ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁହୁଡ଼ି ଯୋଗୁ ଫସିଲେ ବିମାନ ଯାତ୍ରୀ। ଘନ କୁହୁଡ଼ି ଯୋଗୁ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ଏୟାର ଏସିଆର FD 112 ବିମାନ ଏଠାରେ ଅବତରଣ କରି ନପାରି କୋଲକାତା ଫେରି ଯାଇଛି। ଖବର ଲେଖାଯିବା ସୁଦ୍ଧା ସେମାନେ ସେଠାରେ ଫସି ରହିଛନ୍ତି।
ଗତକାଲି ରାତିରେ ବ୍ୟାଙ୍କକରୁ ୧୫୦ ଯାତ୍ରୀଙ୍କୁ ଧରି ଏୟାର ଏସିଆର ଏହି ବିମାନ ଭୁବନେଶ୍ୱର ଆସୁଥିଲା। ତେବେ ଭୁବନେଶ୍ୱର ଆକାଶରେ କୁହୁଡ଼ିର ଆସ୍ତରଣ ଯୋଗୁ ବିମାନଟି ଏଠାରେ ଅବତରଣ କରିପାରି ନଥିଲା। ଏହା କୋଲକାତା ବିମାନ ବନ୍ଦରରେ ଅବତରଣ କରିଥିଲା। ତେବେ କୋଲକାତାରେ ବିମାନ ଅବତରଣ କରିବାର ଦୁଇ ଘଣ୍ଟା ଯାଏ ଯାତ୍ରୀମାନେ ବିମାନ ଭିତରେ ହିଁ ବସି ରହିଥିଲେ। ଏହାକୁ ନେଇ ଯାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
ଏହା ପରେ ଯାତ୍ରୀମାନଙ୍କୁ ବିମାନବନ୍ଦରର ଲାଉଞ୍ଜକୁ ନିଆଯାଇଥିଲା। ସେଠାରେ ସେମାନେ ଅଟକି ରହିଛନ୍ତି। ଖବର ଲେଖାଯିବା ସୁଦ୍ଧା ସେମାନଙ୍କୁ ସେଠାରୁ ଭୁବନେଶ୍ୱର ଆଣିବା ପାଇଁ କିଛି ବ୍ୟବସ୍ଥା ହୋଇନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ତେଜୁଛି ଯାଜପୁର କଳି, ପୁଣି ବିଜେଡି-ବିଜେପି ମୁହାଁମୁହିଁ
ଯାଜପୁର ଘଟଣାକୁ ନେଇ ବିଜେଡି ଓ ବିଜେପି ପୁଣି ମୁହାଁମୁହିଁ ହୋଇଛନ୍ତି। ବିଜେଡି ପ୍ରେସମିଟ୍ କରି ପୁଲିସ ଉପରେ ଦୋଷ ଲଦିଥିବାବେଳେ କାଉଣ୍ଟର କରିଛି ବିଜେପି।
Miscellaneous
ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଗଲା 'ସୁଭଦ୍ରା' ଟଙ୍କା। ସୁନ୍ଦରଗଡ଼ରେ ଟଙ୍କା ରିଲିଜ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Accident
ଟୋଲଗେଟ୍କୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ
ଗତକାଲି ବିଳମ୍ବିତ ରାତିରେ କଣ୍ଟେନରଟି ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।