ବାଇକ୍‌ ରାକେଟ୍‌କୁ ଧରାଦେଲା ଚୋରି ଅଟୋ

କଟକ(ଓଡ଼ିଶା ରିପୋର୍ଟର): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ଚୋରି ଅଟୋକୁ ଖୋଜୁ ଖୋଜୁ କମିଶନରେଟ ପୁଲିସ ହାତରେ ଲାଗିଲା ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗ। ଜଗତପୁର ଥାନା ପୁଲିସ ଆଜି ବାଇକ ଲୁଟେରା ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୩୫ଟି ଲୁଟ୍‌ ବାଇକ ଓ ଏକ ଡାଲା ଅଟୋକୁ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ। ସୂଚନାରୁ ପ୍ରକାଶ, ଗତ ୧୪ ତାରିଖରେ ଜଗତପୁର […]

bike

bike

Manoranjan Sial
  • Published: Saturday, 24 October 2020
  • Updated: 24 October 2020, 07:32 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ଚୋରି ଅଟୋକୁ ଖୋଜୁ ଖୋଜୁ କମିଶନରେଟ ପୁଲିସ ହାତରେ ଲାଗିଲା ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗ। ଜଗତପୁର ଥାନା ପୁଲିସ ଆଜି ବାଇକ ଲୁଟେରା ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୩୫ଟି ଲୁଟ୍‌ ବାଇକ ଓ ଏକ ଡାଲା ଅଟୋକୁ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ।

ସୂଚନାରୁ ପ୍ରକାଶ, ଗତ ୧୪ ତାରିଖରେ ଜଗତପୁର ଅଞ୍ଚଳର ସଦାନନ୍ଦ ସାହୁର ଏକ ଅଟୋ ଚୋରି ହୋଇଥିଲା। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଏହି ବାଇକ ଲୁଟେରା ଗ୍ୟାଙ୍ଗକୁ ଠାବ କରିଥିଲା ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

ଗିରଫ ୫ ଅଭିଯୁକ୍ତମାନେ ପପୁ, ବାୟା, ଜଗନ, ପ୍ରଶାନ୍ତ ଓ ମୁନ୍ନ। ସମସ୍ତେ କଟକ ଜିଲ୍ଲାର। ଏହି ଗ୍ୟାଙ୍ଗ କଟକ ଓ ଆଖପାଖ ଜିଲ୍ଲାରେ ବାଇକ ଲୁଟ କରି ଅଧା ଦାମରେ ବିକ୍ରି କରୁଥିଲା। ଜବତ ହୋଇଥିବା ଗାଡ଼ି ଗୁଡିକୁ ସେମାନଙ୍କ ମାଳିକଙ୍କୁ ଯୋଗାଇ ଦିଆଯିବ ବୋଲି ଡିସିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos