କି ଅବସ୍ଥା! ବାବୁଙ୍କୁ ନର୍ଦ୍ଦମା ପାଣିରେ ଚଲାଇଲେ

Ordigital Desk
  • Published: Thursday, 22 February 2018
  • , Updated: 22 February 2018, 08:43 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାବୁ ସମସ୍ୟା ଦେଖିବାକୁ ଆସିଥିଲେ। ହେଲେ ଲୋକଙ୍କ ଆକ୍ରୋଶ ଏତେ ମାତ୍ରାରେ ଥିଲା ଫସିଗଲେ। ଏହା ହେଉଛି ସିଏମ୍&zwnj;ସିରେ ଘଟିଥିବା ଏମିତି ଏକ ଘଟଣା। ସମସ୍ୟା ଦେଖିବାକୁ ଆସି ହଟହଟ୍ଟା ହୋଇଛନ୍ତି ସିଏମସି ଅଧିକାରୀ। ଲୋକେ ସିଏମ୍&zwnj;ସି ଡେପୁଟି କମିଶନର, ହେଲଥ୍&zwnj; ଅଫିସର ଓ ୨ ଜଣ ଇଞ୍ଜିନିଅରଙ୍କୁ କଟକ କାଜିବଜାର ଅଞ୍ଚଳରେ ନର୍ଦ୍ଦମା ପାଣିରେ ଚଲାଇଛନ୍ତି।</p> <p>କାଜିବଜାର ଅଞ୍ଚଳରେ ବର୍ଷ ବର୍ଷ ଧରି ରାସ୍ତା ଉପରେ ନର୍ଦ୍ଦମା ପାଣି ଜମି ରହୁଛି। ଏହାଦ୍ୱାରା ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେତେ ଦାବି କରାଗଲେ ମଧ୍ୟ କିଛି ଲାଭ ହେଉ ନଥିଲା। ଆଜି କଟକ ନଗର କଂଗ୍ରେସ ପକ୍ଷରୁ ଏଥିପାଇଁ ବିକ୍ଷୋଭ କରାଯାଉଥିଲା। ସମସ୍ୟା କେତେ ଗମ୍ଭୀର ଦେଖିବା ପାଇଁ କଂଗ୍ରେସ କର୍ମୀମାନେ ସିଏମ୍&zwnj;ସି ଅଧିକାରୀଙ୍କୁ ଡକାଇଥିଲେ। ସିଏମସି ଡେପୁଟି କମିଶନର ମନୋଜ ବେହେରା, ହେଲଥ ଅଫିସର ମାନସ ରଞ୍ଜନ ସାମନ୍ତରାୟ ଓ ୨ ଜଣ ଇଞ୍ଜିନିୟର ଘଟଣା ସ୍ଥଳରେ ପହଞ୍ଚିବା ପରେ ଆନ୍ଦୋଳନକାରୀମାନେ ଜବରଦସ୍ତ ସେମାନଙ୍କୁ ନର୍ଦ୍ଦମା ପାଣିରେ ଚଲାଇଥିଲେ।</p>

Related story