ବିଜେଡି ଓ ରାଜ୍ୟ ସରକାରଙ୍କ ୱେବସାଇଟ୍‌ରେ ସୁରକ୍ଷିତ ନୁହେଁ ବ୍ୟକ୍ତିଗତ ତଥ୍ୟ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଜନତା ଦଳର ସଦସ୍ୟତା ଗ୍ରହଣ ହେଉ କିମ୍ବା ଅନ୍ୟ କୌଣସି ଦଳୀୟ କାର୍ଯ୍ୟ ଯଥା ଅଫିସ୍‌ ବିଅର ବା କାର୍ଯ୍ୟକର୍ତ୍ତା ଆବେଦନ ଅନ୍‌ଲାଇନରେ କରିବାକୁ ମନ ବଳାଇଛନ୍ତି କି? ତେବେ ରହିଯାନ୍ତୁ। ଏପରି କରିବା ବଡ଼ ବିପଜ୍ଜନକ। ଆଉ ଏହା ଆପଣଙ୍କ ପାଇଁ ବହୁତ ମହଙ୍ଗା ପଡିପାରେ। କାରଣ ବିଜୁ ଜନତା ଦଳର ୱେବସାଇଟ୍ www.bjdodisha.org.in ଯେଉଁଥିରେ ଆପଣ ଏହି କାର୍ଯ୍ୟ ଗୁଡ଼ିକୁ କରିବେ ତାହା ଇଣ୍ଟରନେଟ ସୁରକ୍ଷାର ନିମ୍ନତମ ମାନଦଣ୍ଡ ମଧ୍ୟ […]

bjd

bjd

Ordigital Desk
  • Published: Saturday, 26 December 2020
  • Updated: 26 December 2020, 04:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଜନତା ଦଳର ସଦସ୍ୟତା ଗ୍ରହଣ ହେଉ କିମ୍ବା ଅନ୍ୟ କୌଣସି ଦଳୀୟ କାର୍ଯ୍ୟ ଯଥା ଅଫିସ୍‌ ବିଅର ବା କାର୍ଯ୍ୟକର୍ତ୍ତା ଆବେଦନ ଅନ୍‌ଲାଇନରେ କରିବାକୁ ମନ ବଳାଇଛନ୍ତି କି? ତେବେ ରହିଯାନ୍ତୁ। ଏପରି କରିବା ବଡ଼ ବିପଜ୍ଜନକ। ଆଉ ଏହା ଆପଣଙ୍କ ପାଇଁ ବହୁତ ମହଙ୍ଗା ପଡିପାରେ। କାରଣ ବିଜୁ ଜନତା ଦଳର ୱେବସାଇଟ୍ www.bjdodisha.org.in ଯେଉଁଥିରେ ଆପଣ ଏହି କାର୍ଯ୍ୟ ଗୁଡ଼ିକୁ କରିବେ ତାହା ଇଣ୍ଟରନେଟ ସୁରକ୍ଷାର ନିମ୍ନତମ ମାନଦଣ୍ଡ ମଧ୍ୟ ପୂରଣ କରୁନାହିଁ |

ଇଣ୍ଟରନେଟ ସୁରକ୍ଷା କ୍ଷେତ୍ରରେ ଏନକ୍ରିପସନ୍ ହେଉଛି ଏଭଳି ଏକ ପ୍ରକ୍ରିୟା, ଯାହା ମାଧ୍ୟମରେ ଡାଟା ଏନକୋଡ୍ ବା ଏକପ୍ରକାର ଲୁକ୍କାୟିତ ହୋଇଯାଏ। ଫଳରେ ଏହା ଅନଧିକୃତ ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ହୋଇ ନ ଥାଏ। ଏହା ବ୍ୟକ୍ତିଗତ ସୂଚନା, ସମ୍ବେଦନଶୀଳ ତଥ୍ୟର ସୁରକ୍ଷା କରିଥାଏ ଏବଂ କ୍ଲାଏଣ୍ଟ ଆପ ଯେପରିକି ବ୍ରାଉସର୍ ଏବଂ ସର୍ଭର ମଧ୍ୟରେ ଯୋଗାଯୋଗର ସୁରକ୍ଷାକୁ ଯଥେଷ୍ଟ ମାତ୍ରାରେ ବଢ଼ାଇ ଦେଇଥାଏ। ଯାହାଦ୍ୱାରା ଏହି ଏନକ୍ରିପସନ୍ ହୋଇଥିବା ୱେବସାଇଟ୍ ଗୁଡିକରେ ଆପଣ ଯାହା ବି ତଥ୍ୟ ପ୍ରଦାନ କରିଥାନ୍ତି ସେହି ତଥ୍ୟକୁ ସାଇବର ଅପରାଧୀମାନେ ସହଜରେ ଦେଖି ପାରିନଥାନ୍ତି।

ଅପରପକ୍ଷେ ଏହି ଏନକ୍ରିପସନ୍ ପ୍ରକ୍ରିୟା ନ ଥିବା ୱେବସାଇଟ୍ ଗୁଡିକରେ ଆପଣ ଯେ କୌଣସି ତଥ୍ୟ ପ୍ରଦାନ କଲେ ଉକ୍ତ ତଥ୍ୟକୁ ସାଇବର ଅପରାଧୀମାନେ ସହଜରେ ଦେଖି ପାରିଥାନ୍ତି ଏବଂ ସେହି ତଥ୍ୟକୁ ବିଭିନ୍ନ ସାଇବର ଅପରାଧ କରିବା ପାଇଁ ଉପଯୋଗ କରିଥାନ୍ତି। ବିଜୁ ଜନତା ଦଳର ୱେବସାଇଟ୍ www.bjdodisha.org.inରେ ଏହି ଏନକ୍ରିପସନ୍ ପ୍ରକ୍ରିୟା କାର୍ଯ୍ୟକାରୀ ହେଉ ନାହିଁ ଅର୍ଥାତ ଏହି ସାଇଟରେ ଆପଣ ଯାହା ବି ତଥ୍ୟ ଦେବେ ତାହା ସାଇବର ଅପରାଧୀଙ୍କ ନିକଟରେ ସହଜରେ ପହଂଚି ଯାଇପାରିବ।

ଇଏ ତ ଥିଲା ସରକାରୀ ଦଳର ୱେବସାଇଟ କଥା ଏବେ ନଜର ପକାଇବା ଏକ ଗୁରୁତ୍ୱପୂର୍ଣ ସରକାରୀ ୱେବସାଇଟ http://hrmsorissa.gov.in ଉପରେ। ମାନବ ସମ୍ବଳ ପରିଚାଳନା ପ୍ରଣାଳୀ ବା ହ୍ୟୁମାନ ରିସୋର୍ସେସ ମ୍ୟାନେଜମେଣ୍ଟ ସିଷ୍ଟମ (HRMS) ହେଉଛି ଏକ ସଫ୍ଟୱେୟାର ଯାହାକି ଇଣ୍ଟରନେଟ ମାଧ୍ୟମରେ ବା ଅନଲାଇନ ମୋଡରେ ସରକାରୀ କର୍ମଚାରୀଙ୍କ ସମସ୍ତ ବ୍ୟକ୍ତିଗତ ଏବଂ ବୃତ୍ତିଗତ ତଥ୍ୟ ଓ ଦୈନନ୍ଦିନ ସରକାରୀ କାର୍ଯ୍ୟ ବା କାରବାରକୁ ପରିଚାଳନା କରିଥାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ସାଇଟରେ ମଧ୍ୟ ଏନକ୍ରିପସନ୍ ପ୍ରକ୍ରିୟା କାର୍ଯ୍ୟକାରୀ ହେଉ ନାହିଁ ଅର୍ଥାତ ଏହି ସାଇଟରେ ମଧ୍ୟ ସରକାରୀ କର୍ମଚାରୀ ଯାହା ବି ତଥ୍ୟ ଦେବେ ତାହା ସାଇବର ଅପରାଧୀଙ୍କ ନିକଟରେ ସହଜରେ ପହଞ୍ଚି ଯାଇପାରିବ।

NCRB ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ୨୦୧୮ ତୁଳନାରେ ୨୦୧୯ରେ ଓଡିଶା ରାଜ୍ୟରେ ସାଇବର ଅପରାଧ ପ୍ରାୟ ୭୬ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୮ରେ ୮୪୩ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୧୯ରେ ୧୪୮୫ ମାମଲା ପଞ୍ଜିକୃତ ହୋଇଛି। ଏନସିଆରବି କହିଛି ଯେ ରାଜ୍ୟର ଅଧିକାଂଶ ସାଇବର ଅପରାଧ ମାମଲା ଠକେଇ ସମ୍ପର୍କିତ ଏବଂ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ ସାଇବର ଅପରାଧୀଙ୍କ ଶିକାର ହେବାର ଏକ ପ୍ରମୁଖ ତଥା ଶକ୍ତିଶାଳୀ କାରଣ ହେଉଛି ଇଣ୍ଟରନେଟ ସୁରକ୍ଷାର ନିମ୍ନତମ ମାନଦଣ୍ଡ ଗୁଡ଼ିକର ଅନୁପାଳନର ଅଭାବ।

ସରକାରୀ ଦଳ ଏବଂ ସରକାରଙ୍କ ଏହି ଦୁଇଟି ସାଇଟକୁ ଦେଖିଲେ ଜଣା ପଡୁଛି ଯେ ସରକାର ସାଇବର ଅପରାଧ ନିୟନ୍ତ୍ରଣ ଏବଂ ସଚେତନତା ପାଇଁ କେତେ ଖାମଖିଆଲି ଅଟନ୍ତି। ବିଶେଷ କରି ଦ୍ଵିତୀୟ ସାଇଟର ଉଦାହରଣରୁ ଜଣା ପଢୁଛି ଯେ ସରକାରୀ କର୍ମଚାରୀଙ୍କ କୌଣସି ତଥ୍ୟ ସୁରକ୍ଷିତ ନୁହଁ। 5T, ର ପ୍ରତ୍ୟକ T, ଏକ ଆରେକ ସହ ପରିପୂରକ ଏବଂ ତା ମଧ୍ୟରୁ ଗୋଟିଏ ଗୁରୁତ୍ୱପୂର୍ଣ T ହେଉଛି ଟେକ୍ନୋଲୋଜି ଯାହାକି ଅତ୍ୟନ୍ତ ଦୁର୍ବଳ ଥିବା ଏହି ସାଇଟମାନଙ୍କରୁ ଜଣା ପଡୁଛି ଏବଂ ଏଥିରୁ ଅନ୍ୟ T ଗୁଡ଼ିକର ଅବସ୍ଥା ସହଜରେ ଅନୁମାନ କରିହେବ।

ଇଣ୍ଟରନେଟ ସୁରକ୍ଷାର ଏକ ନିମ୍ନତମ ମାନଦଣ୍ଡ ହେଉଛି ସାଇଟ ଏନକ୍ରିପସନ୍ ଏବଂ ଏହାକୁ କିମ୍ବା ଇଣ୍ଟେରନେଟର ଅନ୍ୟ ଆନୁସଙ୍ଗିକ ସୁରକ୍ଷା ନିୟମଗୁଡ଼ିକୁ ପାଳନ ନ କରି କେବଳ ସାଇବର କଂପ୍ଲେକ୍ସ ଖୋଲିଦେଲେ ବା ନୂଆ ସାଇବର ଥାନା ଖୋଲିଦେଲେ ବା ପ୍ରତିଦିନ ପୋଲିସକୁ ପ୍ରଶିକ୍ଷଣ ଦେଇଦେଲେ ଅଥବା 5Tର ପ୍ରଚାର ପ୍ରସାର ଯେତେ କଲେ ମଧ୍ୟ ରାଜ୍ୟରେ ସାଇବର ଅପରାଧ କମିବ ନାହିଁ ବରଂ ଜନସାଧାରଣଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ। ତେଣୁ ତୁରନ୍ତ ବିଜେଡି ଓ ଓଡ଼ିଶା ସରକାର ଏହି ଦୁଇଟି ୱେବସାଇଟକୁ ସୁରକ୍ଷିତ କରିବା ଜରୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story