra Garnayak
  • Published: Tuesday, 22 January 2019
  • Updated: 22 January 2019, 01:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁର ବଙ୍ଗଡ଼ଦୁଆ ଘାଟିରେ ମିନିଟ୍ରକ୍ ଓଲଟି ୭ ଜଣଙ୍କ ମୃତ୍ୟୁ ଘଟିବା ଘଟଣାରେ ପରିବହନ ମନ୍ତ୍ରୀ ନୃସିଂହ ସାହୁ ଲୋକଙ୍କୁ ଦୋଷ ଦେଇଛନ୍ତି।

ସେ କହିଛନ୍ତି, ଲୋକମାନେ ସଚେତନ ହେଉନଥିବାରୁ ଦୁର୍ଘଟଣା ଘଟୁଛି। ମାଲବୁହା ଗାଡ଼ିରେ ନଯିବାକୁ ଲୋକଙ୍କୁ ସଚେତନତା କରାଯାଉଛି। କିନ୍ତୁ ସେମାନେ ଏଥିପ୍ରତି ବିଶେଷ ଦୃଷ୍ଟି ଦେଉ ନାହାନ୍ତି।

ବଙ୍ଗଡ଼ଦୁଆ ଘାଟି ଦୁର୍ଘଟଣା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ଏ ନେଇ ମୁଁ ଆର୍‌ଟିଓଙ୍କ ସହିତ କଥା ହୋଇଛି। ଆର୍‌ଟିଓ ରିପୋର୍ଟ ଦେଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁର ବଙ୍ଗଡ଼ଦୁଆ ଘାଟିରେ ଆଜି ଦିନ ପ୍ରାୟ ୧୧ଟା ବେଳେ ମିନି ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪୦ରୁ ଅଧିକ ଲୋକ ଥିଲେ ବୋଲି କୁହାଯାଉଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ମୃତାହତମାନେ କଳିଙ୍ଗି, ତାରଜେଙ୍ଗି ଓ ଗଦାପୁର ଗାଁର ହୋଇଥିବା ବେଳେ ସେମାନେ ବ୍ରାହ୍ମଣୀଗାଁର ଏକ ଚର୍ଚ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ଏ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ରାୟଗଡ଼ା ଜିଲ୍ଲାର ଝରଡ଼ି ଘାଟିରେ ମଧ୍ୟ ଏକ ମାଲବୁହା ଗାଡ଼ି ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନେ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ କେନ୍ଦୁଝରର କାଞ୍ଜିପାଣି ଘାଟିରେ ଆଜି ଏକ ଅଟୋ ଓଲଟି ୭ ଜଣ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos