ବଦଳିବ ଯୁକ୍ତ ୩ ପରୀକ୍ଷା ଢାଞ୍ଚା: ଏଣିକି ମଲ୍ଟି ପାଟର୍ଣ୍ଣ କୋଶ୍ଚିନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନୂଆ ସିଲାବସ୍, ଆଉ ନୂଆ ପରୀକ୍ଷା ପ୍ରଣାଳୀ । ଏଣିକି ଯୁକ୍ତ ତିନି ଛାତ୍ରଛାତ୍ରୀ ମଲ୍ଟି ପାଟର୍ଣ୍ଣ କୋଶ୍ଚିନ୍‌ ସାମ୍ନା କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାକୁ ଦୃଷ୍ଟିରେ ରଖି ସିଲାବସ୍ ପ୍ରସ୍ତୁତ ହୋଇଛି । ସେଥିଲାଗି ପରୀକ୍ଷା ପଦ୍ଧତିକୁ ମଧ୍ୟ ପ୍ରତିଯୋଗିତାମୂଳକ ଢାଞ୍ଚାରେ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ଯାହାକୁ ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱାଗତ କରିଛନ୍ତି। ବଦଳିବ ଯୁକ୍ତ ତିନି ପରୀକ୍ଷା ଢାଞ୍ଚା । ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ବଦଳରେ ଆସିବ ମଲ୍ଟି […]

student-1

Tapas Behera
  • Published: Tuesday, 10 September 2019
  • , Updated: 10 September 2019, 08:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନୂଆ ସିଲାବସ୍, ଆଉ ନୂଆ ପରୀକ୍ଷା ପ୍ରଣାଳୀ । ଏଣିକି ଯୁକ୍ତ ତିନି ଛାତ୍ରଛାତ୍ରୀ ମଲ୍ଟି ପାଟର୍ଣ୍ଣ କୋଶ୍ଚିନ୍‌ ସାମ୍ନା କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାକୁ ଦୃଷ୍ଟିରେ ରଖି ସିଲାବସ୍ ପ୍ରସ୍ତୁତ ହୋଇଛି । ସେଥିଲାଗି ପରୀକ୍ଷା ପଦ୍ଧତିକୁ ମଧ୍ୟ ପ୍ରତିଯୋଗିତାମୂଳକ ଢାଞ୍ଚାରେ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ଯାହାକୁ ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱାଗତ କରିଛନ୍ତି।

ବଦଳିବ ଯୁକ୍ତ ତିନି ପରୀକ୍ଷା ଢାଞ୍ଚା । ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ବଦଳରେ ଆସିବ ମଲ୍ଟି ପ୍ୟାଟର୍ଣ୍ଣ କୋଶ୍ଚିନ୍ । ଚଳିତ ବର୍ଷଠାରୁ ନୂଆ ସିଲାବସ୍ ଲାଗୁ କରିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି । ଏଣିକି ୧, ୨, ୩ ଓ ୫ ମାର୍କ ବିଶିଷ୍ଟ ପ୍ରଶ୍ନ ଆସିବ । ଯୁକ୍ତ ତିନି ପରୀକ୍ଷାରେ ପ୍ରଥମ ବର୍ଷରେ ଆଡମିଶନ୍ ନେଇଥିବା ଛାତ୍ରଛାତ୍ରୀଙ୍କଠାରୁ ଏହି ସଂସ୍କାରମୂଳକ ପରୀକ୍ଷା ଆରମ୍ଭ ହେବ।

ଏଥିପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ପରେ ହିଁ ନୂଆ ଢାଞ୍ଚାରେ ପିଲାଙ୍କୁ ଶିକ୍ଷାଦାନ ଆରମ୍ଭ ହୋଇସାରିଛି । ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ସ୍ତରର ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ କରାଇବା ହେଉଛି ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ ।

ପ୍ରଶାସନିକ ପରୀକ୍ଷା କ୍ଷେତ୍ରରେ ଓଡିଆ ଛାତ୍ରଛାତ୍ରୀମାନେ ବହୁ ପଛରେ ରହୁଛନ୍ତି ଏହି ସ୍ଥିତିରେ ସୁଧାର ଆଣିବା  ଲାଗି ଚଳିତ ବର୍ଷଠାରୁ ଲଜିକାଲ୍ ରିଜନିଂ ଓ କ୍ୱାଣ୍ଟିଟେଟିଭ୍ ଆପ୍‌ଟିଚ୍ୟୁଡ୍‌  ଏବଂ ଇଂରାଜୀ ବିଷୟ ଛାତ୍ରଛାତ୍ରୀଙ୍କ ଲାଗି ବାଧ୍ୟତାମୂଳକ କରାଯାଇଛି । ଉଭୟ ବିଷୟ ୧୦୦ ମାର୍କ ଲେଖାଏଁ ରହିବ। ଫଳରେ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ଲାଗି କଲେଜ୍ ସ୍ତରରୁ ହିଁ ଶିକ୍ଷା ପାଇପାରିବେ। ପ୍ରଥମ ବର୍ଷରେ ପାଦ ଦେଇଥିବା ଛାତ୍ରଛାତ୍ରୀ ସିଲାବସ୍ ଓ ପରୀକ୍ଷା ସଂସ୍କାରକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ନୂଆ ପରୀକ୍ଷା ପ୍ରଣାଳୀ ଲାଗୁ ହେବ। ତେବେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ପୁରୁଣା ଢାଞ୍ଚାରେ ପରୀକ୍ଷା ଦେବେ । ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ଉଚ୍ଚ ଶିକ୍ଷା ବିଭାଗର ଏହି ନିଷ୍ପତ୍ତିର କେତେ ସୁଫଳ ମିଳୁଛି ତାଉପରେ ନଜର ରହିଛି।

Related story