ପିଜି ଏଣ୍ଟ୍ରାନ୍ସକୁ ନେଇ ଛାତ୍ରଛାତ୍ରୀ ବାଉଳା, ଏଠି ଦେଲେ ସେଠି ମିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପିଜି ଏଣ୍ଟ୍ରାନ୍ସରେ ଅସଙ୍ଗତି। ଗୋଟିଏ ତାରିଖରେ ସମାନ ବିଷୟରେ ଏକାଧିକ ୟୁନିଭର୍ସିଟିର ପିଜି ଏଣ୍ଟ୍ରାନ୍ସ। ଗୋଟିଏ ବିଶ୍ୱବିଦ୍ୟାଳୟରେ ପରୀକ୍ଷାଦେଲେ ଅନ୍ୟଟିକୁ ମିସ୍ କରିବେ ,ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ପ୍ରକାଶ ପାଇଛି ଅସନ୍ତୋଷ। ପ୍ରଥମ ଥର ପାଇଁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖକୁ ନେଇ ଏଭଳି ବିବାଦ ଦେଖାଦେଇଛି। ଜୁଲାଇ ୫ରେ କମ୍ପୁଟର ସାଇନ୍ସ ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଜୁଲାଇ ୬ରେ […]

87-

87-

Tapas Behera
  • Published: Wednesday, 26 June 2019
  • Updated: 26 June 2019, 08:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପିଜି ଏଣ୍ଟ୍ରାନ୍ସରେ ଅସଙ୍ଗତି। ଗୋଟିଏ ତାରିଖରେ ସମାନ ବିଷୟରେ ଏକାଧିକ ୟୁନିଭର୍ସିଟିର ପିଜି ଏଣ୍ଟ୍ରାନ୍ସ। ଗୋଟିଏ ବିଶ୍ୱବିଦ୍ୟାଳୟରେ ପରୀକ୍ଷାଦେଲେ ଅନ୍ୟଟିକୁ ମିସ୍ କରିବେ ,ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ପ୍ରକାଶ ପାଇଛି ଅସନ୍ତୋଷ। ପ୍ରଥମ ଥର ପାଇଁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖକୁ ନେଇ ଏଭଳି ବିବାଦ ଦେଖାଦେଇଛି।

ଜୁଲାଇ ୫ରେ କମ୍ପୁଟର ସାଇନ୍ସ ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଜୁଲାଇ ୬ରେ ଫିଜିକ୍ସ ପିଜି ଲାଗି ବ୍ରହ୍ମପୁର ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଗୋଟିଏ ଦିନରେ ହେବ। ସେହି ଦିନ ମଧ୍ୟ ଓଡ଼ଆ ବିଷୟ ପାଇଁ ବ୍ରହ୍ମପୁର, ରେଭେନ୍ସା ଓ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ ପରୀକ୍ଷା ହେବ।

ସେଇ ଜୁଲାଇ ୬ରେ ଇଂରାଜୀ ପାଇଁ ଉତ୍ତର ଓଡିଶା ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏଣ୍ଟ୍ରାନ୍ସ ହେବ। ଜୁଲାଇ ୭ରେ ଉତ୍ତର ଓଡ଼ିଶା ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ପିଜି ଲାଗି ଏଣ୍ଟ୍ରାନ୍ସ  ଏବଂ ସେହିଦିନ ମଧ୍ୟ ପ୍ରାଣୀବିଜ୍ଞାନ ବିଷୟ ଲାଗି ରେଭେନ୍ସା ଓ ବ୍ରହ୍ମପୁରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁଲାଇ ୮ରେ ଜିଓଲୋଜି ବିଷୟ ଲାଗି ଉତ୍କଳ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଲାଗି ଏଣ୍ଟ୍ରାନ୍ସ ହେବ।  ସମାନ ଦିନରେ ପାଖାପାଖି ୭ଟି ବିଷୟର ପ୍ରବେଶିକା ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏହି ଘଟଣାକୁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ।ଏବେ ପ୍ରଶ୍ନ ଉଠୁଛି ଗୋଟିଏ ଦିନରେ କିଭଳି ଏକାଧିକ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ସ୍ଥିର ହେଲା। ସରକାର ଉଚ୍ଚଶିକ୍ଷା ପରିଷଦ ଗଠନ କରିଥିଲେ ମଧ୍ୟ ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ତାରିଖ କିପରି ସମାନ ରହିଲା। ଗତ ଦୁଇବର୍ଷ ଧରି ବିଶ୍ୱବିଦ୍ୟାଳୟ ଲାଗି ଏକକ ଏଣ୍ଟ୍ରାନ୍ସ କରିବାକୁ ଯୋଜନା ହେଉଛି, ମାତ୍ର ଏଯାଏ କାର୍ଯ୍ୟକାରୀ ହୋଇପାରିଲାନି।

ସେପଟେ ବିଶ୍ୱବିଦ୍ୟାଳୟଗୁଡିକର କର୍ତ୍ତୃପକ୍ଷଙ୍କ ଯୁକ୍ତି ହେଲା ଆମେ ପ୍ରଥମେ ବିଜ୍ଞପ୍ତି ପ୍ରକାଶ କରିଛୁ। ଅନ୍ୟମାନେ ଏଥିପ୍ରତି ଦୃଷ୍ଟି ଦେବାର ଥିଲା। ବର୍ତ୍ତମାନ ପରୀକ୍ଷା ଘୁଞ୍ଚାଇବା ଲାଗି ସମୟ ନଥିବା ସିଧାସଳଖ କହିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ।

ରାଜ୍ୟର ୧୬ ବିଶ୍ୱବିଦ୍ୟାଳୟର ପିଜି ପାଠ୍ୟକ୍ରମ ଲାଗି ଛାତ୍ରଛାତ୍ରୀମାନେ ଆବେଦନ କରିଛନ୍ତି। ତେବେ ଯୁକ୍ତ ତିନିରେ ଯେତିକି ସଂଖ୍ୟକ ସିଟ୍ ରହିଛି ତାଠାରୁ ଯଥେଷ୍ଟ କମ୍ ସିଟ୍ ରହିଛି ବିଶ୍ୱବିଦ୍ୟାଳୟଗୁଡିକରେ। ଯେଉଁଥିଲାଗି ଛାତ୍ରଛାତ୍ରୀ ଗୋଟିଏ ବିଶ୍ୱବିଦ୍ୟାଳୟର ଏଣ୍ଟ୍ରାନସ୍ ମିସ୍ କଲେ ଏହା କ୍ୟାରିୟରକୁ ପ୍ରଭାବିତ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story