ଦାନା ପାଣି ମାରିଦେଲା କରୋନା : ମଣିଷ ହାଟରେ କାଉ ଉଡ଼ୁଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ପାଇଁ ବହୁଳ ଭାବେ ପ୍ରଭାବିତ ହୋଇଛି ସାଧାରଣ ଜୀବନ ଯାତ୍ରା  ଅତି ଜରୁରୀ ନଥିଲେ ଘରୁ ନବାହାରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସରକାର।  ତେବେ ଯାହାର ଦିନେ ଘରୁ ଗୋଡ଼ ନକାଢ଼ିଲେ, ଘରେ ଚୁଲି ଜଳେ ନାହିଁ; ଯାହାର ଦିନେ ଖରାରେ ଝାଳ ନବୁହାଇଲେ, ପେଟର ଭୋକ ମେଣ୍ଟେ ନାହିଁ, ତା କଥା ବୁଝିବ କିଏ? କରୋନା ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ସହରରେ ଲକ୍ ଡାଉନ ଘୋଷଣା […]

8902

8902

Tapas Behera
  • Published: Monday, 23 March 2020
  • Updated: 23 March 2020, 09:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ପାଇଁ ବହୁଳ ଭାବେ ପ୍ରଭାବିତ ହୋଇଛି ସାଧାରଣ ଜୀବନ ଯାତ୍ରା  ଅତି ଜରୁରୀ ନଥିଲେ ଘରୁ ନବାହାରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସରକାର।  ତେବେ ଯାହାର ଦିନେ ଘରୁ ଗୋଡ଼ ନକାଢ଼ିଲେ, ଘରେ ଚୁଲି ଜଳେ ନାହିଁ; ଯାହାର ଦିନେ ଖରାରେ ଝାଳ ନବୁହାଇଲେ, ପେଟର ଭୋକ ମେଣ୍ଟେ ନାହିଁ, ତା କଥା ବୁଝିବ କିଏ? କରୋନା ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ସହରରେ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ, ଦିନ ମଜୁରିଆ ଓ ଛୋଟ ବେପାରୀ ଆଦିଙ୍କ ଜୀବନ ଏବେ କିପରି ବିତୁଛି, ସେନେଇ ରାଜଧାନୀରେ ସ୍ଥିତି ପରଖିଥିଲା ଓଟିଭି।

ଭୁବନେଶ୍ୱର ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ ନିକଟସ୍ଥ ମଣିଷ ହାଟ। ରାତି ପାହିଲେ ଏଠି ଜମୁଥିଲା ଶହଶହ ଦିନ ମଜୁରିଆଙ୍କ ଭିଡ଼।  କୋଳାହଳରେ ଫାଟି ପଡ଼ୁଥିଲା ପରିବେଶ। ହେଲେ ଆଜି ମଣିଷ ଅଛି, ନା ହାଟ।  କାମ ତ ଦୂରେ ଥାଉ, କାଉ-କୋଇଲିର ବି ଦର୍ଶନ ନାହିଁ। ଫଳରେ ହାଟ ଖାଲି। ଅଭାବୀ ମଣିଷର ହାତ ବି ଖାଲି।  କଳ୍ପନା ଛକ ରେଡ୍ଡି ବସ୍ତିର ଦେବକୀ।  ନିର୍ମାଣ ଶ୍ରମିକ ଦେବକୀଙ୍କୁ ଦୁଇ ଦିନ ହେଲା କାମ ଧନ୍ଦା ମିଳିନି।  ଏବେ ଦିନ ସାରା ଘର କାମ, ଆଉ ପିଲାଛୁଆଙ୍କ ଦେଖାଶୁଣା। ହେଲେ ସବୁବେଳେ ଖାଇ ଗୋଡ଼ାଉଛି । ଆସନ୍ତାକାଲିର ଚିନ୍ତା  କରୋନା ସ୍ଥିତି କେବେ ସୁଧୁରିବ, କେବେ ପୁଣି ସକାଳୁ କାମ ଆଉ ସଞ୍ଜରେ ଟଙ୍କା କେଇଟା ମିଳିବ, ସେଇ ଅପେକ୍ଷାରେ ଦେବକୀଙ୍କ ଭଳି ଶହଶହ ମେହେନତି ମଣିଷ।

ସେମିତି ସାରା ରାଜଧାନୀରେ ଲକ୍ ଡାଉନ। ରାସ୍ତାକଡ଼ର ଶହଶହ ଛୋଟ ବେପାରୀଙ୍କ ହାତକୁ ବି ବାନ୍ଧି ଦେଇଛି।  ଠପ୍ ପଡ଼ିଯାଇଛି ବେପାରପତ୍ର ।  ଏମାନେ ବିକୁଥିବା ଚାଟ୍, ଗୁପ୍‌ଚୁପ୍ ଓ ଝାଲମୁଢ଼ି, ହୁଏତ ଆଉ କାହା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ହୋଇ ନଥାଇପାରେ  କିନ୍ତୁ ସେଥିରୁ ମିଳୁଥିବା ଦୈନିକ ରୋଜଗାର, ଏମାନଙ୍କ ପାଇଁ ଜୀବନ ନାଟିକା ।  ଗୁପ୍‌ଚୁପ୍ ବେପାରୀ ଅର୍ଜୁନ୍ ହୁଅନ୍ତୁ କି ଜଗନ୍ନାଥ, ସମସ୍ତେ ଏବେ ଚିନ୍ତାରେ। ବେପାର ନଥିବାରୁ କିଏ ବଳି ଯାଇଥିବା ଗୁପଚୁପକୁ ଖରାରେ ଶୁଖାଉଛି, ତ’ କିଏ ଖାଲି ସମୟ ପାଇ ଖଟାପାଣି ରଖୁଥିବା କଣ୍ଟେନର ମରାମତି କରୁଛି। ସେପଟେ ଚାରି ଦିନ ହେଲା ଶ୍ରୀନିବାସଙ୍କ ଅଟୋ ଗଡ଼ିନି।  ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ କୁଲି କାମ କରୁଥିବା ସତ୍ୟହରିଙ୍କର ବି କିଛି ରୋଜଗାର ହୋଇନି । ଖାଇବା ଥାଳିରୁ ତରକାରୀ ଉଭେଇ ଯିବା ପରେ, ଏବେ କେବଳ ଭାତ-ଡାଲିରେ ଚାଲିଛି ସଂସାର।

କରୋନା ସହ ସାରା ଦୁନିଆ ଲଢ଼େଇ କରୁଛି । ହେଲେ ରାତି ପାହିଲେ ଯାହାର ନିଜ ପେଟର ଭୋକ ସହ ଲଢ଼େଇ ଚାଲେ ତା କଥା ବୁଝିବ କିଏ? ପ୍ରଶାସନ ଏଥିପ୍ରତି ବି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story