ପେଟରେ ଲାତ ମାରିଲା କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ପାଇଁ ସବୁଠୁ ବେଶୀ ପ୍ରଭାବିତ ଦିନ ମଜୁରିଆ। ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଓ କ୍ଷୁଦ୍ର ବ୍ୟବସୟୀ  ରାଜ୍ୟରେ ଏମାନଙ୍କ ସଂଖ୍ୟା ପ୍ରାୟ ୨ କୋଟି । ଲକ୍‌ଡାଉନ୍ ଘୋଷଣା ପରେ ଏମାନେ ପୁରା ହାତ ବାନ୍ଧି ବସିଛନ୍ତି । ନିର୍ମାଣ ଶ୍ରମିକ ସେସ୍ ଫଣ୍ଡରୁ ଡିବିଟି ମାଧ୍ୟମରେ ସହାୟତା ଦେବାକୁ କେନ୍ଦ୍ର ଶ୍ରମମନ୍ତ୍ରାଳୟ ସବୁ ରଜ୍ୟକୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ମଧ୍ୟ ପ୍ୟାକେଜ୍ ଘୋଷଣା  କରିବାକୁ ଦାବି […]

7890

Tapas Behera
  • Published: Tuesday, 24 March 2020
  • , Updated: 24 March 2020, 08:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ପାଇଁ ସବୁଠୁ ବେଶୀ ପ୍ରଭାବିତ ଦିନ ମଜୁରିଆ। ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଓ କ୍ଷୁଦ୍ର ବ୍ୟବସୟୀ  ରାଜ୍ୟରେ ଏମାନଙ୍କ ସଂଖ୍ୟା ପ୍ରାୟ ୨ କୋଟି । ଲକ୍‌ଡାଉନ୍ ଘୋଷଣା ପରେ ଏମାନେ ପୁରା ହାତ ବାନ୍ଧି ବସିଛନ୍ତି । ନିର୍ମାଣ ଶ୍ରମିକ ସେସ୍ ଫଣ୍ଡରୁ ଡିବିଟି ମାଧ୍ୟମରେ ସହାୟତା ଦେବାକୁ କେନ୍ଦ୍ର ଶ୍ରମମନ୍ତ୍ରାଳୟ ସବୁ ରଜ୍ୟକୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ମଧ୍ୟ ପ୍ୟାକେଜ୍ ଘୋଷଣା  କରିବାକୁ ଦାବି ହୋଇଛି।

ରାଜଧାନୀର ୧ନମ୍ବର ହାଟରେ ଫୁଲ ଓ ଫଳ ଚାରା ଦୋକାନ କରି ଗୁଜୁରାଣ ମେଣ୍ଟାନ୍ତି ଅନୁଜ ପ୍ରଧାନ।  ହେଲେ କରୋନା  କଟକଣା ଯୋଗୁ ୩ ଦିନ ହେଲା ବେପାର ଠପ୍ । ଏଣେ ଖରାରେ ସିଝି ମରିବାକୁ ବସିଲାଣି ଚାରା ଗଛ । ଖାଲି ଅନୁଜ ନୁହନ୍ତି, ତାଙ୍କ ଭଳି ଦୁଇ  ଡଜନ ଚାରା ଦୋକାନୀଙ୍କ ଅବସ୍ଥା ଏମିତି ସେହିଭଳି ସହରର ଉଠା ଦୋକାନୀଙ୍କ ପାଇଁ ବି କରୋନା ଆଣି ଦେଇଛି ଅନେକ କଷ୍ଟ।  ଲକ୍‌ଡାଉନ୍  ଯୋଗୁଁ ପ୍ରଭାବିତ ହୋଇଛନ୍ତି ଭୁବନେଶ୍ୱରର ପ୍ରାୟ ୨୨ ହଜାର ଓ ସାରା ରାଜ୍ୟରେ ୨ଲକ୍ଷ ଉଠା ଦୋକାନୀ।

ସେପଟେ କରୋନା କଟକଣାର ଆଉ ଏକ ଅଂଶ ସ୍ୱରୂପ ରାଜ୍ୟରେ ସମସ୍ତ ନିର୍ମାଣ କାମକୁ ବନ୍ଦ ଲାଗି ନିର୍ଦ୍ଦେଶନାମା ଜାରି କରିଛି। ସ୍ୱାସ୍ଥ୍ୟ ବିଭାଗ ତେବେ କରୋନା ସମ୍ପର୍କିତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାର ଆବଶ୍ୟକତା ପଡୁଥିବା ନିର୍ମାଣକୁ ଏଥିରୁ ବାଦ୍ ଦିଆଯାଇଛି। ତେଣେ  ନିର୍ମାଣ କାର୍ଯ୍ୟ ବନ୍ଦର ସିଧାସଳଖ ପ୍ରଭା ପଡିଛି ରାଜ୍ୟର ୩୦ ଲକ୍ଷ ନିର୍ମାଣ ଶ୍ରମିକ ଓ ସେମାନଙ୍କ ପରିବାର ଉପରେ। ନିର୍ମାଣ ଶ୍ରମିକଙ୍କ ଭଳି  ଦିନ ମଜୁରିଆ ଓ ଅନ୍ୟ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ୧ କୋଟି ୭୭ ଲକ୍ଷ ଶ୍ରମିକଙ୍କ ଜୀବିକାକୁ ମାଡ଼ କରିଛି କରୋନା କଟକଣା।  ଅନେକ ଅନୁଷ୍ଠାନ ଓ କାରଖାନା ବନ୍ଦ ହେବାରୁ ରୋଜଗାର ହରାଇଛନ୍ତି ହଜାର ହଜାର ଶ୍ରମିକ।

Related story