ଫେରିଲା ବୁଲଡୋଜର, ଧାରଣାରେ ବସିଲେ ଲୋକେ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଲିଙ୍ଗରାଜ ମନ୍ଦିର ଚୌହଦୀକୁ ଜବରଦଖଲମୁକ୍ତ କରିବାକୁ ଆଜି ସକାଳୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଏହାକୁ ଜୋରଦାର ବିରୋଧ କରିବା ସହ ସ୍ଥାନୀୟ ବାସିନ୍ଦା ଧାରଣାରେ ବସିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ,ଆଜି ସକାଳେ ତାରିଣୀ ମନ୍ଦିର ଭାଙ୍ଗିବାକୁ ବୁଲଡୋଜର ଆସିଥିଲା । ପ୍ରଶାସନିକ ଅଧିକାରୀ ବି ଉପସ୍ଥିତ ଥିଲେ । କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଜୋରଦାର ବିରୋଧକୁ ଦେଖି ବୁଲଡୋଜର ଫେରି ଯାଇଛି । ପ୍ରତିବାଦରେ ବହୁ ଲୋକେ ଧାରଣାରେ ବସିଛନ୍ତି। […]

lingaraj-1

Niharika Rout
  • Published: Thursday, 12 December 2019
  • , Updated: 12 December 2019, 12:49 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଲିଙ୍ଗରାଜ ମନ୍ଦିର ଚୌହଦୀକୁ ଜବରଦଖଲମୁକ୍ତ କରିବାକୁ ଆଜି ସକାଳୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଏହାକୁ ଜୋରଦାର ବିରୋଧ କରିବା ସହ ସ୍ଥାନୀୟ ବାସିନ୍ଦା ଧାରଣାରେ ବସିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,ଆଜି ସକାଳେ ତାରିଣୀ ମନ୍ଦିର ଭାଙ୍ଗିବାକୁ ବୁଲଡୋଜର ଆସିଥିଲା । ପ୍ରଶାସନିକ ଅଧିକାରୀ ବି ଉପସ୍ଥିତ ଥିଲେ । କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଜୋରଦାର ବିରୋଧକୁ ଦେଖି ବୁଲଡୋଜର ଫେରି ଯାଇଛି । ପ୍ରତିବାଦରେ ବହୁ ଲୋକେ ଧାରଣାରେ ବସିଛନ୍ତି। ଧାରଣା ପ୍ରତ୍ୟାହର କରିବା ନିମନ୍ତେ ସେମାନଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦେଇଛି ପ୍ରଶାସନ ।

ଅପରପକ୍ଷେ ଲିଙ୍ଗରାଜ ମନ୍ଦିର ପଛପଟେ ଥିବା ମେଡିକାଲ ଅଞ୍ଚଳରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । କିଛି ଦୋକାନକୁ ହଟାଇଛି ପ୍ରଶାସନ । ଘଟଣାସ୍ଥଳରେ ବିଏମ୍‌ସି ଓ ବିଡିଏର ଅଧିକାରୀ ଉପସ୍ଥିତ ରହି ଅନୁଧ୍ୟାନ କରୁଛନ୍ତି ।

Related story