ଜୁଲାଇ ୨୪ରେ ଯୁକ୍ତ ୩ ଫାଇନାଲ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ୨୪ ତାରିଖରେ ହେବ ଯୁକ୍ତ ୩ ଫାଇନାଲ ସେମିଷ୍ଟର ପରୀକ୍ଷା।  ଏହାପରେ ଅଗଷ୍ଟ ୨୦ ତାରିଖରେ ପିଜି କ୍ଲାସ ଫାଇନାଲ ସେମିଷ୍ଟର ପରୀକ୍ଷା ହେବ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆୟୋଜିତ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ […]

arun-2--1

Niharika Rout
  • Published: Wednesday, 06 May 2020
  • , Updated: 06 May 2020, 02:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ୨୪ ତାରିଖରେ ହେବ ଯୁକ୍ତ ୩ ଫାଇନାଲ ସେମିଷ୍ଟର ପରୀକ୍ଷା।  ଏହାପରେ ଅଗଷ୍ଟ ୨୦ ତାରିଖରେ ପିଜି କ୍ଲାସ ଫାଇନାଲ ସେମିଷ୍ଟର ପରୀକ୍ଷା ହେବ ।

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆୟୋଜିତ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ,  ସେପ୍ଟେମ୍ବର ଏବଂ ଅକ୍ଟୋବରରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା । ନଭେମ୍ବରରେ ସବୁ ପିଜି କ୍ଲାସ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।  ଅନ୍‌ଲାଇନ୍‌ ପ୍ରୋଗ୍ରାମ ପାଇଁ ଏକ ସ୍ୱତନ୍ତ୍ର କମିଟି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ ।

ଏହାବ୍ୟତୀତ ଆସନ୍ତାକାଲିଠାରୁ ସବୁ ବିଶ୍ୱବିଦ୍ୟାଳୟ, ଡିଗ୍ରୀ କଲେଜ ଅଫିସ ଚାଲିବ। ଏକ ତୃତୀୟାଂଶ କର୍ମଚାରୀରେ ଅଫିସ ଚଳାଇବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୧୫ ଦିନରେ ଥରେ କୁଳପତିମାନଙ୍କୁ ନେଇ ସମୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ଲକ୍ ଡାଉନ୍ ହେତୁ ଜୁନ ୧୭ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ୟୁଜିସି ଗାଇଡଲାଇନ ମୁତାବକ ରାଜ୍ୟରେ ଚଳିତ ଶିକ୍ଷାବର୍ଷ କେବେ ଓ କିପରି ଆରମ୍ଭ ହେବ, ପରୀକ୍ଷା ପରିଚାଳନା କିପରି ହେବ ସେନେଇ  ବୈଠକରେ ବିଚାର ବିମର୍ଷ ହୋଇଥିଲା । ଇ-ଲର୍ଣ୍ଣି ସହ ଛାତ୍ରଛାତ୍ରୀଙ୍କ ସ୍କ୍ରିନିଂ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।

Related story