ଭାଲେନ୍‌ଟାଇନ୍ ଡେ’ ନୁହେଁ , ଏହି ଦିନ ହେବ ମହାରଥୀଙ୍କ ଝିଅ ବାହାଘର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ବାହାଘର । ଆସନ୍ତା ୨୬ ତାରିଖରେ ମହାରଥୀ ପରିବାରର ଅଲିଅଳି ଝିଅ ପଲ୍ଲବୀର ହେବ ବିବାହ । ଭୁବନେଶ୍ୱରସ୍ଥିତ ବରମୁଣ୍ଡାଠାରେ ଥିବା ବିଜୁ ପଟ୍ଟନାୟକ ଖେଳ ପଡିଆରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏହି ଦିନ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁଙ୍କୁ ବିବାହ କରିବେ ପଲ୍ଲବୀ ମହାରଥୀ ।  ଫେବୃଆରୀ ୨୮ରେ ନୟାପଲ୍ଲୀ ଇଡକଲ ଗ୍ରାଉଣ୍ଡରେ ଦୁହିଁଙ୍କ ରିସେପ୍ସନ। ଏଥିପାଇଁ ପୁରା ଦମରେ ଲାଗି […]

n-9087

Manoranjan Sial
  • Published: Monday, 10 February 2020
  • , Updated: 10 February 2020, 05:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ବାହାଘର । ଆସନ୍ତା ୨୬ ତାରିଖରେ ମହାରଥୀ ପରିବାରର ଅଲିଅଳି ଝିଅ ପଲ୍ଲବୀର ହେବ ବିବାହ । ଭୁବନେଶ୍ୱରସ୍ଥିତ ବରମୁଣ୍ଡାଠାରେ ଥିବା ବିଜୁ ପଟ୍ଟନାୟକ ଖେଳ ପଡିଆରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏହି ଦିନ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁଙ୍କୁ ବିବାହ କରିବେ ପଲ୍ଲବୀ ମହାରଥୀ ।  ଫେବୃଆରୀ ୨୮ରେ ନୟାପଲ୍ଲୀ ଇଡକଲ ଗ୍ରାଉଣ୍ଡରେ ଦୁହିଁଙ୍କ ରିସେପ୍ସନ। ଏଥିପାଇଁ ପୁରା ଦମରେ ଲାଗି ପଡିଛନ୍ତି ମହାରଥୀ ଓ ସାହୁ ଫ୍ୟାମିଲି। ଏବେ କେବଳ ପଲ୍ଲବୀ ସହ ଅର୍ଦ୍ଧେନ୍ଦୁଙ୍କ ହାତଗଣ୍ଠି ପଡ଼ିବା ବାକି ରହିଛି। ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ପେସାରେ ଜଣେ ଡାକ୍ତର। ଗତ ଜାନୁଆରୀ ମାସରେ ଅର୍ଦ୍ଧେନ୍ଦୁଙ୍କ ପରିବାରର ଉପସ୍ଥିତିରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇ ଥିଲା। ଓଲିଉଡ୍ ଷ୍ଟାର ଅର୍ଦ୍ଧେନ୍ଦୁଙ୍କ ସହ ତାଙ୍କର ବିବାହ ହେଉଥିବାରୁ ବେଶ ଖୁସି ପଲ୍ଲବୀ । ଏପଟେ ପଲ୍ଲବୀଙ୍କୁ ଜୀବନ ସାଥୀ ଭାବେ ପାଇ ଖୁସି ଜାହିର କରିଛନ୍ତି ଅର୍ଦ୍ଧେନ୍ଦୁ। ଉଭୟେ ନିର୍ବନ୍ଧ ସମୟର ସମସ୍ତ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ପଲ୍ଲବୀ-ଅର୍ଦ୍ଧେନ୍ଦୁଙ୍କ ଏନ୍‌ଗେଜ୍‌ମେଣ୍ଟର ଫଟୋ ପୋଷ୍ଟ ହେବା ପରେ ଯାହାକି ଭାଇରାଲ୍‌ ହୋଇଥିଲା।

ଉଭୟଙ୍କ ବିବାହ ଫେବ୍ରୁଆରୀ ୧୪ ତାରିଖରେ ଭାଲେଣ୍ଟାଇନ୍‌ସ ଡେ’ରେ ହେବ ବୋଲି ପ୍ରଥମେ କୁହାଯାଉଥିଲା। ହେଲେ ଏବେ ତାରିଖ ଫିକ୍ସ ହୋଇଥିବା ଖବର ଜଣାପଡ଼ିଛି।   ୨୦୧୫ ମସିହାରେ ଓଡ଼ିଆ ସିନେମାରେ ଏଣ୍ଟ୍ରି କରିଥିଲେ ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ‘ଅ ଆ ଇ’ କଥାଚିତ୍ର ଜରିଆରେ ସେ ଓଲିଉଡରେ ପ୍ରବେଶ କରିଥିଲେ। ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ଏହି କଥାଚିତ୍ରଟି ଉଭୟ ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ମୁକ୍ତିଲାଭ କରିଥିଲା । ଏହା ପରେ ଓଡ଼ିଆ ଚଳଚିତ୍ର ଟପୋରିରେ ଅଭିନୟ କରିଥିଲେ ଅର୍ଦ୍ଧେନ୍ଦୁ। ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏହି କଥାଚିତ୍ରରେ ଅର୍ଦ୍ଧେନ୍ଦୁଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ଅନ୍ୱେଷା ।

‘ବ୍ଲାକ୍‌ମେଲ୍‌’ ଫିଲ୍ମରେ ‘ହାଏ ତୋ ପ୍ରେମର ରଙ୍ଗୋଲି’ ଗୀତରେ ତମନ୍ନାଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟ ଜିଣିଛନ୍ତି ଅର୍ଦ୍ଧେନ୍ଦୁ। ଏବେ ଅର୍ଦ୍ଧେନ୍ଦୁଙ୍କର ଆଉ ଏକ ଫିଲ୍ମ ‘ମୁଁ ପରଦେଶୀ ଚଢେଇ’ ରିଲିଜ ହୋଇଛି। ଯେଉଁଥିରେ ଓଲିଉଡ୍‌ର ଡାନ୍ସିଂ କୁଇନ୍‌ ଅନୁଭାଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା ।
ପଲ୍ଲବୀ-ଅର୍ଦ୍ଧେନ୍ଦୁଙ୍କ ନିର୍ବନ୍ଧ ସମାରୋହରେ ଓଲିଉଡର ଜଣାଶୁଣା ସେଲିବ୍ରିଟମାନେ ଉପସ୍ଥିତ ଥିଲେ। ଆଉ ଏବେ ବିବାହ ଉତ୍ସବରେ ଓଲିଉଡ ଓ ପଲିଟିକ୍ସର ହେବ ମହାମିଳନ ।

Related story