ଖସିଲା ସ୍କୁଲ ଛାତର ପ୍ଲାଷ୍ଟର, ମୁଣ୍ଡରେ ପଡ଼ି ୪ ବିଦ୍ୟାର୍ଥୀ ଓ ଜଣେ ଅଭିଭାବକ ଆହତ

ବାସୁଦେବପୁର(ଓଡ଼ିଶା ରିପୋର୍ଟର): ସ୍କୁଲ ଛାତର ପ୍ଲାଷ୍ଟର ପଡ଼ି ୪ ବିଦ୍ୟାର୍ଥୀ ଓ ଜଣେ ଅଭିଭାବକ ଆହତ।  ବିଦ୍ୟାର୍ଥୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ ଅଭିଭାବକଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି। ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁରବ୍ଲକ ସୁଗୋ ପଞ୍ଚାୟତର ସୁଗୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତ ଅଭିଭାବକ ଜଣଙ୍କ ଦୈତାରୀ ସାହୁ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଓ ବାମ ହାତର ଏକ ଆଙ୍ଗୁଠି ଭାଙ୍ଗି ଯାଇଛି। ଦୁର୍ଭାଗ୍ୟର […]

school-

  • Published: Monday, 04 July 2022
  • , Updated: 04 July 2022, 08:16 PM IST

ବାସୁଦେବପୁର(ଓଡ଼ିଶା ରିପୋର୍ଟର): ସ୍କୁଲ ଛାତର ପ୍ଲାଷ୍ଟର ପଡ଼ି ୪ ବିଦ୍ୟାର୍ଥୀ ଓ ଜଣେ ଅଭିଭାବକ ଆହତ।  ବିଦ୍ୟାର୍ଥୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ ଅଭିଭାବକଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି। ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁରବ୍ଲକ ସୁଗୋ ପଞ୍ଚାୟତର ସୁଗୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତ ଅଭିଭାବକ ଜଣଙ୍କ ଦୈତାରୀ ସାହୁ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଓ ବାମ ହାତର ଏକ ଆଙ୍ଗୁଠି ଭାଙ୍ଗି ଯାଇଛି।

ଦୁର୍ଭାଗ୍ୟର କଥା ହେଲା, ଅପରାହ୍ନରେ ୫-ଟି ରୂପାନ୍ତରିତ ବିଦ୍ୟାଳୟର ସ୍ମାର୍ଟକ୍ଲାସରେ ବିଦ୍ୟାଳୟ ସୁରକ୍ଷା କମିଟି ଗଠନ ବୈଠକ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। କିଛି ଦିନ ତଳେ ହିଁ ଏହି ସ୍କୁଲ ୫-ଟିରେ ରୂପାନ୍ତରିତ ହୋଇଥିଲା। ଚକାଚକ କରାଯାଇଥିବା ଘରେ ବୈଠକ ଚାଲିଥିବା ବେଳେ ସଦ୍ୟ ମରାମତି ହୋଇଥିବା ଛାତର ପ୍ଲାଷ୍ଟର ଅଚାନକ ଖସି ପଡ଼ିଥିଲା।

ଯେଉଁଥିରୁ ୫-ଟିରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟର ଉନ୍ନତିକରଣ କାମ କେଉଁଭଳି ମାନର କରାଯାଇଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ଛାତ୍ର ଓ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି।

Related story