ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଲା। ବିଜ୍ଞାନରେ ରେଭେନ୍ସା କଲେଜ ସର୍ବାଧିକ ୮୮.୮୩%, ବାଣିଜ୍ୟରେ ବିଜେବି କଲେଜ ସର୍ବାଧିକ ୭୮.୨% ଓ କଳାରେ କେନ୍ଦୁଝର ଘଷିପୁରାର ସାଇଁକୁଳ କଲେଜ ପକ୍ଷରୁ ସର୍ବାଧିକ ୭୮.୬୭% କଟ୍ ଅଫ ମାର୍କ ରହିଛି। ସେହିଭଳି ଧନ୍ଦାମୂଳକ ଶିକ୍ଷାରେ ବାଳକାଟିର ସରକାରୀ ଭୋକେସନାଲ ମାଧ୍ୟମିକ ସ୍କୁଲରେ ସର୍ବାଧିକ ୮୫ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି।
ଛାତ୍ରଛାତ୍ରୀମାନେ www.samsodisha.gov.in ୱେବସାଇଟ୍ରେ ନିଜର କଟ୍ ଅଫ୍ ମାର୍କ ଦେଖିପାରିବେ। ପ୍ରଥମ ମେଧା ତାଲିକା ଅନୁଯାୟୀ ନାମଲେଖା ଆସନ୍ତା ଜୁଲାଇ ୨ରୁ ଆରମ୍ଭ ହୋଇ ୫ ତାରିଖରେ ଶେଷ ହେବ। ଦ୍ୱିତୀୟ କଟ୍ ଅଫ ମାର୍କ ଜୁଲାଇ ୧୦ରେ ବାହାରିବ। ଜୁଲାଇ ୧୬ରେ ସ୍ପଟ୍ ମେରିଟ୍ ତାଲିକା ପ୍ରକାଶ ପାଇବ। ଯାହାର ପଞ୍ଜୀକରଣ ୧୮ରେ ହେବ।
ସେହିଦିନ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ୧୯ରେ। ଜୁଲାଇ ୨୪ରୁ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ। ଚଳିତ ବର୍ଷ ଯୁକ୍ତ ଦୁଇରେ ନାମଲେଖା ପାଇଁ ରାଜ୍ୟର ମୋଟ ୩ ଲକ୍ଷ ୭୬ ହଜାର ୪୧୦ ପିଲା ଆବେଦନ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଲକ୍ଷ ୪୧ ହଜାର ୯୨୭ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଡ଼ିଶାରେ ସିଙ୍ଗାପୁର ରାଷ୍ଟ୍ରପତି: ସେମିକଣ୍ଡକ୍ଟର, ଗ୍ରୀନ୍ ହାଇଡ୍ରୋଜେନ୍ ସହ ୮ଟି କ୍ଷେତ୍ରରେ ଏମଓୟୁ ସ୍ୱାକ୍ଷରିତ
ଆଜି ଭୁବନେଶ୍ୱରରେ ସିଙ୍ଗାପୁର ରାଷ୍ଟ୍ରପତି ଥରମାନ୍ ଶନମୁଗରତ୍ନମ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ବିଭିନ୍ନ କ୍ଷେତ୍ରରେ ୮ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି ।
Miscellaneous
୨୨ରୁ ‘ପିଏମ୍-ଆବାସ’ ଘର ପାଇଁ ଆରମ୍ଭ ହେବ ସର୍ଭେ, କେମିତି ହେବେ ସାମିଲ ଜାଣନ୍ତୁ
ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଶୁକ୍ରବାର ସମସ୍ତ ଜିଲ୍ଲାପାଳମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ସର୍ଭେ ପ୍ରକ୍ରିୟା ଆରମ୍ଭ ପାଇଁ ପରାମର୍ଶ ଦିଆଯାଇଛି ।
Science & Environment
ରାଉରକେଲା NITର ସଫଳତା, ନୂଆ କ୍ୟାଥୋଡ ପ୍ରଯୁକ୍ତିବିଦ୍ୟା ବିକଶିତ
ଗବେଷକ ଦଳ ଏକ ମ୍ୟାଗ୍ନେସିୟମ ଭିତ୍ତିକ କ୍ୟାଥୋଡ୍ ସାମଗ୍ରୀ ବିକଶିତ କରିଛନ୍ତି, ଯାହା କୋବାଲ୍ଟକୁ ଏକ ସ୍ଥାୟୀ ଓ ସୁଲଭ ବିକଳ୍ପ ପ୍ରଦାନ କରେ।
Miscellaneous
ଜଷ୍ଟିସ ଅରିନ୍ଦମ ସିହ୍ନା ଓଡ଼ିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି, ୨୦ରୁ ସମ୍ଭାଳିବେ ଦାୟିତ୍ୱ
ଆସନ୍ତା ଜାନୁୟାରୀ ୨୦ତାରିଖରୁ ଜଷ୍ଟିସ ଅରିନ୍ଦମ ସିହ୍ନା ଓଡ଼ିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।
Crime
ଦୁର୍ନୀତିଗ୍ରସ୍ତ ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତଙ୍କୁ ୪ବର୍ଷ ସଶ୍ରମ ଜେଲ୍, ଘରୁ ମିଳିଥିଲା ନଗଦ ୩ କୋଟି ଟଙ୍କା
୨୦୧୮ ନଭେମ୍ବର ୫ ତାରିଖରେ ସମ୍ବଲପୁର ଭିଜିଲାନ୍ସ ଥାନାର ଏକ ମାମଲାରେ ସୁନ୍ଦରଗଡ଼ର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଆଜି ଶ୍ରୀ ରାଉତଙ୍କୁ ୪ବର୍ଷ ସଶ୍ରମ ଜେଲ୍ ସହ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।