ଜେଲ ଭିତରେ କଏଦୀଙ୍କ ସହ ବାହାର ଲୋକଙ୍କ ଆଡ୍ଡା ! ଫଟୋ ଭାଇରାଲ

ସୋର(ଓଡ଼ିଶା ରିପୋର୍ଟର)ବାଲେଶ୍ୱର ସୋର ମୁଳିସିଂରେ ଥିବା ଉପକାରାଗାର ଭିତର ଫଟୋ ଭାଇରାଲ ହୋଇଛି। ଜେଲ ଭିତରେ ବିଚାରାଧିନ କଏଦୀ ବେଣୁମାଧବ ପଣ୍ଡାଙ୍କ ଭିଡିଓ ଭାଇରାଲ ହୋଇଛି।   ଭିଡିଓରେ ବେଣୁମାଧବ ଫୋନରେ କଥା ହେଉଥିବା ଦେଖିବାକୁ ମିଳିଛି ।  କଥା ହେବା ସମୟରେ ଜେଲରେ ତାଙ୍କ ପତ୍ନୀ ପାଖରେ ବସି ରହିଛନ୍ତି।  ଆଉ ଏହି ସମୟରେ ଜେଲ ପରିସରରେ ପାଖାପାଖି ୫ରୁ ୧୦ ଜଣ ବାହାର ବ୍ୟକ୍ତି ଉପସ୍ଥିତ ଅଛନ୍ତି। ତେବେ ଏହି ସମସ୍ତ ବ୍ୟକ୍ତିଙ୍କ ସହ କଏଦୀ […]

4rt

4rt

Tapas Behera
  • Published: Sunday, 21 July 2019
  • Updated: 21 July 2019, 04:25 PM IST

Sports

Latest News

ସୋର(ଓଡ଼ିଶା ରିପୋର୍ଟର)ବାଲେଶ୍ୱର ସୋର ମୁଳିସିଂରେ ଥିବା ଉପକାରାଗାର ଭିତର ଫଟୋ ଭାଇରାଲ ହୋଇଛି। ଜେଲ ଭିତରେ ବିଚାରାଧିନ କଏଦୀ ବେଣୁମାଧବ ପଣ୍ଡାଙ୍କ ଭିଡିଓ ଭାଇରାଲ ହୋଇଛି।   ଭିଡିଓରେ ବେଣୁମାଧବ ଫୋନରେ କଥା ହେଉଥିବା ଦେଖିବାକୁ ମିଳିଛି ।  କଥା ହେବା ସମୟରେ ଜେଲରେ ତାଙ୍କ ପତ୍ନୀ ପାଖରେ ବସି ରହିଛନ୍ତି।  ଆଉ ଏହି ସମୟରେ ଜେଲ ପରିସରରେ ପାଖାପାଖି ୫ରୁ ୧୦ ଜଣ ବାହାର ବ୍ୟକ୍ତି ଉପସ୍ଥିତ ଅଛନ୍ତି।

ତେବେ ଏହି ସମସ୍ତ ବ୍ୟକ୍ତିଙ୍କ ସହ କଏଦୀ ବେଣୁମାଧବ ପଣ୍ଡାଙ୍କ ପତ୍ନୀଙ୍କୁ ଜେଲ ଭିତରକୁ ପ୍ରବେଶ କରିବାକୁ କିଏ ଅନୁମତି ଦେଲା ତାକୁ ନେଇ ଉଠିଛି ପ୍ରଶ୍ନ। ଜଣେ କଏଦୀ କିଭଳି ଜେଲ ଭିତରେ ଅଏସ କରୁଛି ଏଥିରେ ଏହି ଭିଡିଓରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି ।

ଜେଲ ଭିତରକୁ ବେଆଇନ ଭାବେ ପ୍ରବେଶକୁ ନେଇ ଜେଲରଙ୍କ ଉପରେ ସନ୍ଦେହ କେନ୍ଦ୍ରୀଭୂତ ହେଉଛି। ବେଣୁମାଧବ ପତ୍ନୀଙ୍କ ସହ ବସିଥିବା ଖବରକୁ ଜେଲର ସ୍ୱୀକାର କରିଥିବା ବେଳେ ଫୋନ୍‌ରେ ଅନ୍ୟମାନଙ୍କ ସହ ଆଲୋଚନାକୁ ସେ ଖଣ୍ଡନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos