ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାସ୍ କଲେ ଫୁଲବାଣୀ ବିଧାୟକ

ଫୁଲବାଣୀ (ତ୍ରିନାଥ ସାହୁ): ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମାଟ୍ରିକ ପାସ୍ କରିଛନ୍ତି। ସେ ବି-୧ ଗ୍ରେଡ୍ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ବିଧାୟକ ଅଙ୍ଗଦ କହଁର ମୋଟ୍ ୫୦୦ ମାର୍କରୁ ୩୬୪ ମାର୍କ ରଖିଛନ୍ତି। ଯାହାକି ମୋଟ୍ ମାର୍କର ୭୨ ପ୍ରତିଶତ।
ସେ ଚଳିତ ୨୦୨୨ ଏସ୍ଆଇଓଏସ୍ରେ ମାଟ୍ରିକ ପରୀକ୍ଷା ଦେଇଥିଲେ। ମାଟ୍ରିକ ପରୀକ୍ଷାରେ ପାସ୍ ହେବା ପରେ ବିଧାୟକ କହଁର ଅତ୍ୟନ୍ତ ଖୁସି ହୋଇଛନ୍ତି। ସେ ୫୮ ବର୍ଷ ବୟସରେ ଫୁଲବାଣୀ ସ୍ଥିତ ରୁଜାଙ୍ଗୀ ପରୀକ୍ଷା କେନ୍ଦ୍ରରେ ବୋର୍ଡ଼ ପରୀକ୍ଷା ଦେଇଥିଲେ।
ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି। ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫,୧୭,୮୪୭ ଜଣ ପାସ୍ କରିଥିବା ବେଳେ ୮୬୯୯ ଜଣ ଫେଲ୍ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।